ନୂଆଦିଲ୍ଲୀ: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଏ ନେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମାର୍ଚ୍ଚ 1ରୁ ଆସାମରେ ନିର୍ବାଚନ ଅଭିଯାନ ଆରମ୍ଭ କରିବେ ।
ପ୍ରିୟଙ୍କା ଗାନ୍ଧୀ ଦୁଇଦିନିଆ ଆସାମ ଗସ୍ତ କରିବେ । ଏଠାରେ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି । ଏହା ପରେ ଆସାମର ଗାଜିପୁରରେ ମାର୍ଚ୍ଚ 2ରେ ହେବାକୁ ଥିବା ରାଲିକୁ ସମ୍ବୋଧିତ କରିବେ ପ୍ରିୟଙ୍କା ଗାନ୍ଧୀ ।
ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସାମ ଗସ୍ତରେ ଆସି ଏକ ରାଲିରେ ଯୋଗ ଦେଇ ନାଗରିକତ୍ବ ସଂଶୋଧନ ଅଧିନିୟମ (ସିଏଏ) କୁ କଂଗ୍ରେସ ଦଳ ଆଲୋକିତ କରିବ ବୋଲି କହିଥିଲେ । କଂଗ୍ରେସର ନେତା ଓ କର୍ମୀମାନେ ନିଜ କାନ୍ଧରେ ଏକ ସ୍କାର୍ଫ ପକାଇଥିଲେ ଯେଉଁଥିରେ ସିଏଏ ଲେଖା ରହିଥିଲା । ଏହାକୁ ଦେଖାଇ କଂଗ୍ରେସ କହିଛି ଏହି ସ୍କାର୍ଫରେ ଆମେ କ୍ରସ ଲଗାଇଛୁ । ଏହାର ମାନେ କିଛି ବି ହେଉ ନା କାହିଁକି ସିଏଏ ହେବନି । ସିଏଏ କେବେ ହେବନି କେବେ ବି ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ଶୁକ୍ରବାର ନିର୍ବାଚନ ଆୟୋଗ ଆସାମରେ ମାର୍ଚ୍ଚ27ରୁ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି । ଭୋଟ ଗଣତି ମେ 2 ରେ ହେବ । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି କ୍ଷମତାରେ ଥିଲା ବେଳେ କଂଗ୍ରେସ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ସହିତ ମେଣ୍ଟ କରୁଛି ।
@ANI