ETV Bharat / bharat

କୁନୋରେ ଆଖି ବୁଜିଲା ଚିତା ଶୌର୍ଯ୍ୟ, ୧୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

Namibian Cheetah Death: କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟା ଚିତା ଶୌର୍ଯ୍ୟର ମୃତ୍ୟୁ । ଏବେ ଯାଏଁ ଗଲାଣି ୧୦ ଚିତାଙ୍କ ଜୀବନ । ଅଧିକ ପଢନ୍ତୁ

Namibian Cheetah Death
କୁନୋରେ ଆଉ ଗୋଟିଏ ଚିତାର ମୃତ୍ୟୁ
author img

By ETV Bharat Odisha Team

Published : Jan 17, 2024, 9:43 AM IST

ଭୋପାଳ: ମଧ୍ୟପ୍ରଦେଶ ସ୍ଥିତ କୁନୋ ଜାତୀୟ ଉଦ୍ୟାନରୁ ପୁଣି ଦୁଃଖଦ ଖବର ଆସିଛି । କୁନୋରେ ନାମିବ୍ୟାରୁ ଆସିଥିବା ଆଉ ଗୋଟିଏ ଚିତାବାଘର ମୃତ୍ୟୁ ହୋଇଛି । ମଙ୍ଗଳବାର ଅପରାହ୍ନ ୩ଟା ବେଳେ ନାମିବ୍ୟା ଚିତା ଶୌର୍ଯ୍ୟ ଆଖି ବୁଜିଛି । ତେବେ କେଉଁ କାରଣରୁ ଚିତାର ମୃତ୍ୟୁ ହେଲା ସ୍ପଷ୍ଟ ହୋଇନି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ଶୌର୍ଯ୍ୟକୁ ମିଶାଇ କୁନୋରେ ଅଦ୍ୟାବଧି ୧୦ଟି ଚିତାବାଘଙ୍କ ମୃତ୍ୟୁ ହୋଇସାରିଲାଣି । ସେଥିମଧ୍ୟରୁ ୭ଟି ବୟସ୍କ ଚିତା ଓ ୩ଟି ଶାବକ ଅଟନ୍ତି । ଏନେଇ ଚିତା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଚିତା ଶୌର୍ଯ୍ୟ ଅଚେତ ହୋଇପଡିଥିବାର ଜାତୀୟ ଉଦ୍ୟାନର ମନିଟରିଂ ଟିମ୍ ଦେଖିଥିଲେ । ସଙ୍ଗେ ସଙ୍ଗେ ତାକୁ ଚିକିତ୍ସା ଯୋଗାଇ ଦିଆଯାଇଥିଲେ ହେଁ ତା'ର ମୃତ୍ୟୁ ହୋଇଯାଇଥିଲା । ତେବେ ଶୌର୍ଯ୍ୟର ମୃତ୍ୟୁ ପରେ ବର୍ତ୍ତମାନ ଜାତୀୟ ଉଦ୍ୟାନରେ ୧୩ଟି ବୟସ୍କ ଚିତା ଓ ୪ଟି ଶାବକ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଣ୍ଡିରା ଚିତା ଗୌରବ, ବାୟୁ, ଅଗ୍ନି, ପବନ, ପ୍ରଭାଷ ଓ ପାବକ ଏବଂ ମାଈ ଚିତା ଆଶା, ଗାମିନୀ, ନାଭା, ଧୀରା, ଜ୍ବାଳା, ନିରବା ଓ ବୀରା ସାମିଲ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: Cheetah Death: କୁନୋ ଜାତୀୟ ପାର୍କରେ ଆଖି ବୁଜିଲା ମାଈ ଚିତା ଧାତ୍ରୀ, କାରଣ ଅସ୍ପଷ୍ଟ

କୁନୋରେ ସର୍ବପ୍ରଥମେ ଗତବର୍ଷ ମାର୍ଚ୍ଚ ୨୬ରେ ଗୋଟିଏ ମାଈ ଚିତାର ମୃତ୍ୟୁ ହୋଇଥିଲା । ଚିତାର ମୃତ୍ୟୁ କିଡନୀ ସଂକ୍ରମଣ ଯୋଗୁଁ ହୋଇଥିବା କୁହାଯାଇଥିଲା । ଏହାପରେ ୨୦୨୩ ଏପ୍ରିଲ ୨୩ରେ ପୁରୁଷ ଚିତା ଉଦୟ ଆଖି ବୁଜିଥିଲା । ଗତ ମେ' ୯ ତାରିଖରେ ତୃତୀୟ ଚିତା ଦକ୍ଷର ମୃତ୍ୟୁ ଘଟିଥିଲା । ମେଟିଂ ସମୟରେ ଆହତ ହୋଇ ତା'ର ମୃତ୍ୟୁ ହୋଇଥିଲା । ଏହାର କିଛି ଦିନ ପରେ ଜ୍ବାଳାର ଶାବକ ସାବନର ମୃତ୍ୟୁ ହୋଇଥିଲା । ଦିନକ ପରେ ଜ୍ବାଳାର ଆଉ ଦୁଇ ଛୁଆ ମଧ୍ୟ ଆଖି ବୁଜିଥିଲେ । ଅଧିକ ତାପମାତ୍ରା ଯୋଗୁଁ ଶାବକମାନଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡିଥିଲା ।

ଏହାପରେ ଗତ ଜୁଲାଇ ୧୧ ତାରିଖରେ ତେଜସର ମୃତ୍ୟୁ ହୋଇଥିଲା । ଏହାର କାରଣ ଚିତାଙ୍କ ମଧ୍ୟର ସଂଘର୍ଷ ବୋଲି କୁହାଯାଇଥିଲା । ଜୁଲାଇ ୧୪ରେ ପୁରୁଷ ଚିତା ସୁରଜ ଏବଂ ଅଗଷ୍ଟ ୨ ତାରିଖରେ ମାଈ ଚିତ ଧାତ୍ରୀର ମୃତ୍ୟୁ ଘଟିଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଧାତ୍ରୀର ମୃତ୍ୟୁ ସଂକ୍ରମଣ ପାଇଁ ଘଟିଥିବା ଜଣାପଡିଥିଲା । ଏହିପରି ଭାବେ କୁନୋରେ ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ହୋଇଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.