ETV Bharat / bharat

ଲଦାଖରେ ଭୂକମ୍ପ, ରିକ୍ଟର ସ୍କେଲରେ ୩.୮ ତୀବ୍ରତା

author img

By

Published : Oct 8, 2021, 8:13 AM IST

ଭୂକମ୍ପ ଝଟକାରେ ଥରିଲା ଲଦାଖ । ଶୁକ୍ରବାର ରାତି ପାଖାପାଖି 12ଟା 30ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.8 ଆକଳନ ହୋଇଛି । ଅଧିକ ପଢନ୍ତୁ...

ଲଦାଖରେ ଭୂକମ୍ପ ; ରିକ୍ଟର ସ୍କେଲରେ ତୀବ୍ରତା 3.8 ଆକଳନ

ଲଦାଖ: ଭୂକମ୍ପ ଝଟକାରେ ଥରିଲା ଲଦାଖ । ଶୁକ୍ରବାର ରାତି ପାଖାପାଖି 12ଟା 30ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.8 ଆକଳନ ହୋଇଛି । କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଏନେଇ ନ୍ୟାସନାଲ ସେସମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି ।

34.95 ଲାଟିଟ୍ୟୁଡ ଓ 79.61 ଲଙ୍ଗିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା 10 କିଲୋମିଟର ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.8 ମ୍ୟାଗ୍ନିଟ୍ୟୁଡ ରେକର୍ଡ ହୋଇଥିଲା । ଅବଶ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ଏଯାଏଁ ମିଳି ନାହିଁ । କିନ୍ତୁ ଏ ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇପଡିଥିଲେ । ଏପରିକି ଘର ଛାଡି ଜୀବନ ରକ୍ଷା ପାଇଁ ବାହାରକୁ ପଳାଇ ଆସିଥିଲେ ।

ତେବେ, ଏହା ପୂର୍ବରୁ ଜୁନ ୨୮ରେ ମଧ୍ୟ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ 4.6 ତୀବ୍ରତାର ଏକ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଥିଲା । ଲେହରେ ପ୍ରାୟ 18 କିଲୋମିଟର ଗଭୀରତାରେ ଏହି ଭୂକମ୍ପ ହୋଇଥିଲା । ଏନେଇ ଏକ ଟ୍ବିଟ ଯୋଗେ ସୂଚନା ଦେଇଥିଲା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.