ETV Bharat / bharat

Assam: 4 ଜିଲ୍ଲାରୁ ହଟିଲା, 4 ଜିଲ୍ଲାରେ ବଳବତ୍ତର ରହିଲା AFSPA

author img

By ETV Bharat Odisha Team

Published : Oct 1, 2023, 6:27 PM IST

Updated : Oct 1, 2023, 7:08 PM IST

ଆସାମରେ 4ଟି ଜିଲ୍ଲାରୁ ହଟିଲା, 4 ଜିଲ୍ଲାରେ ବଳବତ୍ତର ରହିଲା AFSPA । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଦେଲେ ସୂଚନା । ଅଧିକ ପଢନ୍ତୁ

4 ଜିଲ୍ଲାରେ ବଳବତ୍ତର ରହିଲା AFSPA
4 ଜିଲ୍ଲାରେ ବଳବତ୍ତର ରହିଲା AFSPA

ଗୌହାଟୀ: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଆଇନ ଶୃଙ୍ଖଳା ଓ ଆଭ୍ୟନ୍ତରୀଣ ଅସ୍ଥିରତା ପାଇଁ 8ଟି ଜିଲ୍ଲାରେ ଜାରି ହୋଇଥିବା ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) 4ଟି ଜିଲ୍ଲାରୁ ପ୍ରତ୍ୟାହୃତ ହୋଇଛି । ସେହିପରି ଅବଶିଷ୍ଟ 4ଟି ଜିଲ୍ଲାରେ ଏହାକୁ ଆସନ୍ତା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛି ବିଶ୍ବଶର୍ମା ସରକାର । ଆଜି (ରବିବାର) ଆସାମ ପୋଲିସ୍ ଡେ’-2023 କାର୍ଯ୍ୟକ୍ରମରେ ଡିଜିପି ଜୟନେନ୍ଦ୍ର ପ୍ରତାପ ସିଂ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜିଠାରୁ (ଅକ୍ଟୋବର ପହିଲା) ଏହି ନିୟମ କାର୍ଯ୍ୟକାରୀ ହେବ । ଏହା ଆସନ୍ତା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ପରେ ସ୍ଥିତି ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ସରକାର ।

ଆଜି ନିଷ୍ପତ୍ତି ଅନୁସାରେ, ଜୋରହାଟ, ଗୋଲାଘାଟ, କର୍ବି ଆଙ୍ଗ୍ଲୋଙ୍ଗ ଏବଂ ଡିମା ହାସାଓରୁ AFSPA ପ୍ରତ୍ୟାହାର କରାଯାଇଛି । ଏବେ AFSPA ଜାରି ରହିବାକୁ ଥିବା ଜିଲ୍ଲା ମଧ୍ୟରେ ଦିବ୍ରୁଗଡ, ଟିନୁସୁକିଆ, ସିଭାସାଗର ଏବଂ ଚାରିଏଡୋ କହିଛି । ଆସାମ ସରକାର ଶେଷ ଥର ପାଇଁ ଏହି 8ଟି ଜିଲ୍ଲାକୁ ଚଳିତ ଏପ୍ରିଲ 1 ତାରିଖରେ ଆଇନ ଶୃଙ୍ଖଳା ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା କରିବା ସହ AFSPA ଲାଗୁ କରିଥିଲେ । ଏବେ ଏଥିମଧ୍ୟରୁ 4ଟି ଜିଲ୍ଲାରେ ସ୍ଥିତିରେ ସୁଧାର ଆସିବା କାରଣରୁ ଏହି ଆଇନକୁ ପ୍ରତ୍ୟାହାର କରାଯାଇଥିବା ବେଳେ ଅବଶିଷ୍ଟ 4 ଟିରେ ଏହା ଆସନ୍ତା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରଖାଯିବାକୁ ନିଷ୍ପତ୍ତି ହୋଇଛି ।

ଆସାମ ସମେତ ଏକାଧିକ ଉତ୍ତର-ପୂର୍ବ ରାଜ୍ୟରେ ଏହି ବିବାଦୀୟ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) ଲାଗୁ କରାଯାଇଛି । ପଡୋଶୀ ଚୀନ, ମିଆଁମାର ଓ ବାଂଲାଦେଶ ସୀମାନ୍ତରେ ଥିବା ଏହି ସବୁ ଅଞ୍ଚଳରେ ଆଇନ ଶୃଙ୍ଖଳା ସ୍ଥିତି, ଉଗ୍ରବାଦୀ ତଥା ବିଛିନ୍ନତାବାଦୀ କାର୍ଯ୍ୟକଳାପ ପାଇଁ ଏହା ଲାଗୁ କରାଯାଇଥିବା ବେଳେ ଏହାକୁ ଏକାଧିକ ସ୍ଥାନୀୟ ସଂଗଠନ ଓ ମାନବାଧିକାର ସଂଗଠନ ମଧ୍ୟ ବିରୋଧ କରୁଛନ୍ତି । ଏହାକୁ ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ଉତ୍ତର-ପୂର୍ବ ଅଧିବାସୀ ଦାବି ମଧ୍ୟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Manipur violence: ଗିରଫ ସନ୍ଦିଗ୍ଧ ଆତଙ୍କୀକୁ 2 ଦିନିଆ ରିମାଣ୍ଡରେ ନେଲା NIA

ତେବେ ବିଭିନ୍ନ ଅଞ୍ଚଳର ସ୍ଥିତିରେ ସୁଧାର ଆସିବାକୁ ଦେଖି ଏହାକୁ କ୍ରମଶଃ ପ୍ରତ୍ୟାହାର କରାଯାଉଛି । ଏବେ ସୁଦ୍ଧା ଆସାମର ଅନେକ ଅଞ୍ଚଳରୁ AFSPA ପ୍ରତ୍ୟାହାର କରାଯାଇଥିବା ବେଳେ ଶେଷ ଥର ପାଇଁ 8ଟି ଜିଲ୍ଲାରେ ଲାଗୁ କରାଯାଇଥିଲା । ସେଥିମଧ୍ୟରୁ 4ଟିରେ ଆଜି ଏହାକୁ ପ୍ରତ୍ୟାହାର କରାଯାଇଥିବା ଆସନ୍ତା 6 ମାସ ପର୍ଯ୍ୟନ୍ତ ଅନ୍ୟ 4ଟି ଜିଲ୍ଲାରେ ଏହା ବଳବତ୍ତର ରହିବ ।

Last Updated : Oct 1, 2023, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.