ଶ୍ରୀନଗର: ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜମ୍ମୁକାଶ୍ମୀରରେ ରାମବାନ ଜିଲ୍ଲାରେ ଥିବା ସେନା କ୍ୟାମ୍ପରେ । ଏନେଇ ଜମ୍ମୁକାଶ୍ମୀର ପୋଲିସ ଓ ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ଓ ସେନବାହୀନି ।
ପୋଲିସ ସୂଚନା ଅନୁଯାୟୀ ଶନିବାର ମଧ୍ୟରାତ୍ରରେ ଉଖରାଲ କ୍ୟାମ୍ପରେ ନିଜ ସର୍ଭିସ ବନ୍ଧୁକରେ ସିପାହୀ ହନୁମାନ ଚୌଧୁରୀ ନିଜେ ନିଜକୁ ଗୁଳି କରିଥିବା ଜଣାପଡିଛି । ସେ 12 ରାଷ୍ଟ୍ରୀୟ ରାଇଫଲସରେ କାର୍ଯ୍ୟରତ ଥିଲେ । 12 ରାଷ୍ଚ୍ରୀୟ ରାଇଫଲସର ସେଣ୍ଟ୍ରି ଦାୟିତ୍ବରେ ଥିଲେ । ସେ ଏଭଳି ପଦକ୍ଷେପ କିଭଳି ନେଇଛନ୍ତି ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି ପୋଲିସ କହିଛନ୍ତି । ଯବାନଙ୍କ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।