ETV Bharat / bharat

ଖୁବଶୀଘ୍ର ଆର୍ମି ରାଲି କରାଯିବ: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ

ରାଜସମାନନ୍ଦ ସାଂସଦ ଦିୟା କୁମାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ତେବେ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରିବା ସହ ରାଜସମାନନ୍ଦରେ ସଂସଦୀୟ କ୍ଷେତ୍ରରେ ଆର୍ମି ରାଲି ଆୟୋଜନ କରିବା ପାଇଁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 7, 2022, 9:00 PM IST

ଖୁବଶୀଘ୍ର ଆର୍ମି ରାଲି କରାଯିବ: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ
ଖୁବଶୀଘ୍ର ଆର୍ମି ରାଲି କରାଯିବ: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ରାଜସମାନନ୍ଦ ସାଂସଦ ଦିୟା କୁମାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ତେବେ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରିବା ସହ ରାଜସମାନନ୍ଦରେ ସଂସଦୀୟ କ୍ଷେତ୍ରରେ ଆର୍ମି ରାଲି ଆୟୋଜନ କରିବା ପାଇଁ ଅନୁରୋଧ କରିଛନ୍ତି । ଏପଟେ କୋଭିଡ ମହାମାରୀ କାରଣରୁ ଭାରତୀୟ ସେନାର ଏହି ରାଲି ଏବେ ବନ୍ଦ ରହିଛି ।

ସେହିପରି ସାଂସଦ ଦିୟା କୁମାରୀଙ୍କ କହିବା ଅନୁଯାୟୀ, ରାଜସମାନନ୍ଦରେ ବହୁତ ଯୁବ ପିଢି ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଇଚ୍ଛୁକ ଅଛନ୍ତି । ଏପଟେ ଭାରତୀୟ ସେନା ନିଯୁକ୍ତି ରାଲି ଖୁବଶୀଘ୍ର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଏଥିପାଇଁ ବହୁତ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

ସେହିଭଳି ଆର୍ମି ରାଲି ପାଇଁ ଥିବା ସମସ୍ତ ଔପଚାରିକତା ସମ୍ପୂର୍ଣ୍ଣ ହେଲା ପରେ ତାରିଖ ଘୋଷଣା ହେବା ସହ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜନାଥ କହିଛନ୍ତି । ଏଥିସହ ବିଜେପି ସରକାର ଯୁବପିଢିଙ୍କୁ ନିଯୁକ୍ତି କ୍ଷେତ୍ରରେ ସମସ୍ତ ସୁଯୋଗ ପ୍ରଦାନ କରିବା ପାଇଁ ପରିକର ବଦ୍ଧ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହା ପରେ ଦିୟା କୁମାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏଥିସହ ସେ ତାଙ୍କୁ 'ଭାରତ ଶ୍ରେଷ୍ଠ' ପଦକ୍ଷେପ ଅଧୀନରେ ପ୍ରକାଶିତ ଏକ ପୁସ୍ତକ ଉପସ୍ଥାପନ କରିଥିଲେ ଯାହାର ଶୀର୍ଷକ ରହିଛି "The Camel with a Japi" । ଏହା ସହିତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୪ ରାଜ୍ୟରେ ବିଜୟୀ ହୋଇଥିବାରୁ ସେ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏପଟେ ରାଜସ୍ଥାନରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ରାଜନାଥ ସିଂଙ୍କୁ ସାଂସଦ ଦିୟା କୁମାରୀ ମଧ୍ୟ ଅବଗତ ଜଣାଇଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.