ETV Bharat / bharat

ଜ୍ଞାନବ୍ୟାପୀରେ ASI ଟିମ୍‌ର ସର୍ଭେ ଆରମ୍ଭ, ସୁରକ୍ଷା କଡାକଡି - ଜ୍ଞାନବ୍ୟାପୀରେ ଏଏସଆଇ ସର୍ଭେ

ଉତ୍ତରପ୍ରଦେଶ ଜ୍ଞାନବ୍ୟାପୀ ପରିସରରେ ସର୍ଭେ ଆରମ୍ଭ ହୋଇଛି । ଗତ 21 ତାରିଖରେ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅଧିକ ପଢନ୍ତୁ

ASI ଟିମ୍ ଦ୍ବାରା ଜ୍ଞାନବ୍ୟାପୀ ସର୍ଭେ ଆରମ୍ଭ
asi survey of gyanvapi premises
author img

By

Published : Jul 24, 2023, 8:41 AM IST

ଲକ୍ଷ୍ନୌ: ବାରଣାସୀରେ ଥିବା ଜ୍ଞାନବ୍ୟାପୀ ପରିସରରେ ସର୍ଭେ ଆରମ୍ଭ ହୋଇଛି । ସକାଳ 7ଟାରୁ ଏଏସଆଇ ଟିମ୍ ଦ୍ବାରା ଜ୍ଞାନବ୍ୟାପୀ ମସଜିଦ ପରିସରରେ ସାଇଣ୍ଟିଫିକ ସର୍ଭେ ଆରମ୍ଭ ହୋଇଛି । ସର୍ଭେ ପାଇଁ ଗତ 21 ତାରିଖରେ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମନ୍ଦିର ଉପରେ ମସଜିଦ ନିର୍ମାଣ ହୋଇଛି କି ନାହିଁ ତାହା ଜାଣିବାକୁ ସର୍ଭେ ଆରମ୍ଭ ହୋଇଛି । କାଶୀ ବିଶ୍ବନାଥ ମନ୍ଦିର ପାଖରେ ରହିଛି ଜ୍ଞାନବ୍ୟାପୀ ମସଜିଦ । ସର୍ଭେ ନେଇ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଗତ 21 ତାରିଖରେ ଜ୍ଞାନବ୍ୟାପୀ ପରିସରରେ ସର୍ଭେ ନେଇ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏନେଇ ଆଜି(ସୋମବାର) ସକାଳୁ ମସଜିଦ ପରିସରରେ ସାଇଣ୍ଟିଫିକ ସର୍ଭେ ଆରମ୍ଭ ହୋଇଛି । ପ୍ରାୟ 40 ଜଣିଆ ଏଏସଆଇ ଟିମ୍ ଦ୍ବାରା ସାଇଣ୍ଟିଫିକ ସର୍ଭେ ହେଉଛି । ଅଗଷ୍ଟ 4 ତାରିଖରେ ବାରଣାସୀ କୋର୍ଟରେ ଏଏସଆଇ ସର୍ଭେ ରିପୋର୍ଟ ଦାଖଲ କରିବ । ସର୍ଭେରେ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ଉପସ୍ଥିତ ରହିଛନ୍ତି । କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହେଉ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ସର୍ଭେ ନେଇ ଏଏସଆଇ GPR (Ground Penetrating Radar) ବ୍ୟବହାର କରିଛି ।

ଗତକାଲି (ରବିବାର) ରାତିରେ ଲଗାତାର ପୋଲିସ କମିଶନର, ବାରଣାସୀ ଜିଲ୍ଲା ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କ ଛଡା ହିନ୍ଦୁ ଓ ମୁସଲିମ ପକ୍ଷଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ସକାଳ 7ଟାରୁ ସର୍ଭେ ଆରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଏସଆଇ ଟିମ ବାରଣାସୀରେ ପହଞ୍ଚି ସକାଳ କାଶୀ ବିଶ୍ବାନାଥ ମନ୍ଦିର ପାଖରେ ଥିଲା ଜ୍ଞାନବ୍ୟାପୀ ମନ୍ଦିରରେ ସାଇଣ୍ଟିଫିକ ସର୍ଭେ ଆରମ୍ଭ କରିଛି । 40 ଜଣିଆ ଏଏସଆଇ ଟିମ୍ ସର୍ଭେ କରିଛନ୍ତି ।

ଜ୍ଞାନବ୍ୟାପୀ ମସଜିଦ ମାମଲାରେ ପିଟିସନ ଦାୟର କରିଥିବା ସୋହନା ଲାଲ ଆରୟା କହିଛନ୍ତି,''ଏହା ହିନ୍ଦୁଙ୍କ ପାଇଁ ବହୁତ ଭଲ ମୁହୂର୍ତ୍ତ । ହିନ୍ଦୁ ସମ୍ପ୍ରଦାୟ ଏବଂ ସମଗ୍ର ହିନ୍ଦୁଙ୍କ ପାଇଁ ଏହା ଏକ ଗୌରବମୟ ଦିନ । ଜ୍ଞାନବ୍ୟାପୀ ମସଜିଦ ମାମଲା ସର୍ଭେ କେବଳ ସମାଧାନ ।'' ଗତ ଜୁଲାଇ 14 ତାରିଖରେ ହିନ୍ଦୁ ପକ୍ଷରୁ ଓକିଲ ବିଷ୍ଣୁ ଶଙ୍କର ଜୈନ ସାଇଣ୍ଟିଫିକ ସର୍ଭେ ନେଇ ଜିଲ୍ଲା କୋର୍ଟରେ ଅବେଦନ କରିଥିଲେ । ଏହି ସ୍ଥାନଟି କୋଟି କୋଟି ଲୋକଙ୍କ ଭାବାବେଗ ସହ ଜଡିତ । ମସଜିଦର ପଶ୍ଚିମ କମ୍ପ୍ଲେକ୍ସ ମନ୍ଦିରର କିଛି ଅଂଶ ରହିଥିବା ଆବେଦନରେ ଦର୍ଶାଯାଇଥିଲା ।

ଏହା ବି ପଢନ୍ତୁ...Gyanvapi Case: ମୁସଲିମ ପକ୍ଷର ଆବେଦନ ଖାରଜ, ହିନ୍ଦୁ ପକ୍ଷ ପିଟିସନର ଜାରି ରହିବ ଶୁଣାଣି

ଏହା ବି ପଢନ୍ତୁ...Gyanvapi Masjid Case: ସର୍ଭେ ରାୟ ଦେଇଥିବା ବିଚାରପତିଙ୍କୁ ହତ୍ୟା ଧମକ

କଣ ଜ୍ଞାନବାପି ମସଜିଦ ମାମଲା...

1991ରେ ସମ୍ପୂର୍ଣ୍ଣ ଜ୍ଞାନବ୍ୟାପୀ ମସଜିଦକୁ କାଶୀ ମନ୍ଦିର ସହ ମିଶାଇବାକୁ ବିଶ୍ବେଶ୍ବର ବାରଣାସୀ କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଜ୍ଞାନବାପୀ ମସଜିଦ ବାହ୍ୟ ପ୍ରାଚୀରରେ ଥିବା ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତିଗୁଡିକୁ ପ୍ରତ୍ୟହ ପୂଜାର୍ଚ୍ଚନା କରିବାକୁ ଅନୁମତି ପାଇଁ ଦିଲ୍ଲୀର ଏକ ମହିଳା ଗୋଷ୍ଠୀ 2011 ଏପ୍ରିଲ 18ରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ସିଭିଲ ଜଜ ସିନିୟର ଡିଭିଜନ ବିଚାରପତି ରବି କୁମାର ଦିବାକର କାଶୀ ବିଶ୍ବନାଥ ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସରେ ସର୍ବେକ୍ଷଣ ପାଇଁ ଭାରତର ପ୍ରତ୍ନତତ୍ତ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସର୍ଭେର ଭିଡିଓଗ୍ରାଫି କରି ରିପୋର୍ଟ ଦାଖଲ ପାଇଁ କହିଥିଲେ । ସର୍ଭେ ଟିମକୁ ମୁସଲମାନ ସମ୍ପ୍ରଦାୟ ବିରୋଧ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.