ETV Bharat / bharat

Rajasthan Poll: ରାଜସ୍ଥାନର ମିନି ପୁଲିଂ ବୁଥ, ଭୋଟର ଗୋଟିଏ ପରିବାର

ଆସନ୍ତା 25 ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ନେଇ ମତଦାନ ଅନୁଷ୍ଠିତ ହେବ । ଗୋଟିଏ ପରିବାରର ଭୋଟରଙ୍କ ପାଇଁ ଏକ ପୁଲିଂ ବୁଥ ସ୍ଥାପନ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 10, 2023, 3:35 PM IST

ରାଜସ୍ଥାନର ମିନି ପୁଲିଂ ବୁଥ
Assembly elections 2023

ଜୟପୁର: ଭୋଟର କହିଲେ ଗୋଟିଏ ପରିବାର । ଯାହାଙ୍କ ପାଇଁ ତିଆରି ହୋଇଛି ପୁଲିଂ ବୁଥ । ଚଳିତ ବର୍ଷ ଦେଶର 5 ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି । ନଭେମ୍ବର 7 ତାରିଖରେ ମିଜୋରାମ ଓ ଛତିଶଗଡରେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା 25 ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ନେଇ ମତଦାନ ଅନୁଷ୍ଠିତ ହେବ । ଏହାରି ଭିତରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ନିର୍ବାଚନ ଆୟୋଗ ରାଜସ୍ଥାନର ବାରମେର ଜିଲ୍ଲା ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳର ଏକ ଦୁର୍ଗମ ସ୍ଥାନରେ ଏକ ପୁଲିଂ ବୁଥ ସ୍ଥାପନ କରିଛନ୍ତି । ଯେଉଁ ବୁଥରେ ମତଦାତାଙ୍କ ସଂଖ୍ୟା 35 ରହିଛି । ସବୁଠୁ ରୋଚକ କଥା ହେଉଛି ଏହି ସମସ୍ତ ଭୋଟର ଗୋଟିଏ ପରିବାରର ।

ରାଜସ୍ଥାନର ବାରମେର ଜିଲ୍ଲାରେ ଗୋଟିଏ ପରିବାର ପାଇଁ ପୁଲିଂ ବୁଥ ସ୍ଥାପନ ହୋଇଛି । ଗାଁଟି ବାଡେର କା ପାର ନାମରେ ଜଣାଶୁଣା । ନିର୍ବାଚନୀ ସମୟରେ ଗାଁର ଲୋକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଭୋଟ ଦେବାକୁ ହେଲେ 20କିମି ଦୂର ଯିବାକୁ ପଡିଥାଏ । ପାଦରେ ଚାଲି ଚାଲି ନଚେତ ଓଟ ସାହାଯ୍ୟରେ ଯିବାକୁ ପଡିଥାଏ । ବିଶେଷ କରି ମହିଳା ଓ ବୟସ୍କ ବ୍ୟକ୍ତି ଭୋଟ ସମୟରେ ଏତେ ଦୂର ଯାତ୍ରା କରିବାକୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି କାରଣରୁ ପରିବାରର କେବଳ ପୁରୁଷ ସଦସ୍ୟ ମତଦାନ ସାବ୍ୟସ୍ତ କରିଥାନ୍ତି । ମହିଳାମାନେ ମତଦାନରୁ ବଞ୍ଚିତ ହୁଅନ୍ତୁ । ମାତ୍ର ଚଳିତ ବର୍ଷ ଏମାନଙ୍କ ଭାଗ୍ୟ ବଦଳିଛି ।

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ନିର୍ବାଚନ ଆୟୋଗ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ପରିବାର ଏହି 35 ଭୋଟରଙ୍କ ପାଇଁ ଏକ ପୁଲିଂ ବୁଥ ସ୍ଥାପନା ହୋଇଛି । ଫଳରେ ଏହାକୁ ନେଇ ଗ୍ରାମବାସୀ ଖୁସିବ୍ୟକ୍ତି କରିଛନ୍ତି । ନିର୍ବାଚନ ଆୟୋଗଙ୍କ ପୁଲିଂ ବୁଥ ସ୍ଥାପନ କରିବା ଦ୍ବାରା ମହିଳା ଓ ବୟସ୍କ ଭୋଟର ଉପକୃତ ହେବ । ବାରମେର ଗାଁରେ ଥିବା 35 ଭୋଟରଙ୍କ ମଧ୍ୟରେ 17ଜଣ ମହିଳା ଥିବାବେଳେ 18 ଜଣ ପୁରୁଷ ରହିଛନ୍ତି ।

ଏହା ବି ପଢନ୍ତୁ...Rajasthan Poll: ବଦଳିଲା ମତଦାନ ତାରିଖ, 23 ପରିବର୍ତ୍ତେ 25ରେ ଭୋଟିଂ

ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟରେ ରାଜ୍ୟରେ 200 ଆସନରେ ଆସନ୍ତା ନଭେମ୍ବର 25 ତାରିଖରେ ଭୋଟ ଗ୍ରହଣ ହେବ । 2018 ବିଧାନସଭା ନିର୍ବାଚନରେ କଂଗ୍ରେସ 99ଟି ଆସନ ଜିତିଥିଲା ବିଜେପି 73ଟି ଆସନ ଜିତିଥିଲା । ବିଏସପି ବିଧାୟକଙ୍କ ସମର୍ଥନରେ ରାଜ୍ୟରେ ଅଶୋକ ଗେହଲଟ କ୍ଷମତାକୁ ଆସିଥିଲେ । ଡିସେମ୍ବର 3 ତାରିଖରେ ରାଜସ୍ଥାନ ସମେତ 5 ରାଜ୍ୟରେ ଜନାଦେଶ ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.