ETV Bharat / bharat

ପୁଡୁଚେରୀ କଂଗ୍ରେସକୁ ଝଟକା, ସଂଖ୍ୟା ଗରିଷ୍ଠତା ହରାଇଲେ ସରକାର

କ୍ଷମତାସୀନ ସରକାରରୁ ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ପରେ ଅଚାନକ ପୁଡୁତେରୀ ରାଜନୀତିର ଆକାଶରେ ଖେଳିଯାଇଛି ସଙ୍କଟର କଳା ବାଦଲ । ଅଧିକ ପଢନ୍ତୁ...

ପୁଡୁଚେରୀ କଂଗ୍ରେସକୁ ଝଟକା, ସଂଖ୍ୟା ଗରିଷ୍ଠତା ହରାଇଲେ ସରକାର
ପୁଡୁଚେରୀ କଂଗ୍ରେସକୁ ଝଟକା, ସଂଖ୍ୟା ଗରିଷ୍ଠତା ହରାଇଲେ ସରକାର
author img

By

Published : Feb 16, 2021, 4:00 PM IST

ପୁଡୁଚେରୀ: ବିଧାନସଭା ନିର୍ବାଚନ ପୂର୍ବରୁ ପୁଡୁଚେରୀ ସରକାରଙ୍କୁ ଲାଗିଛି ଜବରଦସ୍ତ ଝଟକା । କ୍ଷମତାସୀନ ସରକାରରୁ ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ପରେ ଅଚାନକ ପୁଡୁତେରୀ ରାଜନୀତିର ଆକାଶରେ ଖେଳିଯାଇଛି ସଙ୍କଟର କଳା ବାଦଲ । ମଙ୍ଗଳବାର ବିଧାୟକ ଜନ କୁମାର ନିଜ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ପୁଡୁଚେରୀ ସରକାର ।

ଜନ କୁମାର 2019ରେ ନାଗର ଆସନରେ ହୋଇଥିବା ଉପନିର୍ବାଚନରେ ବିଜୟ ହାସଲ କରି ବିଧାୟକ ହୋଇଥିଲେ । ତେବେ କୁମାରଙ୍କ ଇସ୍ତଫା ସହିତ ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଏବେ 10 ଜଣ ବିଧାୟକରେ ସୀମିତତ ରହିଯାଇଛନ୍ତି । ତେବେ ବର୍ତ୍ତମାନ କଂଗ୍ରେସ ପାଖରେ 3 ଜଣ ଡିଏମକେ ବିଧାୟକ ଓ ଜଣେ ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରରେ 30 ନିର୍ବାଚିତ ଆସନ ସହିତ 3ଟି ମନୋନିତ ଆସନ ରହିଛି ।

ସେପଟେ ବିରୋଧୀଙ୍କ ପାଖରେ 14 ଆସନ ରହିଛି । ଏଥିମଧ୍ୟରୁ ଅଲ ଇଣ୍ଡିଆ ଏନଆର କଂଗ୍ରେସ ପାଖରେ 7 ବିଧାୟକ ଥିବା ବେଳେ ଏଆଇଏଡିଏମକେ ପଖରେ 4 ବିଧାୟକ ଅଛନ୍ତି । ସେହିପରି ବିଜେପିର 3 ଜଣ ବିଧାୟକ ବିଧାନସଭାକୁ ମନୋନିତ ହୋଇଥିଲେ ।

ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଏ ନମଶିବାୟମ ଓ ମଲାଡ୍ଡୀ କୃଷ୍ଣା ରାଓ ମନ୍ତ୍ରୀ ଥିଲେ । ସେହିପରି ଅସ୍ତଫା ଦେଇଥିବା 2 ବିଧାୟକ ହେଉଛନ୍ତି, ଇ ଥୀପ୍ପାଇନ୍ଥନ ଓ ଜନକୁମାର । ନମଶିବାୟମ ଓ ଥୀପ୍ପାଇନ୍ଥନ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ସେପଟେ କଂଗ୍ରେସ ବିଧାୟକ ଏନ ଧନଭେଲୁଙ୍କୁ ଦଳ ବିରୋଧୀ କାର୍ଯ୍ୟ ନେଇ ବହିଷ୍କାର କରାଯାଇଛି ।

ପୁଡୁଚେରୀରେ ବର୍ତ୍ତମାନ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି । ଚଳିତ ମାସରେ ଏଠାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭାର 30ଟି ଆସନରେ ନିର୍ବାଚନ ହେବ । 8 ଜୁନରେ ଶେଷ ହେଉଛି ବିଦାନସଭା କାର୍ଯ୍ୟକାଳ । ଏଠାରେ ନାରାୟଣ ସ୍ବାମୀଙ୍କ ନେତୃତ୍ବରେ କଂଗ୍ରେସ ସରକାର କ୍ଷମତାରେ ରହିଛି । ପୁଡୁଚେରୀ ସହିତ 4 ରାଜ୍ୟରେ ଏଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.