ETV Bharat / bharat

BJP ଛାଡିବାର ଦିନକ ପରେ ସ୍ବାମୀ ପ୍ରସାଦଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି - ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଜାରୀ ହେଲା ୱାରେଣ୍ଟ

ସମାଜବାଦ ପାର୍ଟୀରେ ଯୋଗଦେବେ ଯୋଗୀ କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ। ଗତକାଲି ବିଜେପିରୁ ଇସ୍ତଫା ଦେଇଛନ୍ତି ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ। ସେପଟେ ସମାଜବାଦୀ ପାର୍ଟୀରେ ସାମିଲ ହେବା ପୂର୍ବରୁ ତାଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ । ୨୦୧୪ ମସିହାର ଏକ ବିବାଦୀୟ ମନ୍ତବ୍ୟ ଯୋଗୁଁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ

ଏସପିରେ ସାମିଲ ହେବା ପୂର୍ବରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଜାରୀ ହେଲା ୱାରେଣ୍ଟ

author img

By

Published : Jan 12, 2022, 6:56 PM IST

ଲକ୍ଷ୍ନୌ: ସମାଜବାଦ ପାର୍ଟୀରେ ଯୋଗଦେବେ ଯୋଗୀ କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ। ଗତକାଲି ବିଜେପିରୁ ଇସ୍ତଫା ଦେଇଛନ୍ତି ଉତ୍ତରପ୍ରଦେଶ ରାଜନୀତିର ପ୍ରମୁଖ ଚେହେରା ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ। ଆସନ୍ତା 14 ରେ ନିଜ ସମର୍ଥକଙ୍କ ସହ ଆଉ କେତେ ଜଣ ବିଧାୟକଙ୍କୁ ନେଇ ସମାଜବାଦୀ ପାର୍ଟିରେ ସାମିଲ ହେବା ନେଇ ସାମ୍ୟକ ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶରେ ବିଜେପି ସରକାର ପଛୁଆ ବର୍ଗଙ୍କୁ ଅଣଦେଖା କରିଛି ବୋଲି ସେ କହିଛନ୍ତି । ସେପଟେ ସମାଜବାଦୀ ପାର୍ଟିରେ ସାମିଲ ହେବା ପୂର୍ବରୁ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି । ୨୦୧୪ ମସିହାର ଏକ ବିବାଦୀୟ ମନ୍ତବ୍ୟ ଯୋଗୁଁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି ।

୨୦୧୪ ମସିହାରେ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଅରୁଚିକର ଟିପ୍ପଣୀ କରିଥିଲେ। ହିନ୍ଦୁ ଦେବତା ଏବଂ ଦେବୀଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି । ସୁଲତାନପୁର କୋର୍ଟରେ ଆସନ୍ତା ଜାନୁୟାରୀ ୨୪ ତାରିଖରେ ହାଜର ହେବା ପାଇଁ ଆଦେଶ ଦେଇଛନ୍ତି ।

ଉତ୍ତରପ୍ରଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ବଢୁଛି ଉଷ୍ମତା । ଉତ୍ତରପ୍ରଦେଶ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । କ୍ଷମତା ଆଳରେ ସ୍ଥିତି ଦେଖି ପଟପରିବର୍ତ୍ତନ କରୁଛନ୍ତି ନେତା ମନ୍ତ୍ରୀ। ତେବେ ଏ ଭଳି ସ୍ଥିତିରେ ଉତ୍ତରପ୍ରଦେଶର ରାଜନୀତିରେ ବେଶ ଦବଦବା ରଖିଥିବା ଯୋଗୀ କ୍ୟାବିନେଟର ଗୁରୁତ୍ବପୂ୍ର୍ଣ୍ଣ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି । ଯାହା ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ରଣାଙ୍ଗନକୁ ଆହୁରୀ ରୋଚକ କରିଛି । ମନ୍ତ୍ରୀ ସ୍ବାମୀ ପ୍ରସାଦଙ୍କ ଇସ୍ତଫା ପରେ ତାଙ୍କ ଗୋଷ୍ଠୀର ନେତାମାନେ ମଧ୍ୟ ବିଜେପିରୁ ଇସ୍ତଫା ଦେବା ସମ୍ଭାବନା ସୃଷ୍ଟି କରିଛି । ତେବେ ଦଳ ଛାଡିବା ନେଇ ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଜେପି କେନ୍ଦ୍ର ନେତୃତ୍ବକୁ ଟାର୍ଗେଟ କରିଛନ୍ତି । ଦଳକୁ ଯେଉଁ ଆଧାରରେ ଭୋଟ ମଳିଥିଲା ସେହି ଆଧାରରେ କାର୍ଯ୍ୟ କରିନାହିଁ । ବିଶେଷ କରି ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗ,ଛୋଟ ବ୍ୟବସାୟୀ, ରାଜ୍ୟରେ ବ୍ୟାପକ ପଦବୀ ଖାଲି ରହିଛି ଏବଂ ଗରିବ ଲୋକଙ୍କୁ କୌଣସି ସୁବିଧା ପ୍ରଦାନ କରାଯାଇନାହିଁ ବୋଲି କହିଛନ୍ତି।

ସେହିପରି କେନ୍ଦ୍ର କୃଷି ଆଇନକୁ ନେଇ ମଧ୍ୟ କହିଛନ୍ତି ଯେ ଯେତେବେଳେ ଉତ୍ତରପ୍ରଦେଶରେ କ୍ଷମତା ହାତରୁ ଖସିବା ନେଇ ସଂକେତ ମିଳିଛି ସେତେବେଳେ ସରକାର କୃଷି ଆଇନ ପ୍ରତ୍ୟାହାର କରିଛନ୍ତି । ଦେଶରେ ବର୍ତ୍ତମାନ ପୁଞ୍ଜିପତି ମାନଙ୍କୁ ସମସ୍ତ ଜିନିଷ କେନ୍ଦ୍ର ସରକାର ଟେକି ଦେଇଛନ୍ତି ବୋଲି ଅଭିଯୋଗ କହିଛନ୍ତି। ସେହିପରି ଆଜି ମନ୍ତ୍ରୀ ଦାରା ସିଂ ଚୌହାନ ମଧ୍ୟ ବିଜେପିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି।

ସୂଚନାଥାଉକି ଉତ୍ତରପ୍ରଦେଶରେ ପଛୁଆ ବର୍ଗ ନେତା ଭାବରେ ପରିଚିତ ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଏସପିରୁ 2017ରେ ବିଜେପିରେ ସାମଲ ହୋଇଥିଲେ। ଏହା ପରେ ୨୦୧୭ ବିଧାନସଭା ନିର୍ବାଚନରେ ଲଢିଥିଲେ ଏବଂ ଯୋଗୀ କ୍ୟାବିନେଟରେ ସାମିଲ ହୋଇଥିଲେ । ସେପଟେ ଦଳୀୟ ଟିକେଟ ନ ମଳିବା ନେଇ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି। ତେବେ ବିଜେପି ନେତା ମଧ୍ୟ ତାଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଆଉ ବିଜେପିକୁ ଫେରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.