ETV Bharat / bharat

Sangrama Yatra: ଆଜି ଶାହାଙ୍କ ତେଲେଙ୍ଗାନା ଗସ୍ତ, NCFLର କରିବେ ଉଦଘାଟନ

author img

By

Published : May 14, 2022, 7:17 AM IST

ଆଜି ତେଲେଙ୍ଗାନା ଆସୁଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା । ନ୍ୟାସନାଲ ସାଇବର ଫରେସନସିକ ଲ୍ୟାବରୋଟୋରୀକୁ(NCFL) କରିବେ ଉଦ୍‌ଘାଟନ । ଅଧିକ ପଢନ୍ତୁ

ଆଜି ଶାହାଙ୍କ ତେଲେଙ୍ଗାନା ଗସ୍ତ: NCFLର କରିବେ ଉଦଘାଟନ

ହାଇଦ୍ରାବାଦ: ଆଜି ତେଲେଙ୍ଗାନା ଆସୁଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା । ନ୍ୟାସନାଲ ସାଇବର ଫରେସନସିକ ଲ୍ୟାବରୋଟୋରୀକୁ (NCFL) ଉଦଘାଟନ କରିବେ ଶାହା । ଏହାସହ ରାଜ୍ୟରେ ମାସେ ଧରି ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ପ୍ରଜା ସଂଗ୍ରାମ ଯାତ୍ରାର (Praja Sangrama Yatra) ଉଦଯାପନୀ ଉତ୍ସବରେ ଯୋଗ ଦେବେ । ଏବଂ ସାଧାରଣ ସଭାକୁ ସମ୍ଭୋଧିତ କରିବେ । ଅପରାହ୍ନ 3.00 ଟାରେ ଏନସିଏଫଏଲକୁ(NCFL) ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ପରେ ସଂନ୍ଧ୍ୟା 6ଟା 30 ମିନିଟ ସମୟରେ ତୁକୁଡାଗୁଡ୍ଡା (Tukkuguda Area) ଅଞ୍ଚଳରେ ଦ୍ବିତୀୟ ପର୍ଯ୍ୟାୟ ପ୍ରଜା ସଂଗ୍ରାମ ଯାତ୍ରାର (Praja Sangrama Yatra) ଉଦଯାପନୀ ଉତ୍ସବରେ ଯୋଗଦେବା ସହ ସାଧାରଣ ସଭାକୁ ସମ୍ଭୋଧିତ କରିବେ । ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରଜା ସଂଗ୍ରାମ ଯାତ୍ରା ଗତ ମାସରେ ଆମ୍ବେଦକରଙ୍କ (Dr BR Ambedkar Jayanthi) ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିଲା । ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଗତ ବର୍ଷ ଆରମ୍ଭ ହୋଇଥିଲା । 36 ଦିନ ଧରି ଏ ଯାତ୍ରା ଚାଲିଥିଲା ।

ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟରେ 8 ଟି ଜିଲ୍ଲାର 19ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ହାଇଦ୍ରାବାଦ ଠାରୁ ଆରମ୍ଭ କରି ରଙ୍ଗାରେଡି, ବିକାରବାଦ, ସାଙ୍ଗାରେଡି, ମେଡାକ, କାମାରେଡି, ସିରସିଲା (Sircilla) ଓ ସିଦ୍ଧିପେଟ(Siddipet) ଜିଲ୍ଲା ଗୁଡିକୁ ସାମିଲ କରାଯାଇଥିଲା । ଏହି ଯାତ୍ରା ଦ୍ବାରା ରାଜ୍ୟରେ ଦଳର ସ୍ଥିତି ନେଇ ଶକ୍ତି ପ୍ରଦର୍ଶନ କରୁଛି BJP ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.