ETV Bharat / bharat

ଆର୍ଯ୍ୟନଙ୍କୁ ବଡ ଆଶ୍ବସ୍ତି, ପ୍ରତି ଶୁକ୍ରବାର ହେବେନି ହାଜର

ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି । ପ୍ରତି ଶୁକ୍ରବାର ହାଜର ହେବାର ଆବଶ୍ୟକତା ନଥିବା କହିଲେ ବମ୍ବେ ହୋଇକୋର୍ଟ । ଜେରା ଆବଶ୍ୟକ ହେଲେ ୭୨ ଘଣ୍ଟା ପୂର୍ବରୁ ନୋଟିସ ଦେବ ଏନସିବି । ଅଧିକ ପଢନ୍ତୁ

ଆର୍ୟ୍ୟନ ଖାନଙ୍କୁ ଆଶ୍ବସ୍ତି, ପ୍ରତି ଶୁକ୍ରବାର ହେବେନି ହାଜର

author img

By

Published : Dec 15, 2021, 8:57 PM IST

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ବମ୍ବେ ହାଇକୋର୍ଟ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଆଜି (ବୁଧବାର) କୋର୍ଟ କହିଛନ୍ତି ଯେ ଆର୍ଯ୍ୟନ ଖାନଙ୍କୁ ପ୍ରତ୍ୟେକ ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ହେବାର ଆବଶ୍ୟକ ନାହିଁ । କୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଏହି ମାମଲାରେ NCB ପକ୍ଷରୁ ଜେରାର ଆବଶ୍ୟକତା ଥାଏ, ତେବେ 72 ଘଣ୍ଟା ପୂର୍ବରୁ ନୋଟିସ ଦେଇ ଆର୍ଯ୍ୟନ ଖାନଙ୍କୁ ଡକାଯାଇପାରିବ । ସୂଚନାଯୋଗ୍ୟ ଯେ ଦିଲ୍ଲୀ ଏନସିବି ଟିମ ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରୁଛି ।

କ୍ରୁଜ୍ ଡ୍ରଗ୍ସ ମାମଲାରେ ଦିଆଯାଇଥିବା ଜାମିନ ସମ୍ପର୍କିତ ସର୍ତ୍ତରେ ସଂଶୋଧନ କରିବାକୁ ଆର୍ଯ୍ୟନ୍ ଖାନ୍ 10 ଡିସେମ୍ବରରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ପ୍ରତି ଶୁକ୍ରବାର ଏନସିବିର ଦକ୍ଷିଣ ମୁମ୍ବାଇ କାର୍ଯ୍ୟାଳୟରେ ହାଜର ଆବଶ୍ୟକ ନଥିବା ଦର୍ଶାଇ ତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ ଆର୍ଯ୍ୟନଙ୍କ ଓକିଲ । ସେହି ଆବେଦନ ଆଧାରରେ ଆର୍ଯ୍ୟନଙ୍କୁ ମଧ୍ୟ ଏହି ରିହାତି ଦିଆଯାଇଛି, କାରଣ ଏହି ମାମଲାର ତଦନ୍ତ ବର୍ତ୍ତମାନ ରାଜଧାନୀ ଦିଲ୍ଲୀକୁ ହସ୍ତାନ୍ତର କରାଯାଇଛି ।

ଆର୍ଯ୍ୟନଙ୍କ ଆବେଦନରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଏନସିବିରେ ହାଜର ହେବା ସମୟରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ଏଡାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଯାହା ଫଳରେ ସେ ପ୍ରତ୍ୟେକ ହାଜରରେ ପୋଲିସ ସହାୟତାରେ ହାଜର ହେଉଛନ୍ତି । ଏଥି ସହିତ ଆର୍ଯ୍ୟନଙ୍କ ଓକିଲ କହିଛନ୍ତି ଯେ ଏହି ଆବେଦନ ଆସନ୍ତା ସପ୍ତାହରେ କୋର୍ଟରେ ମଧ୍ୟ ଶୁଣାଣି ହୋଇପାରିବ ।

ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁସାରେ, ଚଳିତ ବର୍ଷ ଅକ୍ଟୋବର 2 ତାରିଖ ଶେଷ ରାତିରେ, ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ଅଭିଯୋଗରେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ଜାତୀୟ ନାର୍କୋଟିକ ବ୍ୟୁରୋ (NCB) । ଏହି ଘଟଣାରେ ଆର୍ଯ୍ୟନ୍ ଖାନଙ୍କ ସମେତ 9 ଜଣଙ୍କୁ ଗିରଫ କରାଯାଥିବା ବେଳେ ଦୀର୍ଘ ୨୬ ଦିନ ପରେ ଅର୍ଥାତ ୨୮ ଅକ୍ଟୋବରରେ ବମ୍ବେ ହାଇକୋର୍ଟରୁ ବେଲ ପାଇ ଜେଲରୁ ବାହାରିଥିଲେ ଆର୍ଯ୍ୟନ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.