ETV Bharat / bharat

Skill Devt Corpn scam case: ଅକ୍ଟୋବର 5 ପର୍ଯ୍ୟନ୍ତ ବଢିଲା ଚନ୍ଦ୍ରବାବୁ ନାଇଡୁଙ୍କ ନ୍ୟାୟିକ ହେପାଜତ ଅବଧି - ଚନ୍ଦ୍ରବାବୁ ନାଇଡୁ ଗିରଫ ମାମଲା

ଆସନ୍ତାମାସ ଅକ୍ଟୋବର 5 ତାରିଖ ପର୍ଯ୍ୟନ୍ତ ବଢିଲା ଚନ୍ଦ୍ରବାବୁ ନାଇଡୁଙ୍କ ନ୍ୟାୟିକ ହାଜତ ଅବଧି । ଆଜି ଶେଷ ହୋଇଥିଲା 2 ଦିନିଆ ସିଆଇଡି ରିମାଣ୍ଡ । ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ନାଇଡୁ । ଅଧିକ ପଢନ୍ତୁ

Skill Devt Corpn scam case: ଆସନ୍ତାମାସ 5 ତାରିଖ ପର୍ଯ୍ୟନ୍ତ ବଢିଲା ଚନ୍ଦ୍ରବାବୁ ନାଇଡୁଙ୍କ ନ୍ୟାୟିକ ହାଜତ ଅବଧି

author img

By ETV Bharat Odisha Team

Published : Sep 24, 2023, 10:58 PM IST

ଅମରାବତୀ: ବହୁଚର୍ଚ୍ଚିତ ଦକ୍ଷତା ବିକାଶ ଘୋଟାଲା ମାମଲାରେ ଗିରଫ ହୋଇଥିବା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନ୍ୟାୟିକ ହାଜତ ଅବଧିକୁ ଆସନ୍ତାମାସ (ଅକ୍ଟୋବର) 5 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି ବିଜୟଓ୍ବାଡାର ଏକ ସ୍ଥାନୀୟ କୋର୍ଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଚନ୍ଦ୍ରବାବୁଙ୍କ ପୂର୍ବ ନ୍ୟାୟିକ ହାଜତ ଅବଧି ସହ ତଦନ୍ତକାରୀ ସଂସ୍ଥାର ରିମାଣ୍ଡ ଅବଧି ମଧ୍ୟ ଶେଷ ହୋଇଥିଲା । ତେବେ ପୁଣି ତାଙ୍କୁ ଏବେ ଜେଲରେ ରହିବାକୁ ପଡିବ ।

ଚନ୍ଦ୍ରବାବୁ ନାଇଡୁ ଗତକାଲି (ଶନିବାର) ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଶୁକ୍ରବାର ନାଇଡୁ ନିଜ ବିରୋଧରେ ଜାରି ରହିଥିବା ମାମଲାକୁ ଖାରଜ କରିବା ନେଇ ଆବେଦନ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ, ତାହା ଖାରଜ ହୋଇଯାଇଥିଲା । ଶୁକ୍ରବାର ବିଜୟଓ୍ବାଡା କୋର୍ଟ ନାଇଡୁଙ୍କୁ ଦୁଇଦିନିଆ ସିଆଇଡି ରିମାଣ୍ଡରେ ପଠାଇଥିଲେ । ଆଜି ତାଙ୍କ ସିଆଇଡି ରିମାଣ୍ଡ ସହ ନ୍ୟାୟିକ ହାଜତ ଅବଧି ମଧ୍ୟ ଶେଷ ହୋଇଥିଲା । ଏବେ ପୁଣି ତାଙ୍କ ଜୁଡିସିଆଲ ରିମାଣ୍ଡ ଅବଧିକୁ ବଢାଯାଇଛି ।

ଦକ୍ଷତା ବିକାଶ ଯୋଜନାରେ ପ୍ରାୟ 300 କୋଟିର ଘୋଟାଲା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ଚଳିତ 9 ତାରିଖରେ ଗିରଫ କରାଯାଇଥିଲା । ସେ ଏବେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଏକାଧିକ ଥର ତାଙ୍କ ଜାମିନ ଓ ମାମଲା ଖାରଜ କରାଯିବା ଆବେଦନ କୋର୍ଟରେ ଖାରଜ ହୋଇସାରିଛି । ତେବେ ଅନ୍ୟପଟେ ଜେଲରେ ସୁରକ୍ଷା କାରଣ ଦର୍ଶାଇ ତାଙ୍କୁ ଗୃହବନ୍ଦୀ ଭାବେ ରହିବାକୁ ଅନୁମତି ଦେଇ ତଦନ୍ତ ଜାରି ରଖିବାକୁ ହୋଇଥିବା ଆବେଦନ ମଧ୍ୟ କୋର୍ଟରେ ଖାରଜ ହୋଇଛି ।

ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ 9 ତାରିଖରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । 9 ତାରିଖ ସକାଳ ୬ଟାରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ଏବେ ଦ୍ବିତୀୟ ଥର ପାଇଁ ତାଙ୍କ ନ୍ୟାୟିକ ଅବଧି ବୃଦ୍ଧି ହୋଇଛି । ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ ଚନ୍ଦ୍ରବାବୁଙ୍କ ଭାଗ୍ୟ ନିର୍ଭର କରୁଛି ।

ଏହା ମଧ୍ୟ ପଢନ୍ତୁ:- Skill development scam: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଚନ୍ଦ୍ରବାବୁ ନାଇଡୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.