ETV Bharat / bharat

ଅଣାୟତ୍ତ ସ୍ଥିତିରେ କୋରୋନା, ଅନେକ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ - ବିଶ୍ବରେ କୋଭିଡ ସ୍ଥିତି

ବିଶ୍ବରେ କୋରୋନାର ଦ୍ବିତୀୟ ଲହରୀ ପରେ ଅନେକ ଦେଶ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖିଛି । ଅଧିକ ପଢନ୍ତୁ...

କୋଭିଡ଼ର ଅଣାୟତ୍ତ ସ୍ଥିତି, ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କଲା ବିଭିନ୍ନ ଦେଶ

author img

By

Published : Apr 13, 2021, 12:28 PM IST

ନୂଆଦିଲ୍ଲୀ: ଭାରତ ସରକାର ଗ୍ରୀଷ୍ମକାଳୀନ ଅନ୍ତର୍ଜାତୀୟ ବିମାନ ସେବା ପୁନଃ ଆରମ୍ଭ କରିବାକୁ ଯୋଜନା କରୁଥିବା ବେଳେ ବିଭିନ୍ନ ଦେଶ ନିଜ ନିଜ ଦେଶରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ବିଭିନ୍ନ ଦେଶରେ କୋରୋନାର ଦ୍ବିତୀୟ ଲହରୀ ଦେଖାଯାଉଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ବାଙ୍ଗଲାଦେଶ ଏପ୍ରିଲ 14ତାରିଖଠାରୁ 20 ତାରିଖ ପର୍ଯ୍ୟନ୍ତ ଦେଶରୁ ଅନ୍ତର୍ଜାତୀୟ ସେବାକୁ ଅନ୍ୟ ଦେଶକୁ ବନ୍ଦ କରିଛି । ଏହାସହିତ ଅନ୍ୟ ଦେଶରୁ ମଧ୍ୟ କୌଣସି ଯାତ୍ରୀ ବାଙ୍ଗଲାଦେଶକୁ ପ୍ରବେଶ କରିପାରିବେନି । ବାଙ୍ଗଲାଦେଶକୁ ଯାତ୍ରା କରିବାକୁ ହେଲେ ଏଠାରେ କଡା ଭାବେ ସାମାଜିକ ଦୂରତା, ସାନିଟାଇଜେସନ, ମାସ୍କ ପିନ୍ଧିବା ଭଳି ସମସ୍ତ କୋଭିଡ ନିୟମ ମାନିବାକୁ ବାଙ୍ଗଲାଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାଙ୍ଗଲାଦେଶକୁ ଅନ୍ତର୍ଜାତୀୟ ସେବା ବନ୍ଦ ହେବା ପରେ ଅନ୍ତର୍ଜାତୀୟ ବିମାନ କମ୍ପାନୀଗୁଡିକ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଟିକେଟ ବୁକିଂକୁ ବନ୍ଦ ରଖିଛି ।

ଏହାସହିତ ପୂର୍ବରୁ ଟିକେଟ ବୁକ୍‌ କରିଥିବା ଯାତ୍ରୀଙ୍କ ଟିକେଟର ମୂଲ୍ୟକୁ ଫେରସ୍ତ କରିବ ବୋଲି ଜଣାପଡିଛି । ସେପଟେ ଭାରତୀୟ ବିମାନ ସେବା 'ଭିସ୍ତାରା' ପ୍ରତି ସପ୍ତାହରେ ଭାରତରୁ ବାଙ୍ଗଲାଦେଶର ଢାକାକୁ 3 ଟି ବିମାନର ଉଡାଣ ଭରୁଥିବା ବେଳେ ଏହାକୁ ସ୍ଥଗିତ ରଖିଛି । ସେପଟେ ସ୍ପାଇସଜେଟ ବିମାନ କମ୍ପାନୀ କୋଲକାତାରୁ ବାଙ୍ଗଲାଦେଶକୁ ଯୋଗାଉଥିବା ନିଜର ସେବାକୁ ବନ୍ଦ ରଖିଛି ।

ସେହିପରି ଏୟାର ଇଣ୍ଡିଆ କମ୍ପାନୀ ମଧ୍ୟ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ବିମାନ ସେବାକୁ ବନ୍ଦ କରିବା ସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ରହିଛି । ତେବେ ପୂର୍ବରୁ ମଧ୍ୟ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଦେଶ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଦେଶରେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାଉଦି ଆରବ ଭାରତ ସମେତ 20ଟି ଦେଶରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.