ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ରଜଣଙ୍କ ପଞ୍ଜାବର ୨୨ ବର୍ଷୀୟ ଚନ୍ଦନ ଜିନ୍ଦଲ ବୋଲି ଜଣାପଡିଛି । ଚନ୍ଦନ ୟୁକ୍ରେନର ଭିନ୍ଟିସିଆ ନ୍ୟାସନାଲ ପିରୋଗୋଭ ମେମୋରିଆଲ ମେଡିକାଲ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିଲେ । ଗତ କିଛିଦିନ ଧରି ସେ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିଲା । ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।


ଗତ କିଛି ଦିନ ତଳେ ଚନ୍ଦନଙ୍କ ସମ୍ପର୍କୀୟ ତାଙ୍କ ଚିକିତ୍ସା ପାଇଁ ୟୁକ୍ରେନ ଯାଇ ଗତ କିଛି ଦିନ ତଳେ ଭାରତ ଫେରିଥିଲେ । ତେବେ ଏପରି ସଙ୍କଟ ଲାଗି ରହିଥିବାବେଳେ ଆଜି ଚନ୍ଦନଙ୍କ ମୃତ୍ୟୁ ହୋଇଛି । ଏପରି ପ୍ରତିକୂଳ ସ୍ଥିତିରେ ମୃତଦେହକୁ ଭାରତ ଫେରାଇବାରେ ସମସ୍ୟା ସୃଷ୍ଟି ହେଉଥିବା ଯୋଗୁଁ ପଞ୍ଜାବରେ ଚନ୍ଦନଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛି । ଚନ୍ଦନଙ୍କ ବାପା ପୁଅର ମୃତଦେହ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ