ETV Bharat / bharat

ଦେଶରେ 5ଟି ରାଜଧାନୀ ପ୍ରସ୍ତାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି

author img

By

Published : Aug 29, 2022, 10:15 PM IST

କେଜ୍ରିଓ୍ବାଲ ଓ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଜାରି ରହିଛି ଟ୍ବିଟ ଓ୍ବାର । ଉଭୟ ପରସ୍ପର କରୁଛନ୍ତି ଟାର୍ଗେଟ । ଦେଶରେ 5ଟି ରାଜଧାନୀ ପ୍ରତିଷ୍ଠା କରାଯାଉ କହି କେଜ୍ରିଓ୍ବାଲଙ୍କୁ ସମାଲୋଚନା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ବଶର୍ମା । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କୁ ହିମନ୍ତଙ୍କ ସମାଲୋଚନା, କହିଲେ ଦେଶରେ ହୋଇପାରିବ କି 5ଟି ରାଜଧାନୀ

ଗୌହାଟୀ: ଦେଶର ବିଭିନ୍ନ ଅଞ୍ଚଳ ମଧ୍ୟରେ ଆଞ୍ଚଳିକ ତଥା ଆର୍ଥିକ ଅସମାନତା ଦୂର କରିବା ପାଇଁ ଦେଶରେ 5 ଟି ରାଜଧାନୀ ପ୍ରତିଷ୍ଠା କରିବା ସମ୍ଭବ କି ? ଏପରି କିଛି ପ୍ରସ୍ତାବ ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଟ୍ବିଟରରେ କ୍ରମାଗତ ଟାର୍ଗେଟ କରି ଆସୁଥିବା ବିଶ୍ବଶର୍ମା ଟ୍ବିଟ କରି ଆଜି କେଜ୍ରିଓ୍ବାଲଙ୍କୁ ପରୋକ୍ଷ ସମାଲୋଚନା କରି ଏପରି ପ୍ରସ୍ତାବମୂଳକ ଟ୍ବିଟ କରିଥିବା ଦେଖିବାକୁ ମିଳିଛି । ଦେଶରେ ଆର୍ଥିକ ଅସମାନତା ଦୂର କରିବା ପାଇଁ ଦେଶର ବିଭିନ୍ନ ଜୋନରେ ରାଜଧାନୀ ପ୍ରତିଷ୍ଠା କରିବାର ଆବଶ୍ୟକତା ଥିବା ହିମନ୍ତ କହିଛନ୍ତି ।

  • दिल्ली के मुख्यमंत्री श्री @ArvindKejriwal जी को दूसरे राज्यों का मजाक उड़ाने की आदत हो गई है।

    मेरा मानना है कि हमें देश के विभिन्न जोन की आर्थिक असमानता को दूर करने पर काम करना चाहिए।

    क्या हम संतुलित विकास के लिए भारत की 5 राजधानियों पर विचार कर सकते हैं, हरेक जोन में एक?

    1/3

    — Himanta Biswa Sarma (@himantabiswa) August 29, 2022 " class="align-text-top noRightClick twitterSection" data=" ">

दिल्ली के मुख्यमंत्री श्री @ArvindKejriwal जी को दूसरे राज्यों का मजाक उड़ाने की आदत हो गई है।

मेरा मानना है कि हमें देश के विभिन्न जोन की आर्थिक असमानता को दूर करने पर काम करना चाहिए।

क्या हम संतुलित विकास के लिए भारत की 5 राजधानियों पर विचार कर सकते हैं, हरेक जोन में एक?

1/3

— Himanta Biswa Sarma (@himantabiswa) August 29, 2022

ହିମନ୍ତ ବିଶ୍ବଶର୍ମାଙ୍କ ଏପରି ଟ୍ବିଟ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରି କୁହାଯାଇଥିବା କୁହାଯାଉଛି । ହିମନ୍ତ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଅନ୍ୟ ରାଜ୍ୟମାନଙ୍କୁ ପରିହାସ କରୁଛନ୍ତି । ଆର୍ଥିକ ଭାବେ ପଛୁଆ ରାଜ୍ୟମାନଙ୍କୁ କେଜ୍ରିଓ୍ବାଲଙ୍କ ଏପରି ଭାବେ ଉପହାସ କରିବାକୁ ନେଇ ସେ ପରୋକ୍ଷରେ ସମାଲୋଚନା କରିବା ସହ ଦେଶର ବିଭିନ୍ନ ସ୍ଥାନରେ 5 ଟି ରାଜଧାନୀ ପ୍ରତିଷ୍ଠା କରିବା ସମ୍ଭବ କି ବୋଲି ପ୍ରଶ୍ନ କରିଥିଲେ । ବିଶ୍ବଶର୍ମା ଏନେଇ ସିରିଜ ମଧ୍ୟ ଟ୍ବିଟ କରିଛନ୍ତି ।

ଗତ କିଛି ଦିନ ଧରି ଉବୟଙ୍କ ମଧ୍ୟରେ ଟ୍ବିଟରରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ଦେଖିବାକୁ ମିଳିଛି । କ୍ରମାଗତ ଏପରି ଟ୍ବିଟ ମଧ୍ୟ ଉଭୟ ଜାରି ରଖିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ କରିବା ପରେ କେବଳ ଏହି ଦୁଇ ନେତାଙ୍କ ମଧ୍ୟରେ ନୁହେଁ ବରଂ ବିରୋଧୀ ବିଜେପି ଓ ଶାସକ ଆମ ଆଦମୀ ପାର୍ଟି(AAP) ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଆପ୍‌ ନେତା ଲଗାତାର BJP ବିରୋଧରେ ଗମ୍ଭୀର ଅଭିଯୋଗ କରି ଆସୁଛନ୍ତି ।

ସେପଟେ ବିଜେପି ମଧ୍ୟ ସଡ଼କରୁ ଆରମ୍ଭ କରି ସଦନ ପର୍ଯ୍ୟନ୍ତ ଆପ୍‌କୁ ବିରୋଧ କରି ଆସୁଛି । ଆଜି (ସୋମବାର) ଗୃହରେ ଆସ୍ଥା ପ୍ରସ୍ତାବ ଆଣିଥାନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ ଗୃହ ମୁଲତବୀ ହୋଇଯିବାରୁ ଆସନ୍ତାକାଲି ଏହି ପ୍ରସ୍ତାବ ଉପରେ ଆଲଚନା ହୋଇପାରେ । ଏହାପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଟ୍ବିଟ୍‌ ୱାର୍‌ (Twitter War Between Kejriwal and Himanta) କ୍ରମଶଃ ତୀବ୍ର ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.