ETV Bharat / bharat

ଏସିଆର ଉଚ୍ଚତମ ହାତୀ କଙ୍କାଳ ତ୍ରିସୁର ମ୍ୟୁଜିୟମରେ ପ୍ରଦର୍ଶିତ

author img

By

Published : Aug 19, 2022, 12:13 PM IST

Updated : Aug 19, 2022, 12:39 PM IST

କେରଳର ତ୍ରିସୁର ସଂଗ୍ରହାଳୟରେ ରହିଛି ଏସିଆ ମହାଦେଶର ଉଚ୍ଚତମ ହାତୀ କଙ୍କାଳ, ଏହାର ଉଚ୍ଚତା ରହିଛି ୧୧.୪ ଫୁଟ । ଅଧିକ ପଢନ୍ତୁ

ଥ୍ରୀସୁର ସଂଗ୍ରହାଳୟରେ ଉଚ୍ଚତମ ହାତୀ କଙ୍କାଳ
ଥ୍ରୀସୁର ସଂଗ୍ରହାଳୟରେ ଉଚ୍ଚତମ ହାତୀ କଙ୍କାଳ

ଥୁରୁଅନନ୍ତପୁରମ: ଏସିଆ ମହାଦେଶର ଉଚ୍ଚତମ ହାତୀ ଚେଙ୍ଗାଲୁର ରଙ୍ଗନାଥନ । ଯାହାର କଙ୍କାଳ କେରଳର ତ୍ରିସୁର ସଂଗ୍ରହାଳୟରେ ପ୍ରଦର୍ଶିତ ହୋଇଛି । ଏହି ହାତୀଟି ଏସିଆର ସବୁଠାରୁ ବଡ ହାତୀ ବୋଲି କୁହାଯାଉଥିବାବେଳେ, ଏହାର ଉଚ୍ଚତା ୧୧.୪ ଫୁଟ । କେରଳ ମନ୍ଦିରର ଲୋକ କଥାରେ ହାତୀଟିର ନାମ ମଧ୍ୟ ଶୁଣିବାକୁ ମିଳେ । ମହାନ କବି ଭାଲାଥୋଲ ନାରାୟଣ ମେନନ୍ ମଧ୍ୟ ଏହି ହାତୀ ଉପରେ କବିତା ଲେଖିଛନ୍ତି ।

ଥ୍ରୀସୁର ସଂଗ୍ରହାଳୟରେ ଉଚ୍ଚତମ ହାତୀ କଙ୍କାଳ
ତ୍ରିସୁର ସଂଗ୍ରହାଳୟରେ ଉଚ୍ଚତମ ହାତୀ କଙ୍କାଳଥ୍ରୀସୁର ସଂଗ୍ରହାଳୟରେ ଉଚ୍ଚତମ ହାତୀ କଙ୍କାଳ

କୁହାଯାଏ ହାତୀଟି ଛୋଟ ଦିନରୁ ତାମିଲନାଡୁର ପ୍ରସିଦ୍ଧ ଶ୍ରୀରଙ୍ଗମ ମନ୍ଦିରରେ ରହିଥିଲା, ଏଠାରେ ହାତୀଟିକୁ ପାଣି ଆଣିବା ପାଇଁ ବ୍ୟବହାର କରାଯାଉଥିଲା । ଧୀରେ ଧୀରେ ହାତୀଟିର ବୟସ ବଢିବା ସହ ତାର ଆକାର ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା । ଫଳରେ ମନ୍ଦିରରେ ପ୍ରବେଶ କରିବା ସମୟରେ ହାତୀଟି ଆହତ ହେଉଥିଲା । ଏହାପରେ ହାତୀଟିକୁ ୧୫ଶହ ଟଙ୍କାରେ ବିକ୍ରି ପାଇଁ ମନ୍ଦିର ପ୍ରଶାସନ ଖବର କାଗଜରେ ବିଜ୍ଞାପନ ଦେଇଥିଲା ।

ଥ୍ରୀସୁର ସଂଗ୍ରହାଳୟରେ ଉଚ୍ଚତମ ହାତୀ କଙ୍କାଳ
ଥ୍ରୀସୁର ସଂଗ୍ରହାଳୟରେ ଉଚ୍ଚତମ ହାତୀ କଙ୍କାଳ

ବିଜ୍ଞାପନକୁ ଦେଖିବା ପରେ ଚେଙ୍ଗାଲୁରୁ ପରମେଶ୍ବରନ ନମ୍ବୁଡିର ଏହି ହାତୀଟିକୁ କିଣି ତାର ଚିକିତ୍ସା କରାଇଥିଲେ । ସେବେଠାରୁ ଏହି ହାତୀଟି ଏଠାରେ ଥିବା ମନ୍ଦିର ଉତ୍ସବରେ ବ୍ୟବହାର କରାଯାଏ । ଆୟୋଜିତ ଶୋଭାଯାତ୍ରାରେ ହାତୀ ଉପରେ ଭଗବାନଙ୍କ ମୂର୍ତ୍ତି ଗୁଡିକୁ ନିଆଯାଏ । ଏହାପରେ ୧୯୧୪ରେ ହାତୀଟି ଆକ୍ରମଣର ଶିକାର ହେବାରୁ ଆହତ ଅବସ୍ଥାରେ ୧୯୧୭ରେ ପ୍ରାଣ ହରାଇଥିଲା ।

ଖାଲି ଏତିକି ନୁହେଁ ହାତୀଟିର ମୃତ୍ୟୁ ପରେ ବ୍ରିଟିଶ କର୍ତ୍ତୃପକ୍ଷ କଙ୍କାଳକୁ ମାଡ୍ରାସ ସଂଗ୍ରହାଳୟକୁ ହସ୍ତାନ୍ତର କରିବାକୁ ହାତୀ ମାଲିକଙ୍କୁ କହିଥିଲେ । କିନ୍ତୁ ପରେ ଏହାକୁ ପୋତି ଦିଆଯାଇଥିଲା । ଦୀର୍ଘ ବର୍ଷ ପରେ ପୁଣି ହାତୀର କଙ୍କାଳକୁ ମାଟିତଳୁ ବାହାର କରାଯାଇଥିଲା । ଏହି ସମୟରେ କେରଳର ତ୍ରିସୁର ସଂଗ୍ରହାଳୟ ମାଡ୍ରାସର ନିଜର ପ୍ରତିପକ୍ଷଙ୍କୁ ଭେଟି ହାତୀଟିର କଙ୍କାଳ ଦେବା ପାଇଁ କହିଥିଲେ । ଏହା ପରେ ମାଡ୍ରାସ ସଂଗ୍ରହାଳୟ ରାଜି ହୋଇ କଙ୍କାଳକୁ ତ୍ରିସୁର ସଂଗ୍ରହାଳୟକୁ ହସ୍ତାନ୍ତର କରିବାକୁ ସ୍ଥିର କଲା । ପରେ ଏହାକୁ ବିଶେଷଜ୍ଞଙ୍କ ତତ୍ବାବଧାନରେ ସଂଗ୍ରହାଳୟର ହଲରେ ପ୍ରଦର୍ଶିତ କରାଯାଇଥିଲା ।

Last Updated : Aug 19, 2022, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.