ETV Bharat / bharat

ଘାଟିରେ ଏନକାଉଣ୍ଟର: 2 ସେନାଧିକାରୀଙ୍କ ସମେତ 4 ଶହୀଦ - ଜମ୍ମୁ କାଶ୍ମୀର ପୋଲିସ

କାଶ୍ମୀର ରଜୌରୀ ସେକ୍ଟରରେ ଏନକାଉଣ୍ଟରରେ 2 ସେନାଧିକାରୀଙ୍କ ସମେତ 4 ଶହୀଦ । ଆଜି ପୂର୍ବାହ୍ନରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

ଘାଟିରେ ଏନକାଉଣ୍ଟରରେ ବେଳେ ଜଣେ ସେନାଧିକାରୀଙ୍କ ସହ 2 ଶହୀଦ

author img

By ETV Bharat Odisha Team

Published : Nov 22, 2023, 7:31 PM IST

Updated : Nov 22, 2023, 11:03 PM IST

ଶ୍ରୀନଗର: ଆଜି ପୂର୍ବାହ୍ନରେ କାଶ୍ମୀର ରଜୌରୀ ସେକ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଜାରି ରହିଥିବା ଏନକାଉଣ୍ଟରରେ 2 ଜଣ ସେନାଧିକାରୀଙ୍କ ସମେତ 4 ଜଣ ଶହୀଦ ହୋଇଛନ୍ତି । ରଜୌରୀର ବାଜିମଲ ଫରେଷ୍ଟ ଏରିଆରେ ଆତଙ୍କୀ ଗତିବିଧି ନେଇ ସୂଚନା ମିଳିବା ପରେ ସେନାର ସ୍ପେଶାଲ ଫୋର୍ସ ଓ ସ୍ଥାନୀୟ ପୋଲିସର ଟିମ୍‌ ଏହି ମିଳିତ ଅପରେସନ ଆରମ୍ଭ କରିଥିଲେ । ତେବେ ଶହୀଦ ସେନାଧିକାରୀ ଓ ଯବାନମାନଙ୍କ ପରିଚୟ ସ୍ପଷ୍ଟ ହୋଇନି ।

  • #WATCH | An encounter is underway between terrorists and joint forces of Army & J-K Police in the Bajimaal area of Dharmsal in Rajouri district

    (Visuals deferred by unspecified time) pic.twitter.com/pNnXvtbRKt

    — ANI (@ANI) November 22, 2023 " class="align-text-top noRightClick twitterSection" data=" ">

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶହୀଦ ସେନାଧିକାରୀ ଦୁଇ ଜଣ କ୍ୟାପଟେନ ପାହ୍ୟାର ଅଧିକାରୀ ଥିଲେ । ବାଜିମଲ ନିକଟରେ ଆତଙ୍କୀଙ୍କ ସହ ଗୁଳି ବିନିମୟରେ ଉଭୟ ଶହୀଦ ହୋଇଛନ୍ତି । ଏଥିରେ ଏକାଧିକ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଥିଲେ । ଏମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପର୍ଯ୍ୟାୟକ୍ରମେ ଗୁରୁତର 2 ଯବାନ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ ହୋଇଛନ୍ତି । ଘଟଣାସ୍ଥଳରେ ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସ୍ପଷ୍ଟ ହେବା ପରେ ଅଧିକ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏନକାଉଣ୍ଟର ଏବେ ମଧ୍ୟ ଜାରି ରହିଛି । ଅପରେସନରେ ସେନା, ସିଆରପିଏଫ ଓ ସ୍ଥାନୀୟ ପୋଲିସର ଯବାନ ନିୟୋଜିତ ରହିଛନ୍ତି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ।

ଗତ ସପ୍ତାହରେ ରଜୌରୀରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କୀକୁ ସେନା ନିପାତ କରିଥିଲା । ଆତଙ୍କୀ ଗତିବିଧି ନେଇ ସୂଚନା ମିଳିବା ପରେ ନିୟମିତ ସେନା ଓ ସ୍ଥାନୀୟ ପୋଲିସ ଅପରେସନ ଆରମ୍ଭ କରିଥାଏ । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ (CASO) କରାଯାଏ । ସଶସ୍ତ୍ର ଆତଙ୍କୀଙ୍କ ଉପସ୍ଥିତି ସ୍ପଷ୍ଟ ହେବା ପରେ ସେନା ଏନକାଉଣ୍ଟର କରେ ।

ଏହା ମଧ୍ୟ ପଢନ୍ତୁ :- ଓଡିଶା-ଛତିଶଗଡ ସୀମାରେ ବଡ ନକ୍ସଲ ଆକ୍ରମଣ ପଣ୍ଡ: 6 ଆଇଇଡି ସହ ବିପୁଳ ବିସ୍ଫୋରକ ଜବତ

ନିକଟରେ ଏକାଧିକ ଏନକାଉଣ୍ଟରରେ ସେନାକୁ ସଫଳତା ମିଳିଥିଲେ ସୁଦ୍ଧା ଘାଟିରେ ଆତଙ୍କୀ ଆକ୍ରମଣ ଘଟଣା ମଧ୍ୟ ନଜିର ରହିଛି । ପୁଲଓ୍ବାମା, ରଜୌରୀ ଓ ଶ୍ରୀନଗରେ ଅଣସ୍ଥାନୀୟ ଶ୍ରମିକଙ୍କୁ ଆତଙ୍କୀ ଟାର୍ଗେଟ କିଲିଂ କରୁଛନ୍ତି । ଅନ୍ୟପଟେ ଶୀତଋତୁରେ ପ୍ରତିକୂଳ ପାଗ, ତୁଷାରପାତ ଓ ଲୋ-ଭିଜିବିଲିଟିର ସୁଯୋଗ ନେଇ ପାକିସ୍ତାନ ପଟୁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି । ତେଣୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଓସି) ରେ ସୀମା ସୁରକ୍ଷା ବଳ (BSF) ପାଟ୍ରୋଲିଂକୁ କଡାକଡି କରିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 22, 2023, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.