ଟୋକିଓ: ଜାପାନରେ ଭୂମିକମ୍ପ । ଜାପାନର ଉତ୍ତରପୂର୍ବ ନାମିଆର 90 କିମି ଦୂରବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 7.0 ରହିଛି । ଏ ନେଇ ଆମେରିକାରର ଭୂକମ୍ପ ନିରୀକ୍ଷଣ ସଂସ୍ଥା (United state Geological Survey) ସୂଚନା ଦେଇଛି ।
ସୂଚନାଥାଉକି ଶନିବାର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ରାଜସ୍ଥାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.0 ଉପରେ ଥିବା ଜଣାପଡିଛି । ସେପଟେ ତାଜିକସ୍ତାନରେ ମଧ୍ୟ 6.3 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।
@ANI