ETV Bharat / bharat

MI ସମର୍ଥକଙ୍କୁ RCB ଫ୍ୟାନ କଲା ହତ୍ୟା, ଟ୍ରେଣ୍ଡ କରୁଛି ଆରେଷ୍ଟ କୋହଲି - ମୁମ୍ବାଇ ଇଣ୍ଡିଆନ୍ସ ସମର୍ଥକଙ୍କ ହତ୍ୟା

ମୁମ୍ବାଇ ଇଣ୍ଡିଆନ୍ସ ସମର୍ଥକଙ୍କୁ ଆରିସିବି ସମର୍ଥକ ହତ୍ୟା କରିବା ପରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ଗିରଫ ପାଇଁ ଉଠିଲା ଦାବି । ସୋସିଆଲ ମିଡ଼ିଆରେ ଆରେଷ୍ଟ ବିରାଟ କୋହଲି ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

MI ସମର୍ଥକଙ୍କୁ RCB ଫ୍ୟାନ କଲା ହତ୍ୟା, ଟ୍ରେଣ୍ଡ କରୁଛି ଆରେଷ୍ଟ କୋହଲି

author img

By

Published : Oct 15, 2022, 9:38 PM IST

ଚେନ୍ନାଇ: ଦକ୍ଷିଣ ଭାରତୀୟ ଅଞ୍ଚଳ ତାମିଲନାଡୁରେ ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ହତ୍ୟା କରିଛନ୍ତି (RCB fan murder Mumbai Indians Supporter )। ଏହାପରେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରିବାରେ ଲାଗିଛି ଆରେଷ୍ଟ ବିରାଟ କୋହଲି (Arrest Kohli trending on Social Media ) । ମୃତ୍ୟୁ ଘଟିଥିବା ଯୁବକ ଜଣକ ମୁମ୍ବାଇ ଇଣ୍ଡିଆନ୍ସ (Fan of Mumbai Indians)ର ଫ୍ୟାନ ହୋଇଥିବା ବେଳେ ହତ୍ୟା କରିଥିବା ଯୁବକ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋରର (RCB) । କ୍ରିକେଟକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ପରେ ଘଟିଛି ଏହି ହତ୍ୟାକାଣ୍ଡ ।

ମିଳିଥିବା ସୂଚନା ଅନୁସାରେ, ମୃତ ଯୁବକ ଜଣକ ହେଉଛନ୍ତି ଭାରତୀୟ କ୍ରିକେଟର ତଥା ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟନ ରୋହିତ ଶର୍ମାଙ୍କ ବଡ଼ ପ୍ରଶଂସକ । ଏହି ଯୁବକ ଜଣକ ନିଶାରେ ଆରସିବି ଓ ବିରାଟ କୋହଲିଙ୍କୁ କଟାକ୍ଷ କରିବା ସହ ମଜାକ୍‌ ଉଡ଼ାଇଥିଲା । ଏଥିରେ ରାଗି ଯାଇ ଆରସିବି ଫ୍ୟାନ୍ ବା ଉକ୍ତ ଯୁବକଙ୍କ ସାଙ୍ଗ ନିଜ ସାଙ୍ଗକୁ ବ୍ୟାଟରେ ମୁଣ୍ଡକୁ ଆଘାତ କରିଥିଲେ । ଏହାପରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ବୟସ ୨୧ ବର୍ଷ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଏସିଆ କପ ବିଜୟ ପରେ ମହିଳା କ୍ରିକେଟ ଟିମର ସେଲିବ୍ରେସନ

ପୋଲିସର କହିବାନୁସାରେ ରୋହିତଙ୍କ ଫ୍ୟାନ ବିଘ୍ନେଶ ଓ ବିରାଟ କୋହଲିଙ୍କ ଫ୍ୟାନ ଧର୍ମରାଜ ଗତ ମଙ୍ଗଳବାର ରାତିରେ ସିଡକୋ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ନିକଟରେ ଥିବା ଏକ ଖୋଲାସ୍ଥାନରେ ବସି କ୍ରିକେଟକୁ ନେଇ ଆଲୋଚନା କରୁଥିଲେ । ଉଭୟ ମଦ ପିଇଥିବା ବେଳେ ଆଲୋଚନା ଜାରି ରଖିଥିଲେ । ରୋହିତ ଶର୍ମା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବାରୁ ବିଘ୍ନେଶ MIର ଫ୍ୟାନ ଥିଲେ । ସେହିପରି ବିରାଟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବାରୁ ଧର୍ମରାଜ ଆରସିବିର ସମର୍ଥକ ଥିଲେ ।

ଗତ ଗୁରୁବାର ପୁଣି ଉଭୟଙ୍କ ମଧ୍ୟରେ କ୍ରିକେଟକୁ ନେଇ ଆଲୋଚନା ବେଳେ ବିରାଟଙ୍କ ଫ୍ୟାନ ରୋହିତଙ୍କୁ ଫ୍ୟାନକୁ ବ୍ୟାଟରେ ଆଘାତ କରିଥିଲେ । ଉଭୟ ନିଶାସକ୍ତ ଅବସ୍ଥାରେ ରହିଥିଲେ । ଏହି ସମୟରେ ବିଘ୍ନେଶ ଚେତାଶୂନ୍ୟ ହରାଇ ତଳେ ପଡ଼ିଯିବା ସହିତ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ସାମନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ 'ଆରେଷ୍ଟ ବିରାଟ କୋହଲି' ଟ୍ରେଣ୍ଡ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.