ETV Bharat / bharat

କର୍ଣ୍ଣାଟକ CM ହେବାକୁ କିଏ ମାଗିଥିଲେ ଅଢେଇ ହଜାର କୋଟି, ନାମ ଖୁଲାସା କରିବାକୁ ଦାବି - କର୍ଣ୍ଣାଟକ ବିଜେପି

କର୍ଣ୍ଣାଟକ ବିଜେପି ବିଧାୟକ ବାସନାଗୁଡା ପାଟିଲ ୟାଟନଲଙ୍କୁ ସିଏମ ହେବା ପାଇଁ 2500 କୋଟି ଟଙ୍କା ମାଗାଯିବା ମନ୍ତବ୍ୟ ଘଟଣା । ନାମ ଖୁଲାସା କରିବାକୁ BJP ନେତାଙ୍କ ଦାବି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ହେବା ପାଇଁ କିଏ ଯାଚିଥିଲେ ଅଢେଇ ହଜାର କୋଟି, ନାମ ସ୍ପଷ୍ଟୀକରଣ ମାଗିଲା କର୍ଣ୍ଣାଟକ ବିଜେପି

author img

By

Published : May 8, 2022, 11:37 AM IST

କର୍ଣ୍ଣାଟକ: କର୍ଣ୍ଣାଟକ ବିଜେପି ବିଧାୟକ ବାସନାଗୁଡା ପାଟିଲ ୟତନଲଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଢେଇ ହଜାର କୋଟି ଟଙ୍କା ଦେବାକୁ କୁହାଯାଇଥିବା ମନ୍ତବ୍ୟ ପରେ କର୍ଣ୍ଣାଟକ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ସେହି ବ୍ୟକ୍ତି କିଏ, ତାଙ୍କ ନାମ ସ୍ପଷ୍ଟ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କ ସମେତ ଅନେକ ବିଜେପି ନେତା ଦାବି କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ନେତାମାନେ ଏହାର ତଦନ୍ତ ଦାବି କରିଛନ୍ତି । ବେଲାଗାଭିରେ ଏକ କାର୍ଯ୍ୟକ୍ରମରେ ବିଧାୟକ ବାସନାଗୁଡା ପାଟିଲ ୟତନଲ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ 2500 କୋଟି ଟଙ୍କା ମଗାଯାଇଥିବା ମନ୍ତବ୍ୟ ଦେଇଥିଲେ । କର୍ଣ୍ଣାଟକ BJP ସଭାପତି ନଳୀନ କୁମାର କାଟିଲ କହିଛନ୍ତି, "ଦଳର ଶୃଙ୍ଖଳା କମିଟି ବିଧାୟକ ଯତନାଲଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛୁ । ଆମେ କେନ୍ଦ୍ରୀୟ ଶୃଙ୍ଖଳା କମିଟିକୁ ମଧ୍ୟ ଅବଗତ କରିଛୁ । କେନ୍ଦ୍ରୀୟ ଶୃଙ୍ଖଳା କମିଟି ମଧ୍ୟ ବିଧାୟକଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛି ।" କେଉଁ ଅର୍ଥରେ ବିଧାୟକ ଏପରି କହିଛନ୍ତି ଜାଣନ୍ତି ନାହିଁ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.