ETV Bharat / bharat

ପର୍ଯ୍ୟଟକଙ୍କୁ ଅଟଳ ଟନେଲ ମନା - ଅଟଳ ଟନେଲ ଭ୍ରମଣ ଗାଇଡଲାଇନ

ପର୍ଯ୍ୟଟକଙ୍କୁ ଅଟଳ ଟନେଲ ଭ୍ରମଣରେ ରୋକ ଲଗାଇଛି ହିମାଚଳ ପ୍ରଦେଶ ପ୍ରଶାସନ । ଅଧିକ ବରଫପାତ ସହ ହିମସ୍ଖଳନ କାରଣରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ସୂଚନା । ଅଧିକ ପଢନ୍ତୁ....

ପର୍ଯ୍ୟଟକଙ୍କୁ ଅଟଳ ଟନେଲ ମନା
ପର୍ଯ୍ୟଟକଙ୍କୁ ଅଟଳ ଟନେଲ ମନା
author img

By

Published : Feb 16, 2021, 5:57 PM IST

ଶିମଲା: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଅଟଳ ଟନେଲ । ହିମାଚଳପ୍ରଦେଶ ରୋହତାଙ୍ଗ ଜିଲ୍ଲାରେ ଅତ୍ୟଧିକ ତୁଷାରପାତ କାରଣରୁ ଆଭଲାନ୍ଚ ଷ୍ଟଡି ଏଷ୍ଟାବ୍ଲିସମେଣ୍ଟ ପକ୍ଷରୁ ପର୍ଯ୍ୟଟକଙ୍କ ଆଗମନକୁ ବନ୍ଦ ରଖାଯାଇଛି । ସୂଚନା ଅନୁଯାୟୀ ଗତ କିଛିଦିନ ହେବ କୁଲ୍ଲୁ, ଶିମଲା, ଲାହଲ, ସ୍ପିଟି ଏବଂ ମୋନାଲିରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି । ଫଳରେ ପର୍ଯ୍ୟଟକମାନଙ୍କ ପାଇଁ କେବଳ ସୋଲାଙ୍ଗ ନଳାକୁ ଯିବାପାଇଁ ଅନୁମତି ରହିଛି ।

ତେବେ ପାଣିପାଗ ସମସ୍ୟା ଦୂର ହେଲେ ପର୍ଯ୍ୟଟକମାନଙ୍କୁ ଅଟଳ ଟନେଲ ଯିବାକୁ ଅନୁମତି ମିଳିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମନାଲି ଏସଡିଏମ ଘରସାଙ୍ଗି କହିଛନ୍ତି ଯେ, ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳଗୁଡିକରେ ହିମସ୍ଖଳନ ଏବଂ ଅଧିକ ତୁଷାରପାତ ଦେଖିବାକୁ ମିଳୁଛି । ମନାଲିର ରୋହତଙ୍ଗ ଅଞ୍ଚଳରେ ଅଧିକ ହିମସ୍ଖଳନ ହେଉତିବା ଦେଖିବାକୁ ମିଳୁଛି । ତେଣୁ ଲୋକମାନଙ୍କୁ ଏହି ସବୁ ଅଞ୍ଚଳଗୁନିକୁ ନ ଯିବାପାଇଁ ଅନୁରୋଧ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.