ETV Bharat / bharat

Army Chopper Crashing: ମୃତ୍ୟୁ ଫାଶ ପାଲଟିଛି ହେଲିକପ୍ଟର Mi-17 !

author img

By

Published : Dec 8, 2021, 7:56 PM IST

ସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶ ହରାଇଛି ପ୍ରଥମ ସିଡିଏସ ବିପିନ ରାୱତ । ତେବେ ବର୍ତ୍ତମାନ ହେଲିକପ୍ଟର Mi-17 V5 ନେଇ ଚର୍ଚ୍ଚା ଚାଲିଛି । ମୃତ୍ୟୁ ଫାଶ ପାଲଟିଛି ଭାରତୀୟ ସେନାରେ ବ୍ୟବହାର ହେଉଥିବା ଋଷ ନିର୍ମିତ ମିଲିଟାରୀ ହେଲିକପ୍ଟର Mi-17V5 । ଅଧିକ ପଢନ୍ତୁ

Army Chopper Mi-17 V5 Crashing history in India
Army Chopper Crashing: ମୃତ୍ୟୁର ଫାଶ ପାଲଟିଛି ଋଷ ନିର୍ମିତ ମିଲିଟାରୀ ହେଲିକପ୍ଟର Mi-17 V5

ନୂଆଦିଲ୍ଲୀ: ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ଭାରତୀୟ ସେନାର ହେଲିକପ୍ଟର Mi-17V5 (Army Chopper Crashed) । ଯାହା ଦେଶବାସୀଙ୍କୁ ଥରକୁ ଥର ଦୋହଲାଇ ଦେଉଛି । ଆଜି (ବୁଧବାର) ତାମିଲନାଡୁର କୁନ୍ନୁର ସୁଲୁର ଆର୍ମି କଲେଜରୁ ୱେଲିଂଟନକୁ ଯାଉଥିବାବେଳେ ନୀଳଗିରି ଅଞ୍ଚଳରେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି Mi-17V5 ହେଲିକେପ୍ଟର ।

ଏହି ଦୁର୍ଘଟଣାରେ ଭାରତୀୟ ସେନାର ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ (CDS Bipin Rawat) ଓ ତାଙ୍କ ପତ୍ନୀ ସମେତ ୧୪ ଜଣ ଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ 13 ଜଣଙ୍କୁ ମୃତ ଘୋଷଣା କରାଯାଇଛି । ତେବେ ଏହି ଘଟଣା ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ହେଲିକେପ୍ଟର Mi-17 V-5 କୁ ନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଭାରତରେ ପୂର୍ବରୁ ମଧ୍ୟ ଏହି ହେଲିକପ୍ଟର ବିଭିନ୍ନ ଅଞ୍ଚଳରେ ଗସ୍ତ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ବହୁ ସେନା କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ।

ହେଲିକପ୍ଟର ଦୁର୍ଘଟଣାରେ ଦେଶ ହରାଇଛି ଦେଶର ପ୍ରଥମ ସିଡିଏସ ବିପିନ ରାୱତ । ତେବେ ବର୍ତ୍ତମାନ ହେଲିକପ୍ଟର Mi-17 V5 ନେଇ ଚର୍ଚ୍ଚା ଚାଲିଛି । ମୃତ୍ୟୁର ଫାଶ ପାଲଟିଛି ଭାରତୀୟ ସେନାରେ ବ୍ୟବହାର ହେଉଥିବା ଋଷ ନିର୍ମିତ ମିଲିଟାର ହେଲିକପ୍ଟର Mi-17 V5 । ଏହା ପୂର୍ବରୁ ମଧ୍ୟ କ୍ରାସ ହୋଇଛି ଭାରତୀୟ ବାୟୁସେନାର ଏହି ଲଢୁଆ ଯୁଦ୍ଧ ହେଲିକପ୍ଟର। ଭାରତୀୟ ସେନାରେ ସାମିଲ ହେଲା ପରେ Mi17V5 ହେଲିକପ୍ଟର ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଭାରତରେ ଦୁର୍ଘଟଣା ହୋଇଥିବା Mi-17 V5 ହେଲିକପ୍ଟରର ଇତିହାସ (Mi-17 V5 Crashing history in India) ରହିଛି।

ତେବେ ନଜର ପକାନ୍ତୁ ପୂର୍ବରୁ ଭାରତରେ Mi-17 V5 ହେଲିକପ୍ଟର ଦୁର୍ଘଟଣା ଘଟଣା ଉପରେ ;-

1. ୨୦୧୦ ମସିହାରେ ନଭେମ୍ବର ୧୯ ତାରିଖରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ Mi-17V5 ହେଲିକପ୍ଟର ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଥିଲେ ।

2. ୩୧ ଅଗଷ୍ଟ ୨୦୧୨ରେ ଗୁଜୁରାଟର ଜାମନଗର ଏୟାରବେସରେ Mi-17V5 ହେଲିକପ୍ଟର ଦୁର୍ଘଟଣାରେ ୯ ଜଣ ବାୟୁସେନା କର୍ମଚାରୀ ମୃତ୍ୟୁବରଣ କରିଥିଲେ ।

3. ୨୫ ଜୁନ ୨୦୧୩ରେ ଉତ୍ତରାଖଣ୍ଡରେ ବର୍ଷାରେ ଫସିଥିବା ଲୋକଙ୍କୁ ଉଦ୍ଧାର ବେଳେ Mi-17V5 ହେଲିକପ୍ଟର ଦୁର୍ଘଟଣା ହୋଇ ୮ ଜଣ ଲୋକଙ୍କ ସହ ୫ ଜଣ କ୍ରିଉମେମ୍ବର ପ୍ରାଣ ହରାଇଥିଲେ।

4. 6 ଅକ୍ଟୋବର ୨୦୧୭ରେ ଅରୁଣାଚଳର ତୱାଙ୍ଗରେ ପୁଣି Mi-17V5 ହେଲିକପ୍ଟର କ୍ରାସ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି।

5. ଜୁଲାଇ ୪ ୨୦୧୮ରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ମାନା ଗ୍ରାମରେ Mi-17V5 ହେଲିକପ୍ଟର ଅଭ୍ୟାସ ସମୟରେ କ୍ରାସ ଲ୍ୟାଣ୍ଡିଂ ଯୋଗୁଁ ଦୁର୍ଘଟଣା ଘଟିଥିଲା । ବୈଷୟିକ ତ୍ରୃଟି ଯୋଗୁଁ ଦୁର୍ଘଟଣା ଘଟିଥିବା ପରେ ଜଣପାଡିଥିଲା।

6. ୨୭ ଫେବୃୟାରୀ ୨୦୧୯ରେ ଜମ୍ମୁକାଶ୍ମୀରର ବଡୋଗାମରେ Mi-17V5 ହେଲିକପ୍ଟର ଦୁର୍ଘଟଣା ଘଟି ୭ ଜଣ ପ୍ରାଣ ହରାଇଥିଲେ।

7. ୧୮ ନଭେମ୍ବର ୨୦୨୧ ରେ ଅରୁଣାଚଳ ପ୍ରଦେଶର ରୋଚ୍ଚାମ ହେଲିପ୍ୟାଡରେ Mi-17V5 ଦୁର୍ଘଟଣା ଘଟିଥିଲା । ଏଥିରେ ଦୁଇ ଜଣ ପାଇଲଟ ସହ ତିନି ଜଣ କ୍ରିଉ ମେମ୍ବର ଥିଲେ କିନ୍ତୁ କାହାର କୌଣସି କ୍ଷତି ହୋଇନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.