ETV Bharat / bharat

AQIS terrorist arrested: ସନ୍ଦିଗ୍ଧ ଆତଙ୍କୀଙ୍କୁ ବାନ୍ଧିଲା କୋଲକାତା ପୋଲିସ

author img

By

Published : Nov 7, 2022, 7:13 AM IST

ସନ୍ଦିଗ୍ଧ ଆତଙ୍କବାଦୀକୁ ବାନ୍ଧିଲା କୋଲକାତା ପୋଲିସର ଏସଟିଏଫ । କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (AQIS) କୁ କରୁଥିଲା ସହଯୋଗ । ନଭେମ୍ବର 14 ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ

AQIS terrorist arrested in Kolkata: ସନ୍ଦିଗ୍ଧ ଆତଙ୍କୀଙ୍କୁ ବାନ୍ଧିଲା କୋଲକତା ପୋଲିସ

କୋଲକାତା: ଭାରତୀୟ ଉପମହାଦେଶରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବିଦେଶରୁ ଅପରେଟ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (AQIS) ସହ ଜଡିତ ଥିବା ଜଣେ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଛି କୋଲକାତା ପୋଲିସର ସ୍ପେସାଲ ଟାକ୍ସଫୋର୍ସ । ଗିରଫ ସନ୍ଦିଗ୍ଧ ଆତଙ୍କୀ 20 ବର୍ଷୀୟ ମୋନିରୁଦ୍ଦିନ ଖାନ ଓ ସେ ପଶ୍ଚିମବଙ୍ଗର ସ୍ଥାନୀୟ ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି ।

  • West Bengal | A man, Moniruddin Khan, aged 20, arrested for being member of Al-Qaeda Indian Subcontinent (AQIS) & Ansarullah Bangla Team & for providing logistical support to org. Accused produced in Calcutta court, remanded to police custody till Nov 14: STF, Kolkata Police pic.twitter.com/YjEczFgrG3

    — ANI (@ANI) November 6, 2022 " class="align-text-top noRightClick twitterSection" data=" ">

ତେବେ ପୋଲିସ ଏପରି କିଛି ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନେଇ ସୂଚନା ପାଇ ମୋନିରୁଦ୍ଦିନର ଘରେ ଚଢାଉ କରିଥିଲା । ପରେ ତାକୁ ପ୍ରାଥମିକ ଜେରା ପରେ ଗିରଫ କରି କୋର୍ଟରେ ହାଜର କରିଥିଲା ଏସଟିଏଫ । ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ଏସଟିଏଫ ରିମାଣ୍ଡ ମଧ୍ୟ ଆବେଦନ କରିଥିଲା । କୋଲକାତାର ଏକ ସ୍ଥାନୀୟ କୋର୍ଟରେ ଅଭିଯୁକ୍ତକୁ ନଭେମ୍ବର 14 ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଛନ୍ତି । କୋଲକାତା ପୋଲିସର (STF) ଟିମ ଏହି ରିମାଣ୍ଡ ଅବଧି ମଧ୍ୟରେ ସନ୍ଦିଗ୍ଧକୁ ଜେରା କରିବା ସହ ଆତଙ୍କୀ ଲିଙ୍କ ନେଇ ଅଧିକ ତଥ୍ୟ ହାସଲ କରିବାକୁ ପ୍ରୟାସ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.