ETV Bharat / bharat

India-China Clash: ସରକାରଙ୍କୁ ଘେରିଲେ ବିରୋଧୀଦଳ - ଭାରତ ଚୀନ ସଂଘର୍ଷ

ସୀମାରେ ଭାରତ ଚୀନ ସେନା ମୁହାଁମୁହିଁ ହେବା ଘଟଣାରେ ରାଜନୀତି ଆରମ୍ଭ (Asaduddin Owaisi accuses Modi govt)। ସରକାରଙ୍କୁ ଘେରିଲେ ଓଓ୍ବେସୀ । କହିଲେ ଦେଶକୁ ଅନ୍ଧାରରେ ରଖିଥିଲେ ସରକାର । ସ୍ପଷ୍ଟ କରନ୍ତୁ ସମସ୍ତ ସୂଚନା । ଅଧିକ ପଢନ୍ତୁ

India China clash: ସରକାରଙ୍କୁ ଘେରିଲେ ଓଓ୍ବେସୀ

author img

By

Published : Dec 12, 2022, 9:43 PM IST

ହାଇଦ୍ରାବାଦ: ଅରୁଣାଚଳ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ ହେବା ଘଟଣାରେ ରାଜନୀତି ଆରମ୍ଭ ହୋଇଯାଇଛି । ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହାରି ମଧ୍ୟରେ ନରେନ୍ଦ୍ର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ (Asaduddin Owaisi accuses Modi govt )। ଘଟଣା 9 ତାରିଖରେ ଘଟିଥିବା ବେଳେ ମୋଦି ସରକାର ଦେଶକୁ ଅନ୍ଧାରରେ ରଖିଥିବା ଓଓ୍ବେସୀ ଅଭିଯୋଗ କରିଛନ୍ତି ।

  • The reports coming from Arunachal Pradesh are worrying and alarming. A major clash took place between Indian and Chinese soldiers and the government has kept the country in the dark for days. Why was the Parliament not informed, when it is in session? https://t.co/tRyn0LvgOM

    — Asaduddin Owaisi (@asadowaisi) December 12, 2022 " class="align-text-top noRightClick twitterSection" data=" ">

ଓଓ୍ବେସୀ କହିଛନ୍ତି, ଏହି ଘଟଣା 9 ତାରିଖରୁ ଘଟିଲାଣି, ହେଲେ ସରକାର ଏପର୍ଯ୍ୟନ୍ତ ସଂସଦକୁ ମଧ୍ୟ ଅବଗତ କରିନାହାନ୍ତି । ସୀମାରେ ଘଟିଥିବା ଘଟଣା ଦେଶ ପାଇଁ ଚିନ୍ତାଜନକ । ଦୁଇ ଦେଶର ସେନା ମଧ୍ୟରେ ବଡ ଧରଣର ସଂଘର୍ଷ ଘଟିଛି । ଯାହା ସୁରକ୍ଷା ପ୍ରତି ସତର୍କଘଣ୍ଟି । ହେଲେ ସରକାର ଦୀର୍ଘ 2ଦିନ ହେଲାଣି ଦେଶବାସୀଙ୍କୁ ଘଟଣା ସମ୍ପର୍କରେ ଅନ୍ଧାରରେ ରଖିଛନ୍ତି । ସଂସଦର ଅଧିବେଶନ ଜାରି ରହିଥିବା ବେଳେ ସେମାନେ ସଂସଦକୁ କାହିଁକି ଅବଗତ କଲେ ନାହିଁ ବୋଲି ଓଓ୍ବେସୀ ପ୍ରଶ୍ନ କରିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ସେ ସମ୍ପର୍କରେ ସରକାର ସମସ୍ତ ତଥ୍ୟ ସ୍ପଷ୍ଟ କରିବା ଉଚିତ । ଏହି ସଂଘର୍ଷରେ ଗୁଳି ଚଳାଯାଇଛି କି ନାହିଁ ? ଏହା ଗଲଓ୍ବାନ ପରି ସଂଘର୍ଷ ଥିଲା କି ? ଏଥିରେ କେତେ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା କିପରି ? ସେ ନେଇ ସରକାର ସ୍ପଷ୍ଟ ସୂଚନା ରଖିବା ଉଚିତ ବୋଲି ସେ କହିଛନ୍ତି ।

  • अरुणाचल प्रदेश के तवांग सेक्टर में भारत-चीन के सैनिकों के बीच झड़प की खबर है।

    वक्त आ गया है कि सरकार ढुलमुल रवैया छोड़कर सख्त लहजे में चीन को समझाए कि उसकी यह हरकत बर्दाश्त नहीं की जाएगी।

    — Congress (@INCIndia) December 12, 2022 " class="align-text-top noRightClick twitterSection" data=" ">

ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିବାକୁ ପଛରେ ପଡିନାହିଁ । ଟ୍ବିଟ୍ କରି ଦଳ କହିଛି କି ସରକାର ସମ୍ପୂର୍ଣ୍ଣ ଘଟଣା ନେଇ ଦେଶବାସୀଙ୍କୁ ଅବଗତ କରାନ୍ତୁ । ଚୀନକୁ ଭାରତ ସରକାର ପୂର୍ଣ୍ଣ ଶକ୍ତି ସହ ମୁହଁତୋଡ ଜବାବ ଦିଅନ୍ତୁ । ଏହାସହିତ ଚୀନ ଯେପରି ଆଗକୁ ଏପରି ନକରେ ସେଥିପାଇଁ ଡ୍ରାଗନକୁ ଦମ ଦେଖାନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.