ETV Bharat / bharat

ସେନାରେ ଅଗ୍ନିପଥ ଯୋଜନାକୁ ବିରୋଧ, ରାଜପଥ ବନ୍ଦ ସହ ପୋଡାଜଳା

author img

By

Published : Jun 16, 2022, 1:05 PM IST

Updated : Jun 16, 2022, 1:12 PM IST

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ସ୍କିମକୁ ନେଇ ବିହାରରେ ବିଭିନ୍ନ ସ୍ଥାନରେ ପ୍ରତିବାଦ । ଏହାକୁ ବିରୋଧ କରି ବିହାରର ବକ୍ସର ରେଳ ଷ୍ଟେସନର ଚାକିରି ଆଶାୟୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ସେନାରେ ଅଗ୍ନିପଥ ଯୋଜନାକୁ ବିରୋଧ, ରାଜପଥ ବନ୍ଦ ସହ ପୋଜାଜଳା

ପାଟନା: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ସ୍କିମକୁ ବିହାରରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖାଦେଇଛି । ମଙ୍ଗଳବାର କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ । ଏହି ଯୋଜନାରେ ସୈନ୍ୟମାନଙ୍କ ନିଯୁକ୍ତି ଚୁକ୍ତିଭିତ୍ତିକ ଥିବାବେଳେ ଚାକିରିର ଅବଧି ୪ ବର୍ଷ ଥିବାରୁ ବିହାରର ପ୍ରତିରକ୍ଷା ଚାକିରି ଆଶାୟୀମାନେ ନିରାଶ ହୋଇଛନ୍ତି । ଏହାକୁ ବିରୋଧ କରି ବିହାରର ବକ୍ସର ରେଳ ଷ୍ଟେସନର ଏନେଇ ଚାକିରି ଆଶାୟୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ସୂଚନାଅନୁସାରେ, ଅଗ୍ନିପଥ ଯୋଜନାକୁ ନେଇ ରାଜ୍ୟସାରା ବିରୋଧ ଜାରି ରହିଛି । ସ୍ଥିତି ଏପରି ହୋଇଛି ଯେ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବୁଧବାର ବକ୍ସରରେ ଆଶାୟୀମାନେ ଟ୍ରେନ୍ ରୋକିବାକୁ ଉଦ୍ୟମ କରିବା ସହ ଯୋଜନା ବିରୋଧରେ ନାରାବାଜି କରିଛନ୍ତି । ଫଳରେ ଅନେକ ଟ୍ରେନ ଅଟକି ରହିଥିଲା ।

ଏହାସହ ବିହାରର ବାରାଉଣି ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଅବରୋଧ କରିଛନ୍ତି । ଏହା ବ୍ୟତୀତ ଆରା ସହ ବହୁତ ସ୍ଥାନରେ ନିଆଁ ଲଗାଇଛନ୍ତି ବିକ୍ଷୋଭକାରୀ । ବିହାରର ଛପରା, ଜେହନାବାଦ, ମୁନଗର ଏବଂ ନଓ୍ବାଡାରେ ମଧ୍ୟ ଏହି ଯୋଜନାରେ ପରିବର୍ତ୍ତନ କରିବା ପାଇଁ ଦାବି ଜୋର ଧରିଛି । ପୋଲିସ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଯୋଜନା ପ୍ରତ୍ୟାହାର ଦାବିରେ ସେମାନେ ଜିଦ୍‌ରେ ଅଟଳ ରହିଛନ୍ତି ।

ରାଜସ୍ଥାନର ଜୟପୁରରେ ମଧ୍ୟ ଯୁବକମାନେ ରାସ୍ତାକୁ ଯାଇ ଏହି ଯୋଜନା ବନ୍ଦ କରିବାକୁ ଦାବି ମଧ୍ୟ କରିଛନ୍ତି । ଏହି ଘଟଣାରେ ଅନେକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ପୋଲିସ । ଏହି ସମୟ ସୀମାକୁ ୨୫ ପ୍ରତିଶତ ବଦଳରେ ୫୦ ପ୍ରତିଶତ ସୈନିକଙ୍କୁ ନିଆଯାଉ ବୋଲି ଦାବି କରିଛନ୍ତି । ଅଗ୍ନିପଥ ସ୍କିମ ଅନୁଯାୟୀ, ୧୭ରୁ ୨୧ ବୟସର ଉଭୟ ମହିଳା ଓ ପୁରୁଷ ସେନାରେ ୪ବର୍ଷ ପାଇଁ ଯୋଗ ଦେଇପାରିବେ । ସେମାନଙ୍କ ପାଇଁ ମାସିକ ଦରମା ୪୦ ହଜାର ରଖାଯାଇଥିବାବେଳେ ୪୮ଲକ୍ଷର ବୀମା ରାଶି ରହିଛି । ନିଯୁକ୍ତି ପାଇବାକୁ ଥିବା ଅଗ୍ନିବୀରମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ସ୍ଥାୟୀ ଚାକିରି ମିଳିବ । ବାକି ୭୫ ପ୍ରତିଶତଙ୍କୁ ସେନାରୁ ବାହାର କରିଦିଆଯିବ ।

Last Updated : Jun 16, 2022, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.