ETV Bharat / bharat

ଗ୍ରାମୀଣ ସମବାୟ ବ୍ୟାଙ୍କର ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ଅମିତ ଶାହ

author img

By

Published : Aug 12, 2022, 8:19 AM IST

ଆଜି ଗ୍ରାମୀଣ ସମବାୟ ବ୍ୟାଙ୍କର ଦିନିକିଆ ଜାତୀୟ ସମ୍ମିଳନୀର ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

amit shah
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି (ଶୁକ୍ରବାର) ଗ୍ରାମୀଣ ସମବାୟ ବ୍ୟାଙ୍କର ଦିନିକିଆ ଜାତୀୟ ସମ୍ମିଳନୀର ଉଦଘାଟନ କରିବେ । ଏହି ସମ୍ମିଳନୀ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ନ୍ୟାସନାଲ ଫେଡେରେସନ୍ ଅଫ୍ ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କ (NAFSCOB) ଦ୍ବାରା ଆୟୋଜିତ ହୋଇଛି । ପ୍ରଦର୍ଶନ ଆଧାରରେ ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ଏବଂ ପିଏସିଏ ଚୟନ କରିବା ପାଇଁ ପ୍ରଦର୍ଶନ ପୁରସ୍କାର ପ୍ରଦାନ କରିବେ ଗୃହମନ୍ତ୍ରୀ ଅମିତ ଶାହ । 100 ବର୍ଷ ସେବା ପାଇଁ କିଛି ସ୍ବଳ୍ପ ମିଆଦି ସହଯୋଗୀ ଗ୍ରାମୀଣ ପ୍ରତିଷ୍ଠାନକୁ ସମ୍ମାନିତ କରିବା ନେଇ ସରକାରୀ ବିଜ୍ଞପ୍ତିରୁ ସୂଚନା ମିଳିଛି ।

କୃଷି ଓ ଗ୍ରାମାଞ୍ଚଳର ବିକାଶ ଉନ୍ନତି ପାଇଁ ସରକାର ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । କୃଷି ଭିତ୍ତିଭୂମିକୁ ସୁଦୃଢ କରିବାକୁ ସରକାରଙ୍କ ପୁଞ୍ଜି ବିନିଯୋଗ ବୃଦ୍ଧି ହୋଇଛି ଫଳରେ ସମବାୟ ସମିତିର ଭୂମିକା ଏବଂ ସମ୍ଭାବନା ବି ବଢିଛି । ଦେଶରେ ସ୍ବଳ୍ପ ମିଆଦି ସହଯୋଗୀ କ୍ରେଡିଟ ସଂଚରନାରେ 34 ଟି ରାଜ୍ୟ ସମବାୟ ବ୍ୟାଙ୍କ, 351ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ 96,575 PACS (Primary Agricultural Credit Societies) ରହିଛି।

ଜାତୀୟ ଫେଡେରେସନ୍ ଅଫ୍ ଷ୍ଟେଟ୍ ସମବାୟ ବ୍ୟାଙ୍କଗୁଡିକ ମେ’ 19, 1964ରେ ପ୍ରତିଷ୍ଠା କରାଯାଇଥିଲା । ରାଜ୍ୟ ତଥା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗୁଡିକର କାର୍ଯ୍ୟକଳାପ ତଥା ସ୍ବଳ୍ପ ମିଆଦି ସହଯୋଗୀ କ୍ରେଡିଟ ସଂରଚନାର ବିକାଶ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିଲା । NAFSCOB ଏହାର ସଦସ୍ୟ ଏବଂ ସେମାନଙ୍କର ସହଯୋଗୀ, ସେୟାର ହୋଲ୍ଡର ଏବଂ ମାଲିକଙ୍କ ସ୍ବାର୍ଥକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଫୋରମ୍ ପ୍ରଦାନ କରିଥାଏ ।

କେନ୍ଦ୍ର ରାଜ୍ୟ ମନ୍ତ୍ରୀ ବି.ଏଲ୍ ଭର୍ମା ଏହି ଆଲୋଚନା ଚକ୍ରର ବୈଠକକୁ ସମ୍ବୋଧିତ କରିବେ । ସଚିବ, NAFSCOB ଅଧ୍ୟକ୍ଷ କଣ୍ଡୁରୁ ରବିନ୍ଦର ରାଓ ଏବଂ NAFSCOB ପରିଚାଳନା ନିର୍ଦ୍ଦେଶକ ଭୀମା ସୁବ୍ରମଣ୍ୟମ୍ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.