ETV Bharat / bharat

ଛତିଶଗଡରେ ଆପ୍‌ର ୧୦ ଗ୍ୟାରେଣ୍ଟି, କଂଗ୍ରେସ ସରକାରକୁ ଟାର୍ଗେଟ କଲେ କେଜ୍ରିୱାଲ

author img

By

Published : Aug 20, 2023, 8:58 AM IST

ନିର୍ବାଚନ ମୁହାଁ ଛତିଶଗଡରେ ୧୦ଟି ଗ୍ୟାରେଣ୍ଟି ଦେଲେ ଅରବିନ୍ଦ କେଜ୍ରିୱାଲ । ଏଥିସହ ବିରୋଧୀ ମେଣ୍ଟର ପ୍ରମୁଖ ସଦସ୍ୟ ଥିବା କଂଗ୍ରେସକୁ ତୀବ୍ର ସମାଲୋଚନା କଲେ । ଅଧିକ ପଢନ୍ତୁ

ଛତିଶଗଡରେ ଆପ୍‌ର ୧୦ ଗ୍ୟାରେଣ୍ଟି
ଛତିଶଗଡରେ ଆପ୍‌ର ୧୦ ଗ୍ୟାରେଣ୍ଟି

ରାୟପୁର: ଚଳିତ ବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ରାଜନୈତିକ ଦଳଗୁଡିକ ପ୍ରସ୍ତୁତି ଜୋରଦାର କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ୨୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ଆମ୍ ଆଦମୀ ପାର୍ଟି ଛତିଶଗଡ ଜନତାଙ୍କୁ ୧୦ଟି ଗ୍ୟାରେଣ୍ଟି ଦେଇଛନ୍ତି । ଆପ୍ ଜିତିଲେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ମାଗଣା ବିଜୁଳି ସହ ମହିଳାଙ୍କୁ ମାସିକ ସହାୟତା ରାଶି ମିଳିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

ଏକ ସଭାକୁ ସମ୍ବୋଧିତ କରି କେଜ୍ରିୱାଲ ଛତିଶଗଡବାସୀଙ୍କ ଜୀବନଧାରଣ ମାନ ଉନ୍ନତି କରିବା ନେଇ ଅନେକ ଗ୍ୟାରେଣ୍ଟି ଦେଇଛନ୍ତି । ସେ କହିଛନ୍ତି ଯେ, ଲୋକଙ୍କ କଲ୍ୟାଣ ପାଇଁ ଓ ନିଜର ଗ୍ୟାରେଣ୍ଟି ପୂରଣ କରିବା ପାଇଁ ଆପ୍ ପ୍ରତିଶ୍ରୁତିବଦ୍ଧ । ଅନ୍ୟ ରାଜନୈତିକ ଦଳଗୁଡିକ ମିଛ ପ୍ରତିଶ୍ରୁତି ଦେଇ ତାହା ପୁରା କରିବାରେ ଫେଲ୍ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଜିତେ ତାହେଲେ ପ୍ରତିମାସରେ ପ୍ରତ୍ୟେକ ପରିବାରକୁ ମାଗଣାରେ ୩୦୦ ୟୁନିଟ ବିଜୁଳି ମିଳିବ । ନଭେମ୍ବର ସୁଦ୍ଧା ବକେୟା ଥିବା ବିଜୁଳି ବିଲ୍ ଛାଡ ହେବ । ରାଜ୍ୟର ୧୮ ବର୍ଷରୁ ଅଧିକ ବୟସର ମହିଳାମାନଙ୍କ ଖାତାକୁ ମାସିକ ୧୦୦୦ ଟଙ୍କା ଯିବା ସହ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ଏବଂ ବେରୋଜଗାର ଯୁବପିଢିଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ।

କଂଗ୍ରେସକୁ ସମାଲୋଚନା କଲେ କେଜ୍ରିୱାଲ: ସବୁଠୁ ବଡ କଥା ହେଉଛି, ୨୦୨୪ ସାଧାରଣ ନିର୍ବାଚନରେ ଏନଡିଏ ସରକାରକୁ ହଟାଇବାକୁ କଂଗ୍ରେସ ଓ ଆପ୍ ସମେତ ଅନେକ ବିରୋଧୀ ଦଳ ଗୁଡିକ ମହାମେଣ୍ଟ କରିଥିବା ବେଳେ ଛତିଶଗଡରେ କଂଗ୍ରେସ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ମେଣ୍ଟର ପ୍ରମୁଖ ସଦସ୍ୟ ଅରବିନ୍ଦ କେଜ୍ରିୱାଲ । ଛତିଶଗଡରେ ସରକାରୀ ସ୍କୁଲ ଗୁଡିକର ଅତ୍ୟନ୍ତ ଦୟନୀୟ ସ୍ଥିତି ଥିବା ଅଭିଯୋଗ କରି ସେ କଂଗ୍ରେସ ସରକାରକୁ ଟାର୍ଗେଟ କରିଛନ୍ତି । ଆପ୍ ରାଜ୍ୟରେ ସରକାର ଗଢିଲେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରାଯାଇ ଅଧିକ ଶିକ୍ଷକ ନିଯୁକ୍ତି ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ଦେଶମାତୃକାରେ ସେବାରେ ଶହୀଦ ପରିବାରକୁ ୧ କୋଟି ଟଙ୍କା ସମ୍ମାନ ରାଶି ପ୍ରଦାନ କରାଯିବ । ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଚାକିରି ସୁରକ୍ଷା ମିଳିବ । ଏହାସହିତ ଏଠିକାର ଶ୍ରମିକ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ମଧ୍ୟ ସେ ଗ୍ୟାରେଣ୍ଟି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.