ETV Bharat / bharat

The Kashmir Files: ଫିଲ୍ମ ଦେଖିବାକୁ ମିଳିବ ଅଧା ଦିନ ଛୁଟି !

author img

By

Published : Mar 16, 2022, 10:18 AM IST

ଦ କାଶ୍ମୀର ଫାଇଲ୍ସ ଫିଲ୍ମ ଦେଖିବାକୁ ସରକାରୀ କର୍ମଚାରୀଙ୍କୁ ମିଳିବ ଅଧା ଦିନ ଛୁଟି । ଜାଣନ୍ତୁ କେଉଁଠି

The Kashmir Files: ଦ କାଶ୍ମୀର ଫାଇଲ୍ସ ଦେଖିବାକୁ ମିଳିବ  ଅଧା ଦିନ ଛୁଟି

ଗୌହାଟୀ: କାଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ 'ଦ କାଶ୍ମୀର ଫାଇଲ୍ସ'କୁ ନେଇ ସାରା ଦେଶରେ ଜୋର ଧରିଛି ଚର୍ଚ୍ଚା । ଏହି ଫିଲ୍ମରେ ୧୯୯୦ ଦଶକରେ କାଶ୍ମୀର ହିନ୍ଦୁଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଏବଂ କାଶ୍ମୀର ଛଡିବା ଘଟଣାବଳୀକୁ ଦର୍ଶାଯାଇଛି । ସିନେମା ହଲ୍‌ରେ ଦର୍ଶକଙ୍କ ନାହିଁ ନଥିବା ଭିଡ ଜମୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଫିଲ୍ମକୁ ପ୍ରଶଂସା କରିବା ସହ ଏହାକୁ ଦେଖିବା ଉଚିତ୍ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଙ୍ଗଳବାର ଏକ ବଡ ଘୋଷଣା କରିଛନ୍ତି ।

ଦ କାଶ୍ମୀର ଫାଇଲ୍ସ ଦେଖିବାକୁ ଚାହୁଁଥିବା ସରକାରୀ କର୍ମଚାରୀମାନେ ଅଧା ଦିନ ଛୁଟି(Half-Day Leave) ନେଇ ଚଳଚ୍ଚିତ୍ର ଦେଖିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶ୍ବଶର୍ମା କହିଛନ୍ତି, ମୁଁ ଖୁସିର ସହ ଏହି ଘୋଷଣା କରୁଛି ଯେ, ଆମର ସମସ୍ତ ସରକାରୀ କର୍ମଚାରୀମାନେ 'ଦ କାଶ୍ମୀର ଫାଇଲ୍ସ' ଦେଖିବା ପାଇଁ ଅଧା ଦିନର ବିଶେଷ ଛୁଟି ପାଇପାରିବେ । ଏଥିପାଇଁ ତାଙ୍କୁ କେବଳ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବାକୁ ହେବ ଏବଂ ପରଦିନ ଅଫିସରେ ଟିକେଟ୍ ଦାଖଲ କରିବାକୁ ପଡିବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଗୌହାଟୀର ଏକ ଥିଏଟରରେ ଏହି ଫିଲ୍ମଟି ଦେଖିଛନ୍ତି । କାଶ୍ମୀର ପଣ୍ଡିତଙ୍କ ନରସଂହାର ମାନବିକତା ଉପରେ ଏକ କଳାଦାଗ ବୋଲି ସେ କହିଛନ୍ତି ।

ସମସ୍ତଙ୍କ ମୁହଁରେ ଏବେ ଗୋଟିଏ ଫିଲ୍ମର ନାଁ 'ଦ କାଶ୍ମୀର ଫାଇଲ୍ସ' ରହିଛି । ଯେପରି ଅଧିକରୁ ଅଧିକ ଦର୍ଶକ ଥିଏଟରରେ ଫିଲ୍ମକୁ ଦେଖିପାରିବେ ସେଥିପାଇଁ କିଛି ରାଜ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି । ରାଜ୍ୟ ସରକାର ଏହି ଫିଲ୍ମର ଟିକେଟ୍ ପାଇଁ ଷ୍ଟେଟ୍ ଜିଏସଟି ନେବେ ନାହିଁ । ମାର୍ଚ୍ଚ ୧୧ ତାରିଖରେ ହରିୟାଣା ସରକାର ଦ କାଶ୍ମୀର ଫାଇଲ୍ସକୁ ରାଜ୍ୟରେ ଟ୍ୟାକ୍ସ ଫ୍ରି ଘୋଷଣା କରିବା ପରେ ଏହାପଛକୁ ଗୁଜୁରାଟ ସରକାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୋଆ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାର ନିଜ ନିଜ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.