ETV Bharat / bharat

ମନି ଲଣ୍ଡ୍ରିଂ ମାମଲା: ଅନିଲ ଦେଶମୁଖଙ୍କ ଓକିଲ ଓ CBI ସବ ଇନ୍ସପେକ୍ଟର ଗିରଫ

author img

By

Published : Sep 2, 2021, 12:50 PM IST

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ କ୍ଲିନ ଚିଟ୍ ପ୍ରସଙ୍ଗ । ଓକିଲ ଓ ସିବିଆଇ ସବ-ଇନ୍ସପେକ୍ଟର ଅଭିଷେକ ତିୱାରୀ ଗିରଫ । ଅଧିକ ପଢନ୍ତୁ..

ଅନିଲ ଦେଶମୁଖଙ୍କୁ କ୍ଲିନ ଟିଟ୍ ଦିଆଯିବା  ପ୍ରସଙ୍ଗ, ଓକିଲ ଓ CBIର ସବ-ଇନ୍ସପେକ୍ଟର ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ୧୦୦ କୋଟି ଟଙ୍କା ଠକେଇ ମାମଲାରେ ତଦନ୍ତ ଜାରି ରଖିଛି ସିବିଆଇ । ଏହି ଘଟଣାରେ ସମ୍ପୃକ୍ତ ଓକିଲ ଓ ସିବିଆଇ ସବ-ଇନ୍ସପେକ୍ଟର ଅଭିଷେକ ତିୱାରୀଙ୍କୁ ସିବିଆଇ ଗିରଫ କରିଛି ।

ଗତକାଲି (ବୁଧବାର) ସିବିଆଇ ଅନିଲ ଦେଶମୁଖଙ୍କ ଜ୍ବାଇଁ ଗୌରବ ଚତୁର୍ବେଦ୍ଦୀ ଏବଂ ଓକିଲଆନନ୍ଦ ଦାଗାଙ୍କୁ ସିବିଆଇ ବିନା କୌଣସି ନୋଟିସରେ ଗିରଫ କରିଥିଲା। ଏହାପରେ ଜ୍ବାଇଁ ଗୌରବ ଚତୁର୍ବେଦ୍ଦୀଙ୍କୁ ପୋଲିସ ପଚରାଉଚରା କରି ଛାଡିଦେଇଥିବାବେଳେ ଓକିଲ ଗିରଫ ହୋଇଥିଲେ । ତେବେ ଆବଶ୍ୟକ ପଡିଲେ ପୁନର୍ବାର ହାଜର ହେବାକୁ ପଡିବ ବୋଲି ସିବିଆଇ କହିଛି । ଏହି ମାମଲାରେ ରିପୋର୍ଟ ଲିକ ହେବା ନେଇ ଜ୍ବାଇଁ ଓ ଓକିଲଙ୍କୁ ପଚରାଉଚରା କରିଥିଲା ସିବିଆଇ ।

ପ୍ରକାଶ ଥାଉକି, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ପ୍ରଥମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅନୀଲ ଦେଶମୁଖଙ୍କ ବିରୋଧରେ ଟଙ୍କା ଆଦାୟ ଅଭିଯୋଗ ଆଣିଥିଲେ। ସଚିନ ବାଜେଙ୍କୁ ମାସିକ ଶହେ କୋଟି ବଟି ଆଦାୟ କରିବା ପାଇଁ ଦେଶମୁଖ କହିଥିବା ଚିଠି ଲେଖିଥିଲେ ପରମବୀର । ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ CBI ଓ ED ତଦନ୍ତ କରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.