ETV Bharat / bharat

ଅରୁଣାଚଳ ପ୍ରଦେଶ ହେଲା କୋରୋନା ମୁକ୍ତ

କୋରୋନା ମୁକ୍ତ ହେଲା ଅରୁଣାଚଳ ପ୍ରଦେଶ । ଗୋଟେ ପଟେ ଦେଶରେ କୋରୋନା ଦ୍ବିତୀୟ ଲହରୀ ଆରମ୍ଭ ହୋଇଥିବାବେଳେ ରବିବାର ଅରୁଣାଚଳ ପ୍ରଦେଶରେ ଥିବା 3 ଜଣ କୋରୋନା ସଂକ୍ରମିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଫଳରେ ଅରୁଣାଚଳ ପ୍ରଦେଶ କୋରୋନା ମୁକ୍ତ ବୋଲି ଘୋଷଣା କରିଛନ୍ତି ରାଜ୍ୟ ପର୍ଯ୍ୟବେକ୍ଷଣ ଅଧିକାରୀ ।

author img

By

Published : Feb 28, 2021, 12:22 PM IST

ଅରୁଣାଞ୍ଚଳ ପ୍ରଦେଶ ହେଲା କୋରୋନା ମୁକ୍ତ
ଅରୁଣାଞ୍ଚଳ ପ୍ରଦେଶ ହେଲା କୋରୋନା ମୁକ୍ତ

ଇଟ୍ଟାନଗର:କୋରୋନା ମୁକ୍ତ ହେଲା ଅରୁଣାଚଳ ପ୍ରଦେଶ । ଗୋଟେ ପଟେ ଦେଶରେ କୋରୋନା ଦ୍ବିତୀୟ ଲହରୀ ଆରମ୍ଭ ହୋଇଥିବାବେଳେ ରବିବାର ଅରୁଣାଚଳ ପ୍ରଦେଶରେ ଥିବା 3 ଜଣ କୋରୋନା ସଂକ୍ରମିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଫଳରେ ଅରୁଣାଚଳ ପ୍ରଦେଶ କୋରୋନା ମୁକ୍ତ ବୋଲି ଘୋଷଣା କରିଛନ୍ତି ରାଜ୍ୟ ପର୍ଯ୍ୟବେକ୍ଷଣ ଅଧିକାରୀ । ଅନ୍ୟ ରାଜ୍ୟ ଗୁଡିକରେ କୋରୋନା ଦ୍ବିତୀୟ ଲହରୀକୁ ତପ୍ତରତା ଦେଖାଦେଇଛି । କୋରୋନା ନିୟମ ଗୁଡିକ କଡାକଡି କରାଯାଇଥିବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଇଛି ।

ରାଜ୍ୟ ପର୍ଯ୍ୟବେକ୍ଷଣ ଅଧିକାରୀ ଲବସଙ୍ଗ ଜାମ୍ପାଙ୍କ ସୂଚନା ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଗୋଟିଏ ବି କୋରୋନା ନୂତନ ମାମଲା ଚିହ୍ନଟ ହୋଇନାହିଁ । ଏପର୍ଯ୍ୟନ୍ତ କୋରୋନାରେ ମୋଟ 56 ଜଣଙ୍କର ମୃତ୍ୟୁ ଘଟିଛି । ଅରୁଣାଚଳ ପ୍ରଦେଶର ସୁସ୍ଥ ହାର 99.66 ରହିଛି । ସମୁଦାୟ 4,05,647 ନମୁନା ପରୀକ୍ଷା କରାଯାଇଛି । ରାଜ୍ୟ ପ୍ରତିରକ୍ଷା ଅଧିକାରୀ (SIO) ଡିମୋଙ୍ଗ ପାଦଙ୍ଗ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା 32,325 ସ୍ୱାସ୍ଥ୍ୟ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ରାଜ୍ୟରେ ଟିକା ଦିଆଯାଇଛି । ସପ୍ତାହକୁ 4 ଦିନ ଟିକା ଦିଆଯାଉଛି ।

ଅନ୍ୟପଟେ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 16 ହଜାର କୋରୋନା ମାମଲା ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତ ମାମଲା 1,10,96,731ରେ ପହଞ୍ଚିଛି । ସେଥିମଧ୍ୟରୁ 1,07,75,169 କୋରୋନାରୁ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.