ETV Bharat / bharat

ପୁରୀରେ ଲୁଚିଛି ଗ୍ୟାଙ୍ଗଷ୍ଟାର୍ ଗୁଡ୍ଡୁ ମୁସଲିମ ! ଲୋକେସନ ଟ୍ରାକିଂରୁ ମିଳିଲା ସୂଚନା - ଉମେଶ ପାଲ ହତ୍ୟା ମାମଲା

ପୁରୀରେ ଲୁଚିଛି ମାଫିଆ ଅତିକ୍‌ର ସହଯୋଗୀ ବମବାଜ ଗୁଡ୍ଡୁ ମୁସଲିମ । ଉମେଶ ପାଲ ହତ୍ୟାକାଣ୍ଡରେ ଥିଲା ସାମିଲ । ସେ ନେଇ କୌଣସି ସୂଚନା ନଥିବା କହିଲେ ପୁରୀ ଏସପି । ଅଧିକ ପଢନ୍ତୁ

ପୁରୀରେ ଲୁଚିଛି ବମବାଜ ଗୁଡ୍ଡୁ ମୁସଲିମ
ପୁରୀରେ ଲୁଚିଛି ବମବାଜ ଗୁଡ୍ଡୁ ମୁସଲିମ
author img

By

Published : Apr 20, 2023, 3:45 PM IST

Updated : Apr 20, 2023, 8:26 PM IST

ହାଇଦ୍ରାବାଦ: ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ତଥା ମୃତ ମାଫିଆ ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ବମବାଜ ଗୁଡ୍ଡୁ ମୁସଲିମ୍‌ ପୁରୀରେ ଲୁଚିଥିବା ସୂଚନା ମିଳିଛି । ତାକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ଉତ୍ତର ପ୍ରଦେଶ ପୋଲିସର ସ୍ପେସାଲ ଟାକ୍ସଫୋର୍ସର ଲୋକେସନ ଟ୍ରାକିଂରୁ ଏହି ତଥ୍ୟ ମିଳିଛି । ଉମେଶ ପାଲ ହତ୍ୟାକାଣ୍ଡ ପରେ ଫେରାର ଥିବା ଗୁଡ୍ଡୁ ପ୍ରଥମେ କର୍ଣ୍ଣାଟକରେ କିଛି ଦିନ ଆତ୍ମଗୋପନ କରିବା ପରେ ଏବେ ପୁରୀରେ ଆତ୍ମଗୋପନ କରିଥିବା ସ୍ପେସାଲ ଟାକ୍ସଫୋର୍ସ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପଟେ ଏନେଇ ଉତ୍ତର ପ୍ରଦେଶ ପୋଲିସ ପୁରୀ ପୋଲିସ ପ୍ରଶାସନ ସହ କୌଣସି ଯୋଗାଯୋଗ କରିନଥିବା କହିଛନ୍ତି ପୁରୀ ଏସ.ପି । ପୁରୀ ଏସ.ପି କନଓ୍ବାର ବିଶାଲ ସିଂ କହିଛନ୍ତି, ପୁରୀ ପୋଲିସ ନିକଟରେ ଗୁଡ୍ଡୁ ମୁସଲିମ୍‌ ଆତ୍ମଗୋପନ କରିଥିବା ନେଇ କୌଣସି ସୂଚନା ନାହିଁ । ଏସମ୍ପର୍କରେ ଉତ୍ତର ପ୍ରଦେଶ ପୋଲିସ ମଧ୍ୟ ପୁରୀ ପୋଲିସ ସହ କୌଣସି ଯୋଗାଯୋଗ କରିନାହିଁ ।

ଉମେଶ ପାଲଙ୍କୁ ହତ୍ୟା କରିଥିବା 10 ହତ୍ୟାକାରୀଙ୍କ ମଧ୍ୟରେ ଅନ୍ୟତମ ଥିଲା ଗୁଡ୍ଡୁ ମୁସଲିମ । ସିସିଟିଭିରେ ରେକର୍ଡ ହୋଇଥିବା ଫୁଟେଜରେ ଗୁଡ୍ଡୁ ହାତରେ ଏକ ବ୍ୟାଗ ଧରି ବୋମା ଫିଙ୍ଗୁଥିବା ସ୍ପଷ୍ଟ ଦେଖାଯାଇଥିଲା । ଘଟଣାରେ ମୋଟ 10 ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ସୁଦ୍ଧା 6 ଜଣଙ୍କ ମୃତ୍ଯୁ ହୋଇସାରିଲାଣି । ପର୍ଯ୍ୟାୟକ୍ରମେ ପୋଲିସ ଏନକାଉଣ୍ଟରରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ଗ୍ୟାଙ୍ଗଷ୍ଟାର ଅତିକ ଓ ତାର ଭାଇ ଅଶରଫକୁ ପୋଲିସ କଷ୍ଟଡିରେ ଗୁଳି କରି ହତ୍ୟା କରିଥିଲେ ଅନ୍ୟ 3 ହତ୍ୟାକାରୀ ।

ଏବେ ସୁଦ୍ଧା ଗୁଡ୍ଡୁ ସମେତ ଅନ୍ୟ 3 ଅଭିଯୁକ୍ତ ଫେରାର ଅଛି । ଗୁଡ୍ଡୁକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସର ଟାକ୍ସଫୋର୍ସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଧରା ନପଡିବା ପାଇଁ ବାରମ୍ବାର ଠିକଣା ବଦଳାଉଥିବା ଗୁଡ୍ଡୁ ଘଟଣା ପର ଠାରୁ ଫେରାର ହୋଇଯାଇଥିଲା । ପ୍ରଥମେ କର୍ଣ୍ଣାଟକରେ ସେ କିଛି ଦିନ ଆତ୍ମଗୋପନ କରିବା ପରେ ସେ ଓଡିଶାର ପୁରୀରେ ଲୁଚିଥିବା ସୂଚନା ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ପୁରୀ ପୋଲିସର ସହଯୋଗ ନେଇପାରେ ।

ଗୁଡ୍ଡ ଜଣେ ଅଭ୍ୟାସଗତ ଅପରାଧୀ । ସେ ବୋମା ପ୍ରସ୍ତୁତ କରିବା ଓ ବୋମା ମାଡ କରିବାରେ ବେଶ ଦକ୍ଷ । ତାକୁ ବମବାଜ ବୋଲି ମଧ୍ୟ କୁହାଯାଏ । ବାରମ୍ବାର ସ୍ଥାନ ବଦଳାଉଥିବା ଗୁଡ୍ଡୁକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସର ଏକାଧିକ ଟିମ କାମ କରୁଛି । ଉମେଶ ପାଲ ହତ୍ୟାକାଣ୍ଡ ପରେ ଯୋଗୀ ସରକାର ମାଫିଆଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଗୋଟିଏ ପଟେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଜଣେ ପରେ ଜଣେ ହତ୍ୟାକାରୀଙ୍କୁ ଏନକାଉଣ୍ଟର ସହ ମାଫିଆଙ୍କ ଘର ଉପରେ ବୁଲଡୋଜର ଚଢାଉଛି ସ୍ଥାନୀୟ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2023, 8:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.