ETV Bharat / bharat

ମୋଦିଙ୍କୁ ଭେଟିଲେ ଶାହ-ଯୋଗୀ: କାଲି 3 ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିବ ବିଜେପି !

କାଲି 3 ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିପାରେ ବିଜେପି । ଏହା ପରେ ବସିବ ବିଧାୟକ ଦଳ ବୈଠକ । 3 ତାରିଖରୁ ଫଳାଫଳ ଆସିଥିଲେ ସୁଦ୍ଧା ଏବେବି ସସପେନ୍ସ ଜାରି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 7, 2023, 9:36 PM IST

ମୋଦିଙ୍କୁ ଭେଟିଲେ ଶାହ, ଯୋଗୀ: କାଲି 3 ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିବ ବିଜେପି !

ନୂଆଦିଲ୍ଲୀ: 3 ତାରିଖରେ ପ୍ରକାଶ ପାଇଥିବା 4 ରାଜ୍ୟର ବିଧାନସଭା ଫଳାଫଳରେ 3 ରାଜ୍ୟରେ ବିଜେପି କ୍ଷମତା ହାସଲ କରିଛି । ମାତ୍ର ଏହି ରାଜ୍ୟ ଗୁଡିକରେ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ ହୋଇନି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ନେତୃତ୍ବ ଘନ ଘନ ବୈଠକ କରୁଥିବା ବେଳେ 3 ରାଜ୍ୟରେ ମୁଖ୍ୟମନ୍ତ୍ରୀ କି’ଏ ହେବେ ସେ ନେଇ ସମଗ୍ର ଦେଶର ନଜର ରହଛି । ଆଜି ସଂଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । ତେଣୁ ଆସନ୍ତାକାଲି ଦଳ 3 ରାଜ୍ୟପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଘୋଷଣା କରିପାରନ୍ତି । ଏହି ପର୍ଯ୍ୟବେକ୍ଷକମାନେ ହିଁ 3 ରାଜ୍ୟରେ ନିର୍ବାଚିତ ବିଧାୟଙ୍କମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟାରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ନେଇ ଅନୁମାନ କରାଯାଉଛି ।

ଆଜି ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଦଳର ବଡ ହିନ୍ଦୁତ୍ବ ଚେହେରା ଯୋଗୀ ଆଦିତ୍ୟନାଥ ଓ ଅନ୍ୟ କିଛି ହାତଗଣତି ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ସହ ଉତ୍ତର ପ୍ରଦେଶରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମୋଦିଙ୍କୁ ଯୋଗୀ ଭେଟିଛନ୍ତି ।

ଏହା ପରେ ଶାହ ପ୍ରଧାନମନ୍ତ୍ରୀଙ୍କ ସହ ପୃଥକ ଆଲୋଚନା କରିଥିଲେ । ପ୍ରାୟ ଘଣ୍ଟାଧିକ ସମୟ ଏହି ଆଲୋଚନା ଜାରି ରହିଥିଲା । ତେବେ ଆସନ୍ତାକାଲି ସୁଦ୍ଧା ଦଳ 3 ରାଜ୍ୟ ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ । ଏହା ପରେ ତିନି ରାଜ୍ୟରେ ନିର୍ବାଚିତ ବିଧାୟକ ଦଳ ବୈଠକ ହେବ । ଏହି ବୈଠକରେ ହିଁ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ସେ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ:- ଦୁର୍ଗନ୍ଧରେ ବସ୍ତିବାସିନ୍ଦାଙ୍କ ଜୀବନ ଅସ୍ତବ୍ୟସ୍ତ, ବିଜେପି କହିଲା ସମାଧାନ ନେହେଲେ ଆଇନ ଅମାନ୍ୟ ଆନ୍ଦୋଳନ

ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ମଧ୍ୟ ପ୍ରଦେଶରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦାବିଦାର ଥିଲା ବେଳେ ଛତିଶଗଡରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ଦାବିଦାର ରହିଛନ୍ତି । ଏହି ଶୀର୍ଷ ଦାବିଦାର ନେତାଙ୍କ ବ୍ୟତୀତ ତିନି ରାଜ୍ୟରେ ଏକାଧିକ ବରିଷ୍ଠ ଚେହେରା ମଧ୍ୟ ମୁଖ୍ୟମନ୍ତ୍ରୀ ଆଶାୟୀ ଭାବେ ରହିଛନ୍ତି । ବର୍ତ୍ତମାନ ସମୟରେ ଦଳର କେନ୍ଦ୍ରୀୟ କମିଟି ନିଷ୍ପତ୍ତି ହିଁ ମୁଖ୍ୟମନ୍ତ୍ରୀ ବାଛିବାରେ ନିର୍ଣ୍ଣାୟକ ହେବ । ଅନ୍ୟପଟେ 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି 3 ରାଜ୍ୟରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଚଳିତ ଥର ଦୋହରାଇବା ପରିବର୍ତ୍ତେ ଦଳ ନୂଆ ଚେହେରା ଉପରେ ବିଚାର ବିମର୍ଶ କରୁଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.