ETV Bharat / bharat

କ୍ରିକେଟ ଖେଳୁଥିଲେ ହୃଦଘାତରେ ଉଡିଗଲା ଯୁବକଙ୍କ ପ୍ରାଣବାୟୁ

author img

By

Published : Feb 20, 2023, 8:56 AM IST

ଗୁୁଜୁରାଟର ରାଜକୋଟରେ ଏକ ଦୁଃଖଦ ଘଟଣା ଘଟିଛି । କ୍ରିକେଟ ଖେଳୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

କ୍ରିକେଟ ଖେଳିବା ସମୟରେ ଯୁବକଙ୍କର ମୃତ୍ୟୁ
youth dies while playing cricket in Rajkot

ଗାନ୍ଧୀନଗର: ମୃତ୍ୟୁ ସତ୍ୟ । ହେଲେ ମୃତ୍ୟୁ ଯେବେ ଅବେଳରେ ଅକାଳରେ ଆସେ ତାହା ଦୁଃଖ ଦିଏ । ସେମିତି କିଛି ଦୁଃଖଦ ଘଟଣା ଗୁଜୁରାଟର ରାଜକୋଟ ଅଞ୍ଚଳରେ ଘଟିଛି । ଜଣେ କମ ବୟସର ଯୁବକ କ୍ରିକେଟ ଖେଳୁଥିବା ସମୟରେ ଦୁନିଆରୁ ବିଦାୟ ନେଇଛନ୍ତି । କ୍ରିକେଟ ଖେଳୁଥିବା ସମୟରେ ହୃଦଘାତ କାରଣରୁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ଗତ 20 ଦିନରେ ଏହା ତୃତୀୟ ଘଟଣା । ପୁଅର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟରେ କମ ବୟସରେ ହୃଦଘାତରେ ଅନେକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରାଜକୋଟ ମାଧବରାୟ ସିନ୍ଧିୟା କ୍ରିକେଟ ଗ୍ରାଉଣ୍ଡରେ ଇଣ୍ଟର ପ୍ରେସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ବିଭିନ୍ନ ଦଳ ଗ୍ରାଉଣ୍ଡରେ ମ୍ୟାଚ ଖେଳୁଥିଲେ । ମ୍ୟାଚରେ ଜଣେ 31 ବର୍ଷୀୟ ଯୁବକ ହାର୍ଦ୍ଦିକ ଚୌହାନ ମଧ୍ୟ ଖେଳୁଥିଲେ । 18ବଲରେ 30ରନ କରିଥିଲେ । ଏହାପରେ ସେ ଆଉଟ ହୋଇଯାଇଥିଲେ । ଏହା ପରେ ଅଚାନକ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ସେ ଅଚେତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଗତ 20 ଦିନରେ ରାଜକୋଟରେ କ୍ରିକେଟ ଖେଳୁଥିବା ସମୟରେ ଯୁବକଙ୍କ ମୃତ୍ୟୁର ଏହା ତୃତୀୟ ଘଟଣା । ଏହା ପୂର୍ବରୁ ଶାସ୍ତ୍ରୀ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିବା ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଗାନ୍ଧୀଗ୍ରାମ ଭାରତୀନଗରରେ ରହୁଥିବା ଜଣେ ଯୁବକଙ୍କର କ୍ରିକେଟ ଖେଳୁଥିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାପରେ ପୁଣି ସିନ୍ଧିୟା କ୍ରିକେଟ ଗ୍ରାଉଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଯୁବକ ରାଜକୋଟରେ ଏକ ଖବକାଗଜ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ହାର୍ଦ୍ଦିକ ଚୌହାନଙ୍କର ମୃତ୍ୟୁରେ ସ୍ଥାନୀୟ ମିଡିଆ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

ଏହାବି ପଢନ୍ତୁ...ମୁଁ ଗୋ ମାଂସ ଖାଉଛି, ଏଥିରେ ଦଳ ତରଫରୁ କୌଣସି ପ୍ରତିବନ୍ଧକ ନାହିଁ: ମେଘାଳୟ ବିଜେପି ମୁଖ୍ୟ

ଏହି ଘଟଣାକୁ ନେଇ ରାଜକୋଟର ଜଣାଶୁଣା ହାର୍ଟ ସ୍ପେଶାଲିଷ୍ଟ ଡାକ୍ତର ରାଜେଶ ତେଲି କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଅଞ୍ଚଳରେ ଏହି ପରି ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ବୟସ ଖୁବ କମ । ଏତେ କମ ବୟସରେ ହୃଦଘାତରେ ମୃତ୍ୟୁ ହେବାର ପ୍ରମୁଖ କାରଣ ଜୀବନଶୈଳୀ । ଖାଦ୍ୟରେ ଅନିୟମିତତା, ସଠିକ ଖାଦ୍ୟ ନଖାଇବା ଏହାର ମୁଖ୍ୟ କାରଣ । ବିଶେଷ କରି ଯେଉଁମାନେ ଖେଳାଳି ସେମାନଙ୍କୁ ଖେଳିବା ସମୟରେ କିମ୍ବା ଜିମରେ ହୃଦଘାତ ଆସିଥାଏ ।''

ଡାକ୍ତର ରାଜେଶ ତେଲି ଆହୁରି କହିଛନ୍ତି, ''ଯେ କୌଣସି ବୟସରେ ଯଦି କେହି ଖେଳିବାକୁ ଚାହେଁ ସେ ଜିମ ଯୋଗ କରିଥାଏ । ଏହାପୂର୍ବରୁ ସେମାନଙ୍କ ସେମାନଙ୍କ ଶରୀର ଓ କ୍ଷମତାକୁ ପରୀକ୍ଷା କରିବା ଆବଶ୍ୟକ । ବିଶେଷ କରି 25ରୁ 30 ବର୍ଷ ବୟସର ଯୁବକଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ଭବିଷ୍ୟତରେ ଖେଳିବାକୁ ଲକ୍ଷ୍ୟ ରଖିଥିବା ସମସ୍ତଙ୍କୁ ସେମାନଙ୍କ ଶରୀରର ପରୀକ୍ଷା କରାଇ ନେବା ଆବଶ୍ୟକ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.