ପାଟନା: ଆଜି ବିହାର ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ ଶାହ । ଏ ଅବସରରେ ସେ ସାସାରାମରେ ଥିବା ଗୋପାଳ ନାରାୟଣ ସିଂ ବିଶ୍ବ ବିଦ୍ୟାଳୟ (Gopal Narayan Singh Vishwavidyalaya )ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ବିଶ୍ବ ବିଦ୍ୟାଳୟର ମେଡିକାଲ୍ ଏବଂ ମ୍ୟାନେଜମେଣ୍ଟ ଛାତ୍ରଙ୍କ ସମେତ ବିଭିନ୍ନ ପାଠ୍ୟକ୍ରମରେ କୃତିତ୍ବ ହାସଲ କରିଥିବା 700ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ।ଏହି କାର୍ଯ୍ୟକ୍ରମରେ ବିହାରର ରାଜ୍ୟପାଳ ଫଗୁ ଚୈହାନ (Phagu Chauhan)ମଧ୍ୟ ଉପସ୍ଥିତ ରହିବେ ।
ବିଶ୍ବ ବିଦ୍ୟାଳୟର ଚେୟାରମ୍ୟାନ୍ ତଥା ବିଜେପି ରାଜ୍ୟସଭା ସାଂସଦ ଗୋପାଳ ନାରାୟଣ ସିଂ ଏନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ଡିଗ୍ରୀ ହାସଲ କରିବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଗୃହମନ୍ତ୍ରୀଙ୍କ ଗସ୍ତ ନେଇ ବିଶ୍ବବିଦ୍ୟାଳୟ ପରିସରରେ ବ୍ୟାପକ ଆୟୋଜନ କରାଯାଇଛି ।
1857ର ସ୍ବାଧିନତା ସଂଗ୍ରାମୀର ଅନ୍ୟତମ ପୁରୋଧା ଭୀର କୁୱାର ସିଂ(Veer Kuwar Singh)ଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଯୋଗ ଦେବେ । ଭୋଜପୁର ଜଗଦିଶପୁରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ ଶାହା । ଏହାସହ ଆଜାଦି କା ଅମ୍ରିତ ମହୋତ୍ସବ(Azadi Ka Amrit Mahotsav) କାର୍ଯ୍ୟକ୍ରମ ଅଧିନରେ ଜଗଦିଶପୁରରେ ମହାନ ସ୍ବାଧୀନତା ସଂଗ୍ରାମୀ ବାବୁ ଭୀର କୁନୱର ସିଂ(Babu Veer Kunwar Singh )ଙ୍କ ‘ବିଜୟୋତ୍ସବ କାର୍ଯ୍ୟକ୍ରମ’ ମଧ୍ୟ ପାଳନ କରାଯିବ । ଯେଉଁଥିରେ ଶାହା ସାମିଲ ହେବେ ।