ସିଲଂ: ମେଘାଳୟରେ ଭୂମିକମ୍ଫ । ମଙ୍ଗଳବାର ରାତ୍ର 1.13 ସମୟରେ ମେଘାଳୟରେ ଭୂମିକମ୍ଫ ଅନୁଭୂତ ହୋଇଛି ।
ମେଘାଳୟର ପଶ୍ଚିମ ଖାସି ହିଲସ ଅଞ୍ଚଳର ନଙ୍ଗଷ୍ଟୋନରେ ଭୂମିକମ୍ଫ ରିକ୍ଟର ସ୍କେଲରେ 4.4 ତିବ୍ରତା ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛି । ଏକ ସପ୍ତାହ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଭୂମିକମ୍ଫ ଅନୂଭୂତ ହୋଇଥିଲା ।
ସେହିପରି ଅକ୍ଟୋବର 21ରେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତୀବ୍ରତା 4.2 ରେକର୍ଡ କରାଯାଇଥିଲା ।
@ANI