ETV Bharat / bharat

Army Helicopter Crash: କିସ୍ତୱାରରେ ସେନା ହେଲିକପ୍ଟର କ୍ରାସ, ଜଣେ ମୃତ

author img

By

Published : May 4, 2023, 12:07 PM IST

Updated : May 5, 2023, 7:27 AM IST

ଜମ୍ମୁ କାଶ୍ମୀରରେ ସେନା ହେଲିକପ୍ଟର କ୍ରାସ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀରରେ ସେନା ହେଲିକପ୍ଟର କ୍ରାସ
ଜମ୍ମୁ କାଶ୍ମୀରରେ ସେନା ହେଲିକପ୍ଟର କ୍ରାସ

ଶ୍ରୀନଗର: କ୍ରାସ ହେଲା ସେନା ହେଲିକପ୍ଟର । ଗତକାଲି (ଗୁରୁବାର) ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାର ଏକ ହେଲିକପ୍ଟର କ୍ରାସ ହୋଇଛି । ଏଥିରେ ଜଣେ ଟେକ୍ନିସିଆନଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ପାଇଲଟ ଆହତ ହୋଇଛନ୍ତି । ଜମ୍ମୁ-କାଶ୍ମୀରର କିସ୍ତୱାର ନିକଟରେ ସେନାର ALH ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି କିସ୍ତୱାର ମଚ୍ଛନା ଗାଁ ନିକଟ ଜଙ୍ଗଲରେ ଖସିପଡିଛି । ଏଥିରେ ଦୁଇ ପାଇଲଟଙ୍କ ସହ ଜଣେ ଟେକ୍ନିସିଆନ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ଟେକ୍ନିସିଆନଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଦୁଇ ପାଇଲଟ ବିପଦମୁକ୍ତ ଥିବା ଜଣାପଡିଛି । ଏନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପଢନ୍ତୁ: Arunachal Chopper Crash: ୧୨ବର୍ଷରେ ୮ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଯାଇଛି ୬୨ ଜୀବନ

ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ସକାଳ ୧୦ଟାରେ ALH ଧ୍ରୁବ ହେଲିକପ୍ଟର ଉଡାଣ ଭରିଥିଲା । ଏହା କିସ୍ତୱାରରୁ ମରୱାକୁ ରୁଟିନ ଉଡାଣ ଭରୁଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି ବାଟରେ ମଚ୍ଛନା ଗାଁ ନିକଟରେ କ୍ରାସ ହୋଇ ଚେନାବ ନଦୀକୁ ଖସି ପଡିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ସ୍ଥାନୀୟ ପ୍ରଶାସନ ସମେତ ରେସ୍କ୍ୟୁ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚଛନ୍ତି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟ ଦୁଇ ପାଇଲଟ ଆହତ ହୋଇଥିଲେ ହେଁ ବିପଦମୁକ୍ତ ଥିବା ସେନା ସୂଚନା ଦେଇଛି । ଗତ ୭ ମାସ ମଧ୍ୟରେ ସେନା ହେଲିକପ୍ଟର ଦୁର୍ଘଟଣାର ଏହା ଚତୁର୍ଥ ଘଟଣା ।

ଏହାମଧ୍ୟ ପଢନ୍ତୁ: Baramulla Encounter: ସେନା ଗୁଳିରେ ଦୁଇ ଆତଙ୍କୀ ସଫା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଅରୁଣାଚଳ ପ୍ରଦେଶରେ ଚିତା ହେଲିକପ୍ଟର କ୍ରାସ ହୋଇଥିଲା । ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ହେଲିକପ୍ଟରଟି କ୍ରାସ ହୋଇ ତଳକୁ ଖସି ପଡିବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ପାଇଲଟ ଲେଫ୍ଟନାଣ୍ଟ କୋଲୋନେଲ ଭିଭିବି ରେଡ୍ଡି ଓ ମେଜର ଜୟନ୍ତ ଏ. ରହିଥିଲେ । ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଗତ ଜାନୁୟାରୀରେ ମଧ୍ୟପ୍ରଦେଶରେ ଦୁଇଟି ଯୁଦ୍ଧ ବିମାନ ସୁଖୋଇ-୩୦ ଓ ମିରାଜ-୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଡାଣ ଭରିବା ସମୟରେ ମଝି ଆକାଶରେ ଦୁଇ ବିମାନ ପରସ୍ପର ସହ ଧକ୍କା ହୋଇଥିଲେ । ଏଥିରେ ଦୁଇ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ବାୟୁସେନାର ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାର କିଛି ସମୟ ପୂର୍ବରୁ ଉତ୍ତରପ୍ରଦେଶ ଆଗ୍ରାରୁ ଉଡାଣ ଭରିଥିଲା ଏକ ଚାଟାର୍ଡ ଏୟାରକ୍ରାଫ୍ଟ ରାଜସ୍ଥାନ ଭରତପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 5, 2023, 7:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.