ETV Bharat / bharat

ବୈଠକରେ ବିବାଦର ସମାଧାନ କରିବେ ଆସାମ-ମିଜୋରାମ

ଆଲୋଚନା ଜରିଆରେ ସମାଧାନର ରାସ୍ତା ଖୋଜିବା ଦିଗରେ ଜୋର ଦେଇଛନ୍ତି ଆସାମ ଓ ମିଜୋରାମ । ଅଧିକ ପଢନ୍ତୁ...

ବୈଠକ ଟେବୁଲରେ ବିବାଦର ସମାଧାନ କରିବେ ଆସାମ-ମିଜୋରାମ

author img

By

Published : Aug 5, 2021, 10:07 PM IST

ଦିସପୁର: ମିଜୋରାମ ଓ ଆସାମ ଭିତରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଉଭୟ ରାଜ୍ୟର ସରକାରଙ୍କ ପକ୍ଷରୁ ଜାରି ହୋଇଛି ମିଳିତ ବୟାନ । ଆଲୋଚନା ଜରିଆରେ ସମାଧାନର ରାସ୍ତା ଖୋଜିବା ଦିଗରେ ଜୋର ଦେଇଛନ୍ତି ଉଭୟ ରାଜ୍ୟ ।

ସୀମା ବିବାଦକୁ ନେଇ ମିଜୋରାମ ଏବଂ ଆସାମ ଆଲୋଚନା କରିଛନ୍ତି । ସମସ୍ୟାର ସମାଧାନ କରିବାକୁ ସହମତ ହୋଇଛନ୍ତି ଉଭୟ ରାଜ୍ୟ । ଜାରି ମିଳିତ ବିବୃତ୍ତିରେ କୁହାଯାଇଛି ଯେ ଆନ୍ତଃରାଜ୍ୟ ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଦୁଇ ରାଜ୍ୟ ସରକାର ସହମତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଦ୍ବାରା ନ୍ୟୁଟ୍ରାଲ ବଳ ମୁତୟନକୁ ସ୍ବାଗତ କରାଯଆଇଛି ।

ପାଟ୍ରୋଲିଂ ପାଇଁ ଦୁଇ ରାଜ୍ୟ ନିଜ ନିଜ ସୀମାକୁ ପୋଲିସ ଫୋର୍ସ ପଠାଇବେ ନାହିଁ। ଏଥିସହ ନିକଟ ଅତୀତରେ ଦୁଇ ରାଜ୍ୟର ପୋଲିସ ବାହିନୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଅଞ୍ଚଳରେ କୌଣସି ସୈନ୍ୟ ମୁତୟନ ହେବ ନାହିଁ। ଏଥିରେ ଆସାମ-ମିଜୋରାମ ସୀମାରେ ଥିବା ସମସ୍ତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି ।

ବହୁ ଦଶନ୍ଧି ପୁରୁଣା ଆସାମ ଓ ମିଜୋରାମ ସୀମା ବିବାଦ । ହେଲେ ନିକଟରେ ଘଟିଥିବା ଘଟଣା ଆଗରୁ କେବେହେଲେ ଦେଖିବାକୁ ମିଳିନଥିଲା । ଫୁଟିଥିଲା ଗୁଳି । ଆଉ ଏଥିରେ ଶହୀଦ ହୋଇଯାଇଥିଲେ ୬ ପୋଲିସ । ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ବିବାଦ ନେଇଥିଲା ରକ୍ତ ସଂଘର୍ଷର ରୂପ ।

ସୀମାନ୍ତରେ ହିଂସା କାରଣରୁ ଆସାମ ପୋଲିସର ୬ ଯବାନ ଶହୀଦ ହୋଇଯାଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୁଇ ରାଜ୍ୟ ମଧ୍ୟରେ ଜାରି ସଂଘର୍ଷର ସାମାଧାନ ପାଇଁ ଖୋଦ ଗୃହମନ୍ତ୍ରଣାଳୟକୁ ମାମଲାରେ ମୁଣ୍ଡ ପୁରାଇବାକୁ ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.