ଜୟପୁର: ମୃତ୍ୟୁ କେତେବେଳେ ଆସେ କେମିତି ଆସେ ତାହା କାହକୁବି ଜଣା ନାହିଁ, କିନ୍ତୁ ରାଜସ୍ଥାନର ଖେଡଲିରେ ଏବେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଜଣେ ବୃଦ୍ଧା ମହିଳା ନିଜ ମୃତ୍ୟୁ କେମିତି ଓ କେଉଁ ସମୟରେ ହେବ ତାହା ନିଜେ ସ୍ଥିର କରି ଘର ବାହାରେ ଏକ ସାମାଧି କରି ବସି ରହିଥିଲେ (woman sitting on mausoleum) । ଏହି ଘଟଣା ପୁରା ଅଞ୍ଚଳରେ ଖେଳିଯିବା ପରେ, ସ୍ଥାନୀୟ ଲୋକେ ସେଠାରେ ଏକାଠି ହୋଇ ଭଜନ କିର୍ତ୍ତନ ଆରମ୍ଭ କରିଦେଇଥିଲେ । ଉକ୍ତ ସ୍ଥାନରେ ବେଶ କିଛି ସମୟ ଭିଡ ଜମିବା ପରେ ଏନେଇ ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ ।
ଏନେଇ ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏନେଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ମହିଳାଙ୍କୁ ପଚରାଉଚରା କରୁଛି । ଖେଡଲି ସହରର ପ୍ରକାଶ ମାର୍ଗରେ ଅବସ୍ଥିତ କଲୋନୀରେ ପ୍ରାୟ 90 ବର୍ଷ ବୟସ୍କା ମହିଳା ଚିରୋଞ୍ଜୀ ଦେବୀ ରୁହନ୍ତି । ସେ ରବିବାର ମଧ୍ୟାହ୍ନ 12ଟା ସମୟରେ ପରିବାର ଲୋକଙ୍କୁ ତାଙ୍କ ମୃତ୍ୟୁ ସମୟ କହିବା ପରେ ଘର ବାହାରେ ବସି ରହିଥିଲେ । ଏହା ଉପରେ ପରିବାର ଲୋକ ତାଙ୍କୁ ବହୁ ସମୟ ଧରି ବୁଝାଇଥିଲେ ମଧ୍ୟ ସେ କାହାରି କଥାକୁ ନ ଶୁଣି ନିଜ ମୃତ୍ୟୁକୁ ଅପେକ୍ଷା କରିଥିଲେ ।
ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ଭଜନ ଗାନ କରିଥିଲେ । କିଛି ମହିଳା ବୃଦ୍ଧାଙ୍କ ଉପରକୁ ଶାଢୀ ଏବଂ ଟଙ୍କା ମଧ୍ୟ ପକାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ବୃଦ୍ଧା ମହିଳାଙ୍କ ପରିବାର ଜଣେ ସଦସ୍ୟ କହିଛନ୍ତି ଯେ, "ସେ ପ୍ରାୟ ଏକ ମାସ ଶୋଇପାରୁ ନାହାଁନ୍ତି ଏବଂ ମୃତ୍ୟୁ ଦିନ ଠିକ କରିବାକୁ ସେ ଭଗବାନଙ୍କୁ ମନେ ମନେ କୁହନ୍ତି । ବର୍ତ୍ତମାନ ମହିଳା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସୁସ୍ଥ ଅଛନ୍ତି ।" ଚିରୋଞ୍ଜୀ ଦେବୀ କହିଛନ୍ତି ଯେ, "ସେ ଏକ ମାସ ପର୍ଯ୍ୟନ୍ତ ଶୋଇ ନାହାଁନ୍ତି । ତାଙ୍କର ଏକ ସ୍ୱପ୍ନ ଥିଲା, ଯାହା ପରେ ସେ ସମାଧୀ ନେବାକୁ ସ୍ଥିର କଲେ ।"