ETV Bharat / bharat

Skill Development Case: ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

author img

By ETV Bharat Odisha Team

Published : Sep 9, 2023, 7:00 AM IST

Updated : Sep 9, 2023, 8:24 AM IST

ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ । ଅଧିକ ପଢନ୍ତୁ

ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି(TDP) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗିରଫ । ଆଜି(ଶନିବାର) ସକାଳୁ ରାଜ୍ୟର ଅପରାଧିକ ଯାଞ୍ଚ ବିଭାଗ(CID) ତାଙ୍କୁ ଗିରଫ କରିଛି । ୨୫୦ କୋଟିରୁ ଊର୍ଦ୍ଧ୍ବ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ନାଇଡୁଙ୍କୁ ଭୋର୍ ୬ଟା ବେଳେ ଗିରଫ କରାଯାଇଛି । ୨୦୨୧ରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ନାଇଡୁଙ୍କୁ ଗିରଫ କରାଯିବା ପରେ ମେଡିକାଲ ଯାଞ୍ଚ ପାଇଁ ଏବେ ନନ୍ଦୟାଲା ହସ୍ପିଟାଲ ନିଆଯାଇଛି । ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି ।

ଚନ୍ଦ୍ରବାବୁ ନାଇଡୁ ଗିରଫ
ଚନ୍ଦ୍ରବାବୁ ନାଇଡୁ ଗିରଫ

ସୂଚନା ଅନୁଯାୟୀ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗତକାଲି(ଶୁକ୍ରବାର) ନନ୍ଦୟାଲା ସହରରେ ଏକ ଜନସଭାରେ ଯୋଗ ଦେବାକୁ ଯାଇଥିଲେ । ସଭାକୁ ସମ୍ବୋଧିତ କରିବା ପରେ ସହରର ଆର.କେ ଫଙ୍କସନ ହଲ ଠାରେ ନିଜ ଭ୍ୟାନିଟି ଭ୍ୟାନରେ ରାତ୍ରିଯାପନ କରିଥିଲେ । ନାଇଡୁଙ୍କୁ ଗିରଫ କରିବା ପାଇଁ ନନ୍ଦୟାଲା ରେଞ୍ଜ ଡିଆଇଜି ରଘୁରାମ ରେଡ୍ଡି ଓ ସିଆଇଡି ନେତୃତ୍ବରେ ଆଜି ଭୋର୍ ୩ଟା ବେଳେ ପୋଲିସ ଫୋର୍ସ ସେଠାରେ ପହଞ୍ଚିଥିଲା । ଏହି ଖବର ପ୍ରଘଟ ହେବା ମାତ୍ରେ ଶତାଧିକ ଟିଡିପି ନେତା ଓ କର୍ମୀ ଆସି ଆର.କେ ଫଙ୍କସନ ହଲ ପରିସରରେ ରୁଣ୍ଡ ହୋଇଯାଇଥିଲେ । ଏହାପରେ ପୋଲିସ ଓ ଟିଡିପି କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: 'Telugu People With Ramoji Rao': ଆନ୍ଧ୍ର ସରକାର ଉପରେ ବର୍ଷିଲେ ନାଇଡୁ, କହିଲେ ରାମୋଜି ରାଓଙ୍କ ସହ ଅଛନ୍ତି ତେଲେଗୁବାସୀ

ଚନ୍ଦ୍ରବାବୁ ନାଇଡୁ ଗିରଫ
ଚନ୍ଦ୍ରବାବୁ ନାଇଡୁ ଗିରଫ

ସକାଳ ୬ଟାରେ ପୋଲିସ ନାଇଡୁଙ୍କ ଭ୍ୟାନ ଡୋର ଠକ୍ ଠକ୍ କରି ତାଙ୍କୁ ଓହ୍ଲାଇଥିଲା । ନାଇଡୁ ନିଜ ଭ୍ୟାନରୁ ବାହରକୁ ଆସି ପୋଲିସ ସହ କଥା ହୋଇଥିଲେ । କୌଣସି ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯିବା ନେଇ ପ୍ରଶ୍ନ ଉଠାଇଥିଲେ ଟିଡିପି ମୁଖ୍ୟ । ତାଙ୍କ ଓକିଲ ମଧ୍ୟ ଏହି ଦୁର୍ନୀତି ମାମଲାରେ ନାଇଡୁଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ଦେଖିବାକୁ ପୋଲିସକୁ କହିଥିଲେ । ତେବେ ଏ ସଂକ୍ରାନ୍ତୀୟ ଆବଶ୍ୟକୀୟ ଦସ୍ତାବିଜ୍ ହାଇକୋର୍ଟରେ ଦାଖଲ କରାଯାଇଥିବା ପୋଲିସ ସୂଚନା ଦେଇଥିଲା । ଏଥିସହ ମାମଲାର ବିସ୍ତୃତ ବିବରଣୀ ଏବଂ ରିମାଣ୍ଡ ରିପୋର୍ଟ ନାଇଡୁଙ୍କ ପଚରାଉଚରା କରାଯିବା ପରେ ଦିଆଯିବ ବୋଲି ପୋଲିସ କହିଛି । ନାଇଡୁ ମଧ୍ୟ ମାମଲାରେ ପୋଲିସକୁ ସହଯୋଗ କରିବାକୁ ରାଜି ହୋଇଛନ୍ତି ।

ପ୍ରକାଶ ଥାଉକି, ୨୫୦ କୋଟିରୁ ଅଧିକ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଟିଡିପି ମୁଖ୍ୟ ନାଇଡୁ ପ୍ରଥମ ଅଭିଯୁକ୍ତ ଅଛନ୍ତି । ଏନେଇ ୨୦୨୧ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Last Updated : Sep 9, 2023, 8:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.