ETV Bharat / bharat

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ପ୍ରବଳ ବିରୋଧ କଲା ଦଳ - କର୍ଣ୍ଣାଟକ କଂଗ୍ରେସ

କର୍ଣ୍ଣାଟକ କଂଗ୍ରେସ ନେତା ସତୀଶ ଲକ୍ଷ୍ମଣରାଓ ଜାରକିହୋଲିଙ୍କ ବିବାଦୀୟ ବୟାନ । କହିଲେ ହିନ୍ଦୁ ମୂଳ ଭାରତୀୟ ଶବ୍ଦ ନୁହେଁ (Karnataka Congress Leader controversial statement )। ଏହାର ଅଶ୍ଳୀଳ ଅର୍ଥ ଜାଣିଲେ ଲଜ୍ଜିତ ଅନୁଭବ କରିବେ । ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି । କଂଗ୍ରେସ ମଧ୍ୟ କଲା ନିନ୍ଦା । ଅଧିକ ପଢନ୍ତୁ

କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ: ହିନ୍ଦୁର ଅର୍ଥ ଜାଣିଲେ ଲଜ୍ଜିତ ଅନୁଭବ କରିବେ

author img

By

Published : Nov 7, 2022, 10:02 PM IST

ବେଙ୍ଗାଲୁରୁ: ‘ହିନ୍ଦୁ’ ଶବ୍ଦ ପାର୍ସିଆନ୍ ଭାଷାରୁ ଉଦ୍ଧୃତ । ଏହାର ଅର୍ଥ ଜାଣିଲେ ଲଜ୍ଜିତ ଅନୁଭବ କରିବେ । ‘ହିନ୍ଦୁ’ ଶବ୍ଦର ଅର୍ଥ ଅଶ୍ଳୀଳ ଓ ଏହା ମୂଳ ଭାରତୀୟ ଶବ୍ଦ ମଧ୍ୟ ନୁହେଁ । ଏହା ପର୍ସିଆନ ଭାଷାରୁ ଆସିଛି । ଏପରି କିଛି ଚରମ ଧର୍ମୀୟ ବିବାଦୀୟ ବୟାନ ଦେଇ ବିବାଦ ଘରକୁ ଆସିଛନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ସତୀଶ ଲକ୍ଷ୍ମଣରାଓ ଜାରକିହୋଲି (Satish Laxmanrao Jarkiholi) । ତାଙ୍କର ଏପରି ମନ୍ତବ୍ୟକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଛି (Karnataka Congress Leader controversial statement )। କେବଳ ଅନ୍ୟ ରାଜନୈତିକ ଦଳ ନୁହନ୍ତି ବରଂ ନିଜ ଦଳ କଂଗ୍ରେସ ମଧ୍ୟ ଲକ୍ଷ୍ମଣରାଓ ଜାରକିହୋଲିଙ୍କ ବୟାନକୁ ନିନ୍ଦା କରିବା ସହ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଦର୍ଶାଇଛି ।

  • Hinduism is a way of life & a civilisational reality. Congress built our Nation to respect every religion, belief & faith. This is the essence of India.

    The statement attributed to Satish Jarkiholi is deeply unfortunate & deserves to be rejected. We condemn it unequivocally.

    — Randeep Singh Surjewala (@rssurjewala) November 7, 2022 " class="align-text-top noRightClick twitterSection" data=" ">

ବାଲଗାଭି ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଲକ୍ଷ୍ମଣରାଓ କହିଥିଲେ,‘‘ହିନ୍ଦୁ ଶବ୍ଦର ଅର୍ଥ କ’ଣ, ଏହା କେଉଁଠାରୁ ସୃଷ୍ଟି ହୋଇଛି ? ଏହା ଆମ ମୂଳ ଶବ୍ଦ କି ? ଭାରତୀୟ ପରମ୍ପରା ସହ ଏହି ଶବ୍ଦର କ’ଣ ସମ୍ପର୍କ । ଏହା ପର୍ସିଆନ ଶବ୍ଦରୁ ଉତ୍ପତି ହୋଇଛି । ଯାହାର ଅଶ୍ଳୀଳ ଅର୍ଥ ମଧ୍ୟ ରହିଛି । ଇରାନ, ଇରାକ, ଉଜବେକିସ୍ତାନ, କାଜାକସ୍ଥାନର ଭାଷାରୁ ଏହି ଶବ୍ଦର ଉତ୍ପତି ହୋଇଛି । ଏହାର ପ୍ରକୃତ ଅର୍ଥ ଜାଣିଲେ ଆପଣ ଲଜ୍ଜିତ ଅନୁଭବ କରିବେ ।’’

ତେବେ ତାଙ୍କର ଏପରି ମନ୍ତବ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାଜ୍ୟରେ ଏପରି ମନ୍ତବ୍ୟକୁ ନେଇ ରାଜନୈତିକ ବୟାନବାଜୀ ମଧ୍ୟ ଦେଖିବାକୁ ମିଳିଛି । ଭାରତୀୟ ଜନତା ପାର୍ଟି ଏହାକୁ ସମଗ୍ର ହିନ୍ଦୁ ସମାଜ ପ୍ରତି ଚରମ ଅପମାନଜନକ ଟିପ୍ପଣୀ ବୋଲି କହିବା ସହ ତୀବ୍ର ନିନ୍ଦା କରିଛି । ସେହିପରି ଦଳ ଏହି ମନ୍ତବ୍ୟରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବା ପାଇଁ ଦାବି କରିଛି ।

ସେପଟେ କଂଗ୍ରେସ ମଧ୍ୟ ଏପରି ମନ୍ତବ୍ୟକୁ ନିନ୍ଦା କରିଛି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେଓ୍ବାଲା ଟ୍ବିଟ କରି ଲକ୍ଷ୍ମଣରାଓଙ୍କ ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ସୂର୍ଯ୍ୟେଓ୍ବାଲା କହିଛନ୍ତି, କଂଗ୍ରେସ ଏକ ରାଜନୈତିକ ଦଳ ଯାହା ସମସ୍ତ ଧର୍ମକୁ ସମ୍ମାନ ଦେଇଥାଏ । ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ । ତେବେ ଏପରି ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ସତୀଶ ଲକ୍ଷ୍ମଣରାଓ ଜାରକୋହଲି ହେଉଛନ୍ତି, କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି । ସେ ପୂର୍ବ ସରକାରରେ ଜଙ୍ଗଲ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବରେ ଥିଲେ । ବାଲଗାଭି ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ସେ ହିନ୍ଦୁ ଧର୍ମକୁ ନେଇ ଏପରି ବିବାଦୀୟ ବୟାନ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.