ETV Bharat / bharat

UP Assembly poll: ଆସନ୍ତାକାଲି ଲକ୍ଷ୍ନୌରେ କେଜ୍ରିଓ୍ବାଲଙ୍କ ରାଲି - ଉତ୍ତର ପ୍ରଦେଶ ନିର୍ବାଚନ ଲଢେଇ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ । ଆସନ୍ତାକାଲି ରାଜଧାନୀ ଲକ୍ଷ୍ନୌରେ ଜନସଭାକୁ ସମ୍ବୋଧିତ କରିବେ AAP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ଆସନ୍ତାକାଲି ଲକ୍ଷ୍ନୌରେ କେଆସନ୍ତାକାଲି ଲକ୍ଷ୍ନୌରେ କେଜ୍ରୀଓ୍ବଲଙ୍କ ରାଲିଜ୍ରୀଓ୍ବଲଙ୍କ ରାଲି
ଆସନ୍ତାକାଲି ଲକ୍ଷ୍ନୌରେ କେଜ୍ରୀଓ୍ବଲଙ୍କ ରାଲି
author img

By

Published : Jan 1, 2022, 9:59 PM IST

ଲକ୍ଷ୍ନୌ: ଜାତୀୟ ରାଜନୀତିରେ ବିଶେଷ ପ୍ରଭାବ ରଖୁଥିବା ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ନିକଟବର୍ତ୍ତୀ ହେଉଥିବାବେଳେ ରାଜନୈତିକ ଦଳମାନେ ନିଜର ନିର୍ବାଚନୀ ରଣନୀତି ମଧ୍ୟ ଆରମ୍ଭ କରିସାରିଲେଣି । ଆସନ୍ତାକାଲି AAP ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲକ୍ଷ୍ନୌରେ ଏକ ଜନସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଏନେଇ ଦଳ ପକ୍ଷରୁ ସୂଚନା ମିଳିଛି ।

କେଜ୍ରିଓ୍ବାଲଙ୍କ ଏହି ସମାବେଶ ପାଇଁ AAP ନେତାମାନେ ଦଳର ଅଭିମୁଖ୍ୟ ନେଇ ଲୋକଙ୍କ ପାଖକୁ ଯିବା ସହ ସମର୍ଥନ ଯୋଗାଡ କରିବାରେ ଲାଗି ପଡିଛନ୍ତି । ରାଜ୍ୟରେ AAP କ୍ଷମତାକୁ ଆସିଲେ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଣ, 10 ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ଏବଂ ବେକାରୀ ଭତ୍ତା ଭଳି ଏକାଧିକ ପ୍ରତିଶ୍ରୁତି ଦେଇସାରିଛି । ଏହା ପୂର୍ବରୁ ନଭେମ୍ବର 28 ତାରିଖରେ ଏହି ସମାବେଶ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ସୂଚୀରେ ପରିବର୍ତ୍ତନ କରାଯାଇଥିଲା ।

ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଦଳ କ୍ଷମତାକୁ ଆସିଲେ ରଖାଯାଇଥିବା ଭିଜନ ସମ୍ପର୍କରେ ଘୋଷଣା କରିଥିଲେ । କ୍ଷମତାକୁ ଆସିଲେ AAP ପ୍ରଦେଶରେ 300 ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା ସହ ପ୍ରତିବର୍ଷ 10 ଲକ୍ଷ ନିଯୁକ୍ତି ସୃଷ୍ଟି ଏବଂ ଉତ୍ତର ପ୍ରଦେଶର ବେକାରଙ୍କୁ ମାସିକ 5,000 ଟଙ୍କା ଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଥିଲେ ।

403 ଆସନ ବିଶିଷ୍ଟ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି । ଗତ ତଥା 2017 ବିଧାନସଭା ନିର୍ବାଚନରେ ​​ବିଜେପି 312 ବିଧାନସଭା ଆସନରେ ବିଜୟୀ ହୋଇ କ୍ଷମତାକୁ ଆସିଥିବାବେଳେ ମୋଟ 39.67 ପ୍ରତିଶତ ଭୋଟ୍ ହାସଲ କରିବାରେ ସଫଳ ହୋଇଥିଲା । ଅଖିଲେଶଙ୍କ ସମାଜବାଦୀ ପାର୍ଟି 47 ଟି ଆସନ, ମାୟାବତୀଙ୍କ ବିଏସପି 19 ଟି ଆସନ ହାତେଇବାରେ ସଫଳ ହୋଇଥିଲା । ସେହିପରି ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ କେବଳ ୭ଟି ଆସନରେ ସୀମିତ ରହିବାକୁ ବାଧ୍ୟ ହୋଇଥିଲା ।

(ANI)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.