ETV Bharat / bharat

Assembly Polls: ମତଦାନ ଦିବସକୁ ସାଧାରଣ ଛୁଟି ଘୋଷଣା କଲା ଗୋଆ

ଫେବୃୟାରୀ ୧୪ ତାରିଖରେ ଗୋଆରେ ପଡିବ ଭୋଟ୍ । ଏହି ଦିନକୁ ସାଧାରଣ ଛୁଟି ଦିବସ ଭାବେ ଘୋଷଣା କଲେ ଗୋଆ ସରକାର । ଅଧିକ ପଢନ୍ତୁ

Assembly Polls: ମତଦାନ ଦିବସକୁ ସାଧାରଣ ଛୁଟି ଘୋଷଣା କଲା ଗୋଆ
Assembly Polls: ମତଦାନ ଦିବସକୁ ସାଧାରଣ ଛୁଟି ଘୋଷଣା କଲା ଗୋଆ
author img

By

Published : Feb 8, 2022, 1:40 PM IST

ପାଣାଜୀ: ଆସନ୍ତା ସୋମବାର ଗୋଆରେ ପଡିବ ଭୋଟ୍ । ଫେବୃୟାରୀ ୧୪ ତାରିଖରେ ଗୋଆ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପର୍ଯ୍ୟାୟ ମତଦାନ ହେବ । ଏହି ମତଦାନ ଦିବସକୁ ରାଜ୍ୟରେ ସାଧାରଣ ଛୁଟିଦିନ ଭାବେ ଘୋଷଣା କଲେ ଗୋଆ ସରକାର । ସାଧାରଣ ଛୁଟିଦିନ ଭଳି ୧୪ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ବନ୍ଦ ରହିବ । ସୋମବାର ଏନେଇ ଘୋଷଣା କରାଯାଇଛି ।

ଏଥିସହ ସମସ୍ତ ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କୁ ଏହି ଦିନର ଦରମା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶଥାଉ କି, ୪୦ଟି ବିଧାନସଭା ଆସନ ପାଇଁ ଗୋଆରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ମୋଟ ୩୩୨ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ବର୍ତ୍ତମାନ ଏଠାରେ ବିଜେପି ସରକାର ସତ୍ତାସୀନ ଥିବାବେଳେ ଚଳିତ ନିର୍ବାଚନରେ ବିଶେଷ ଭାବେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି ।

ନିର୍ବାଚନୀ ଦୌଡରେ ଆପ୍ ଏବଂ ଟିଏମ୍‌ସି ମଧ୍ୟ ରହିଛନ୍ତି । ଆସନ୍ତା ୧୪ରେ ଏଠାରେ ମତଦାନ ହେବ ଏବଂ ମାର୍ଚ୍ଚ ୧୦ରେ ଭୋଟ୍ ଗଣତି କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.