ETV Bharat / bharat

ଘୁଞ୍ଚିଲା ଶବନମଙ୍କ ଫାଶୀ ତାରିଖ - ବାବନଖେଡି ହତ୍ୟାକାଣ୍ଡ ଦୋଷୀ ଶବନମ

ଘୁଞ୍ଚିଲା ଶବନମଙ୍କ ଫାଶୀ ତାରିଖ
ଘୁଞ୍ଚିଲା ଶବନମଙ୍କ ଫାଶୀ ତାରିଖ
author img

By

Published : Feb 23, 2021, 4:07 PM IST

Updated : Feb 23, 2021, 4:56 PM IST

16:00 February 23

ଘୁଞ୍ଚିଲା ଶବନମଙ୍କ ଫାଶୀ ତାରିଖ

ନୂଆଦିଲ୍ଲୀ: ଅମରୋହା ବାବନଖେଡି ହତ୍ୟାକାଣ୍ଡର ଦୋଷୀ ଶବନମ । ଫାଶୀରୁ ବଞ୍ଚିବାକୁ ଶବନମ ରାଜ୍ୟପାଳଙ୍କ ନିକଟରେ ପୁନଃ କ୍ଷମା ଯାଚିକା ଦାଖଲ କରିଛନ୍ତି । ଶବନମଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ ଦାଖଲ କରିଛନ୍ତି ଏହି କ୍ଷମାଯାଚିକା । ତେବେ କ୍ଷମା ଯାଚିକା ଦାଖଲ କାରଣରୁ ଫାଶୀ ତାରିଖ ଉପରେ ମୋହର ନ ଲାଗିପାରିବା ସୁନିଶ୍ଚିତ ।

ଶବନମଙ୍କ କ୍ଷମା ଯାଚିକା ରାଜ୍ୟପାଳଙ୍କ ପାଖରେ ପହଞ୍ଚିସାରିଥିବା ନେଇ ସ୍ପଷ୍ଟ କରିଛନ୍ତି ଅମରୋହାର ସରକାରୀ ଆଇନଜୀବୀ ମହାବୀର ସିଂହ । ତେବେ ଶବନମଙ୍କ କ୍ଷାମା ଯାଚିକା ଦାଖଲ କାରଣରୁ ଶୁଣାଣି ନହେବା ପର୍ଯ୍ୟନ୍ତ ଫାଶୀ ତାରିଖର ଘୋଷଣା କରାଯାଇପାରିବ ନାହିଁ । ଏହାପୂର୍ବରୁ ଥରେ ଶବନମଙ୍କ କ୍ଷାମା ଯାଚିକାକୁ ନାକଚ କରିସାରିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ଆବେଦନ ନାକଚ ହେବା ପରେ, 2008 ମସିହାରେ ନିଜ ପରିବାରର ସାତ ଜଣଙ୍କୁ ହତ୍ୟା ଅପରାଧରେ ଦୋଷୀସାବ୍ୟସ୍ତ ହୋଇଥିବା ଉତ୍ତରପ୍ରଦେଶର ଶବନମ, ସ୍ବାଧୀନ ଭାରତରେ ଫାଶୀଦଣ୍ଡ ପାଇବାରେ ପ୍ରଥମ ମହିଳା ହେବାକୁ ଯାଉଛନ୍ତି । ଚାଞ୍ଚଲ୍ୟକର ଅମରୋହା ହତ୍ୟାକାଣ୍ଡରେ ଦୋଷୀସାବ୍ୟସ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶବନମ । ଏବେ ସେ ରାମପୁର ଜିଲ୍ଲା ଜେଲରେ ରହିଛନ୍ତି ଏବଂ ତାଙ୍କୁ ମଥୁରା ଜେଲ‌ରେ ଫାଶୀ ଦେବାକୁ ପ୍ରସ୍ତୁତି ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2021, 4:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.