ETV Bharat / bharat

ମନି ଲଣ୍ଡ୍ରିଂ ମାମଲା: EDର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଅନିଲ ଦେଶମୁଖ

author img

By

Published : Jul 5, 2021, 9:55 AM IST

ମହାରାଷ୍ଟ୍ର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମନି ଲଣ୍ଡ୍ରିଂ ମାମଲାରେ ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ଅନିଲ ଦେଶମୁଖ
ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ଅନିଲ ଦେଶମୁଖ

ମୁମ୍ବାଇ: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ଅନିଲ ଦେଶମୁଖ । ମହାରାଷ୍ଟ୍ର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମନି ଲଣ୍ଡ୍ରିଂ ମାମଲାରେ ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାରେ ପୂର୍ବରୁ ଇଡି ତାଙ୍କୁ 3 ଥର ସମନ ଜାରି କରିସାରିଛି । ସୁପ୍ରିମକୋର୍ଟରେ ଆବେଦନ କରି ଦେଶମୁଖ କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ।

ଆଜି (ସୋମବାର) ତାଙ୍କୁ ଦକ୍ଷିଣ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ ଇଡି ଡକାଇଛି । ଆସନ୍ତାକାଲି (ଜୁଲାଇ 6)ରେ ଦେଶମୁଖଙ୍କ ପୁଅ ରୁଷିକେଶ ଦେଶମୁଖଙ୍କୁ ମଧ୍ୟ ହାଜର ହେବାକୁ ସମନ ଜାରି କରିଛି ଇଡି ।

ପ୍ରକାଶ ଥାଉକି, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ପ୍ରଥମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅନୀଲ ଦେଶମୁଖଙ୍କ ବିରୋଧରେ ଟଙ୍କା ଆଦାୟ ଅଭିଯୋଗ ଆଣିଥିଲେ। ସଚିନ ବାଜେଙ୍କୁ ମାସିକ ଶହେ କୋଟି ବଟି ଆଦାୟ କରିବା ପାଇଁ ଦେଶମୁଖ କହିଥିବା ଚିଠି ଲେଖିଥିଲେ ପରମବୀର । ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ CBI ଓ ED ତଦନ୍ତ କରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.