ETV Bharat / bharat

ପୁଣି ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଫୁଟିଲା ଗୁଳି, ଜଣେ ଯବାନ ମୃତ

author img

By

Published : Apr 13, 2023, 12:43 PM IST

ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡରେ ୪ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ସନ୍ଧ୍ୟାରେ ଅନ୍ୟଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ମିଲିଟାରୀ ଷ୍ଟେସନରେ ଗୁଳିମାଡ ସହ ଏହି ଘଟଣାର କୌଣସି ସମ୍ପର୍କ ନଥିବା ଜଣାପଡିଛି । ଅଧିକ ପଢନ୍ତୁ

Bathinda Military Station firing
Bathinda Military Station firing

ଚଣ୍ଡିଗଡ: ଅଶାନ୍ତ ପଞ୍ଜାବ । ଆଶାନ୍ତ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ପୁଣି ଫୁଟିଲା ଗୁଳି । ପୁଣି ଜଣେ ଯବାନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଜଣେ ଯବାନ ନିଜକୁ ନିଜେ ଗୁଳି କରି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ଗତକାଲି ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ ଘଟଣାରେ ୪ଜଣ ଯବାନ ପ୍ରାଣ ହରାଇଥିବା ବେଳେ ସନ୍ଧ୍ୟାରେ ପୁଣି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ତେବେ ଦୁଇ ଘଟଣା ମଧ୍ୟରେ କୌଣସି ସମ୍ପର୍କ ନଥିବା ନେଇ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ଯବାନଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଆର୍ମୀ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମୁଣ୍ଡରେ ଗୁଳି ବାଜିଥିବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କରାଯାଇଛି । ମୃତ ଯବାନ ହେଲେ ଗୁର୍ଟେଜସ ଲାହୁରାଜ । ବର୍ତ୍ତମାନ ତାଙ୍କ ମୃତଦେହକୁ ହସ୍ପିଟାଲରେ ରଖାଯାଇଛି ।

ଏହି ଘଟଣାକୁ ନେଇ ସେନା ପକ୍ଷରୁ କୁହାଯାଇଛି, "ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଥିଲା । ଯବାନ ସର୍ଭିସ ରାଇଫଲ ଧରି ଡ୍ୟୁଟିରେ ଥିଲେ । ଗତ ଏପ୍ରିଲ ୧୧ ତାରିଖରେ ସେ ଛୁଟିରୁ ଫେରିଥିଲେ । ତେବେ ତାଙ୍କୁ ଉଦ୍ଧାର କରାଯିବା ସ୍ଥାନରୁ ରାଇଫଲ ଜବତ କରାଯାଇଥିବା ବେଳେ ମୁଣ୍ଡରେ ଗୁଳି ବାଜିଥିଲା । ଆତ୍ମହତ୍ୟା କରିଥିବା ନେଇ ଅନୁମାନ କରାଯାଉଛି । "

ପ୍ରକାଶଥାଉକି, ଗତକାଲି(ବୁଧବାର) ଭୋର ୪ଟା ୩୫ ମିନିଟ ସମୟରେ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଯବାନମାନଙ୍କ ମଧ୍ୟର ବଚସା ହୋଇ ଗୁଳିମାଡ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ପରସ୍ପର ମୁହାଁମୁହିଁ ବା ଗୋଷ୍ଠୀ ସଂଘର୍ଷରୁ ଏହି ଅଘଟଣ ହୋଇଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଥିଲା । ଘଟଣାପରେ QRT (କ୍ବିକ ରେସ୍ୟୁ ଟିମ) ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ବେଳେ ସମଗ୍ର ଅଞ୍ଚଳକୁ ସିଲ କରାଯାଇଥିଲା । ମାମଲା ଶାନ୍ତ ପଡିବା ପରେ ପୋଲିସ ଏବଂ ଯବାନମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

ତେବେ ଗତକାଲି ଘଟଣାସ୍ଥଳରେ ପ୍ରାଣ ହରାଇଥିବା ୪ ଜଣ ଯବାନଙ୍କ ପରିଚୟ ମିଳିଛି । ମୃତ ଯବାନମାନେ ହେଲେ ୨୫ ବର୍ଷୀୟ ସାଗର ବାନେ, ୨୪ ବର୍ଷୀୟ ୟୁଗେସ କୁମାର ଯେ, ୨୫ ବର୍ଷୀୟ ଏମ ନାଗାରାଲ, ୨୪ ବର୍ଷୀୟ କମଲେଶ ଆର । ଗୋଟିଏ ରୁମରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସାଗର ଏବଂ ସନ୍ତୋଷ କର୍ଣ୍ଣାଟକର ହୋଇଥିବା ବେଳେ ୟୁଗୋସ ଏବଂ କମେଲଶ ତାମିଲନାଡୁର ବୋଲି ଜଣାପଡିଛି ।

ଏହାସହ ଘଟଣାସ୍ଥଳରୁ ୧୯ଟି ଖାଲି ରାଇଫଲକୁ ଜବତ କରାଯାଇଛି । ତେବେ ମୃତ ଯବାନଙ୍କ ଦେହରେ ଗୁଳିମାଡର କ୍ଷତ ରହିଛି । ଅନ୍ୟପଟେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଗତକାଲିର ଘଟଣା ପରେ ଭାରତୀୟ ସେନା ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଥିଲା । ଭାରତୀୟ ସେନା କହିଥିଲା ଯେ, "ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡରେ ପ୍ରାଣ ହରାଇଥିବା ୪ଜଣ ଯବାନ ରହିଥିଲେ ।

ତେବେ ୪ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଯବାନଙ୍କ କ୍ଷୟକ୍ଷତି ହୋଇନାହିଁ । ତେବେ ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ପଞ୍ଜାବ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଦୁଇ ଦିନ ତଳେ ନିଖୋଜ ହୋଇଯାଇଥିବା INSAS ରାଇଫଲକୁ ନେଇ ଝଗଡା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ସମସ୍ତ ଦିଗକୁ ଆଖିଆଗରେ ରଖି ତଦନ୍ତ କରାଯାଇ ସତ୍ୟ ସାମ୍ନାକୁ ଅଣାଯିବ । ୪ଜଣ ସେନା ପ୍ରାଣ ହରାଇବା ଫଳରେ ଆମ ପାଇଁ ବଡ କ୍ଷତି ହୋଇଛି ।" ଏହା ପରେ ସନ୍ଧ୍ୟାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ତେବେ ଦୁଇ ଘଟଣା ମଧ୍ୟରେ କୌଣସି ସାମଞ୍ଜସ୍ୟ ନଥିବା ନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.