ETV Bharat / bharat

The Kashmir Files: କ୍ରେଜିୱାଲଙ୍କ ବୟାନକୁ ଲଜ୍ଜାଜନକ କହିଲେ ଅନୁପମ ଖେର

author img

By

Published : Mar 27, 2022, 5:39 PM IST

କେଜ୍ରିଓ୍ବାଲଙ୍କ କାଶ୍ମୀର ଫାଇଲ୍ସ ବୟାନକୁ ନେଇ ଟାର୍ଗେଟ କଲେ ଅନୁପମ ଖେର । କହିଲେ ଏପରି ମନ୍ତବ୍ୟ ଲଜ୍ଜାଜନକ । ଫିଲ୍ମକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କ କାଶ୍ମୀର ଫାଇଲ୍ସ ବୟାନକୁ ଲଜ୍ୟାଜନକ କହିଲେ ଅନୁପମ ଖେର

ନୂଆଦିଲ୍ଲୀ: ଚଳଚ୍ଚିତ୍ର କାଶ୍ମୀର ଫାଇଲ୍ସକୁ ନେଇ ଲାଗି ରହିଥିବା ରାଜନୈତିକ ବୟାନବାଜି ଥମିବାର ନାଁ ଧରୁନାହିଁ । ବିଜେପି ଶାସିତ ରାଜ୍ୟମାନେ ଏହି ଚଳଚ୍ଚିତ୍ରକୁ ଟାସ୍କ ଫ୍ରୀ କରିବା ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଆଜି ଏହାରି ମଧ୍ୟରେ କେଜ୍ରିଓ୍ବାଲଙ୍କ ବୟାନକୁ ନେଇ କଡା ସମାଲୋଚନା କରିଛନ୍ତି ବରିଷ୍ଠ ଅଭିନେତା ତଥା ଚଳଚ୍ଚିତ୍ରରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ଅନୁପମ ଖେର ।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସକ୍ଷାତକାରରେ ଅନୁପମ କହିଛନ୍ତି, କେଜ୍ରିଓ୍ବାଲଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ । ତତ୍କାଳୀନ ସମୟରେ ହିନ୍ଦୁଙ୍କ ସହ କଣ ଘଟିଥିଲା ତାହା କେଜ୍ରିଓ୍ବାଲ ଜାଣିନାହାନ୍ତି । ସେମାନଙ୍କୁ ହତ୍ୟା କରାଗଲା, ପଣ୍ଡିତ ମହିଳାଙ୍କୁ ଦୁଷ୍କର୍ମ କରାଗଲା, ଘାଟିରୁ ପଳାୟନ କରିବା ପାଇଁ ବାଧ୍ୟ ମଧ୍ୟ କରାଗଲା, କିନ୍ତୁ ଏପରି ଏକ ପ୍ରସଙ୍ଗରେ ନିର୍ମିତ ଚଳଚ୍ଚିତ୍ର ଉପରେ ବିଧାନସଭା ପରି ସ୍ଥାନରେ ହସିବା ଏକ ଲଜ୍ଜାଜନକ ଘଟଣା ।

ଖେର ଆହୁରି ମଧ୍ୟ କହିଛନ୍ତି, ଯଦି କେଜ୍ରିଓ୍ବାଲଙ୍କର ବିଜେପି କିମ୍ବା ପ୍ରଧାନମନ୍ତ୍ରୀଙ୍କ ସହ ରାଜନୈତିକ ପ୍ରତିଦ୍ବନ୍ଦିତା ଅଛି ତାହାଲେ ସେ ସିଧାସଳଖ ବିରୋଧ କରିପାରନ୍ତି । କିନ୍ତୁ ଏହି ଚଳଚ୍ଚିତ୍ରକୁ ନେଇ ରାଜନୀତି କରିବା ଅତ୍ୟନ୍ତ ଅନୁଚିତ ବୋଲି ମଧ୍ୟ ସେ କହିଛନ୍ତି । ସେହିପରି ଏହି ଚଳଚ୍ଚିତ୍ରକୁ ସଫଳତା ଓ ଦର୍ଶକୀୟ ଆଦୃତି ମଧ୍ୟ ମିଳିଛି । ସମସ୍ତେ ଥିଏଟର ଯାଇ ଏହି ମୁଭି ଦେଖନ୍ତୁ ବୋଲି ମଧ୍ୟ ଅନୁପମ କହିଛନ୍ତି । ସେହିପରି କେଜ୍ରିଓ୍ବାଲ ଏହି ମୁଭିକୁ ଟାକ୍ସ ଫ୍ରୀ କରିବା ନିଷ୍ପତ୍ତିକୁ ବିରୋଧ କରୁଥିବାବେଳେ ଚଳଚ୍ଚିତ୍ର 83କୁ ଦିଲ୍ଲୀରେ ଟାକ୍ସ ଫ୍ରୀ କରିଥିବା ମଧ୍ୟ କହିଛନ୍ତି ଅନୁପମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.