ETV Bharat / bharat

Amit Shah Rally: ଶାହଙ୍କ ଦମ୍ଭୋକ୍ତି, ନୂଆ ରେକର୍ଡ ସହ କ୍ଷମତା ବଜାୟ ରଖିବେ ବିଜେପି - ୟୁପି ବିଧାନସଭା ନିର୍ବାଚନ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Up Assembly Elections) ପୂର୍ବରୁ, ଦଳ ବଦଳ, ରଣନୀତି, ରାଲି, ବିକ୍ଷୋଭ ଓ ପ୍ରସ୍ତୁତି ଜୋରଦାର ହୋଇଛି । ଶୁକ୍ରବାର ଲକ୍ଷ୍ନୌ (Lucknow )ରେ ଆୟୋଜିତ ନିଶାଦ ପାର୍ଟିର କାର୍ଯ୍ୟକ୍ରମ ‘ସରକାର ବନାଓ ଅଧିକାର ପାଓ’ ରାଲି (Nishad Party rally)ରେ ଯୋଗଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Union Home Minister Amit Shah) । ଅଧିକ ପଢନ୍ତୁ

Amit Shah rally
Amit Shah rally
author img

By

Published : Dec 18, 2021, 7:12 AM IST

Updated : Dec 18, 2021, 10:20 AM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Up Assembly Elections) ପୂର୍ବରୁ, ଦଳ ବଦଳ, ରଣନୀତି, ରାଲି, ବିକ୍ଷୋଭ ଓ ପ୍ରସ୍ତୁତି ଜୋରଦାର ହୋଇଛି । ଶୁକ୍ରବାର ଲକ୍ଷ୍ନୌରେ ଆୟୋଜିତ ନିଶାଦ ପାର୍ଟିର କାର୍ଯ୍ୟକ୍ରମ ‘ସରକାର ବନାଓ ଅଧିକାର ପାଓ’ ରାଲି (Nishad Party rally)ରେ ଯୋଗଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Union Home Minister Amit Shah) ।

ରାଲିରେ ଯୋଗଦେଇ ନିଜ ସମ୍ବୋଧନରେ ଅମିତ ଶାହା କହିଛନ୍ତି ମୋଦିଙ୍କ ବିକାଶ ଯୋଗୀଙ୍କ ଦମଦାର କାମ ପୁଣି ଥରେ ୟୁପିରେ ବିଜେପି (Bharatiya Janata Party)କୁ ପ୍ରଚଣ୍ଡ ବହୁମତ ମିଳିବ । ଦଳ ଗତ ଥରର ରେକର୍ଡ ଭାଙ୍ଗି ପୁଣି 3 ଶହ ପାର କରିବ । ଶାହା କହିଛନ୍ତି ଆଗାମୀ ୟୁପି ନିର୍ବାଚନରେ ବିଜେପି-ନିଶାଦ ପାର୍ଟି ମିଳିତ ଭାବେ ନିର୍ବାଚନ ଲଢିବେ । ନିଶାଦ ପାର୍ଟିର କର୍ମୀଙ୍କୁ ଆହ୍ବାନ ଦେଇ ଶାହା କହିଛନ୍ତି ୟୁପିର ଗଳି ଗଳି ଗାଁ ଗାଁ ଯାଇ ମୋଦିଙ୍କ ବିକାଶ ଗାଥା ପହଞ୍ଚାନ୍ତୁ । ସମାଜର ଅନ୍ତିମରୁ ଅନ୍ତିମ ସ୍ତରରେ ଥିବା ଲୋକଙ୍କ ପାଇଁ ମୋଦି କଣ କରିଛନ୍ତି ଓ କରୁଛନ୍ତି ଲୋକଙ୍କୁ ବୁଝାନ୍ତୁ । ଗତ 2017 ନିର୍ବାଚନରେ ମଧ୍ୟ ବିଜେପି- ନିଶାଦ ପାର୍ଟି ଗଠବନ୍ଧନ ଥିଲା । ଐତିହାସିକ ସଫଳତା ମିଳିଥିଲା । ଏଥର ପୁଣି ସେହି ସଫଳତା ମିଳିବାକୁ ଯାଉଛି ।

ସମାଜବାଦୀ ପାର୍ଟି (Samajbadi Party) ଓ ବହୁଜନ ସମାଜବାଦୀ ପାର୍ଟି (Bahujan Samajbadi Party) ଉପରେ ପ୍ରଚଣ୍ଡ ହମଲା କରି ଶାହା କହିଥିଲେ ଉଭୟ ଦଳ ୟୁପିକୁ ଦୀର୍ଘଦିନ ଧରି ଶାସନ କରିଥିଲେ । ହେଲେ କେବେ ଗରିବ ଘରେ ବିଜୁଳି, ଶୌଚାଳୟ, ଗ୍ୟାସ କି ଶିକ୍ଷା, ସ୍ବାସ୍ଥ୍ୟ ପହଞ୍ଚିନଥିଲା । ଯେଉଁ ରାଜ୍ୟରେ ମାଫିଆ, ଗୁଣ୍ଡାଙ୍କ ଶାସନ ଥିଲା ସେହି ରାଜ୍ୟରେ ଗରିବଙ୍କ କଥା ପଚାରେ କିଏ ? ଆମ ସରକାର ଆସିବା ପରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ମାଫିଆ ରାଜ, ଗୁଣ୍ଡାଙ୍କ ସଫା ହୋଇଛି । ୟୁପିରେ ବିକାଶର ଗାଡି ଗଡୁଛି । ଗରିବ ଲୋକ ଆଜି ଆତ୍ମ ନିର୍ଭର ହେଉଛି । ଗରିବ ଲୋକ ଆଜି ନିଜ ପ୍ରଦେଶରେ କାମ ପାଇଁ ରୋଜଗାର କରୁଛି ।

ସେହିପରି ନିଶାଦ ସମୁଦାୟକୁ ପ୍ରତିଶୃତି ଦେଇ କହିଥିଲେ, ମୋଦି ସରକାର ସବକା ସାଥ, ସବକା ବିକାଶ ଓ ସବକା ବିଶ୍ବାସ ମନ୍ତ୍ରରେ କାମ କରୁଛି । ବିଜେପି ରାଜ୍ୟରେ ପୁଣି ସରକାର କରିବ । ନିଶାଦ ସମୁଦାୟର ବାକି ପ୍ରସଙ୍ଗ ପୂରଣ ହେବ । ଯେଉଁମାନେ ୟୁପିକୁ ଶାସନ କରୁଥିଲେ ସେମାନ ଭଗବାନ ରାମଲାଲାଙ୍କ ମନ୍ଦିର ନିର୍ମାଣକୁ ବନ୍ଦ କରିଦେଇଥିଲେ । ଏବେ ୟୁପିରେ ରାମଲାଲାଙ୍କ ଭବ୍ୟ ଦିବ୍ୟ ମନ୍ଦିର ନିର୍ମାଣ ଚାଲିଛି । ଖାଲି ରାମଲାଲାଙ୍କ ମନ୍ଦିର ହେଉନାହିଁ, ୟୁପିରେ ଥିବା ପ୍ରତ୍ୟେକ ମଠ, ମନ୍ଦିର ଆସ୍ଥା କେନ୍ଦ୍ର ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ହେଉଛି । ଏହାସହ କାଶୀ ଧାମର ମଧ୍ୟ ପୁନଃରୁଦ୍ଧାର ହୋଇଛି । ଆଗକୁ ଆହୁରି ଭବ୍ୟ ହେବ । ବାବା ବିଶ୍ବନାଥଙ୍କ ଧାମର ଅସ୍ତିତ୍ବ ଏବେ ନୂଆ ରୂପକୁ କୋଟି କୋଟି ହିନ୍ଦୁ ସନାତନୀ ଦର୍ଶନ କରିପାରିବେ ।

ସପା, ବସପା ଓ କଂଗ୍ରେସ ପଛୁଆ ବର୍ଗଙ୍କୁ ଭୋଟ ମାଗନ୍ତି । ତାଙ୍କର ବିକାଶର ପ୍ରତିଶୃତି ଦିଅନ୍ତି । ହେଲେ ତାଙ୍କ ଶାସନ କାଳରେ ପଛୁଆ ବର୍ଗ କମିଶନ ଗଠନକୁ ସାମ୍ବିଧାନିକ ମାନ୍ୟତା ଦେଇପାରିନଥିଲେ । ରାଜ୍ୟରେ ସପା, ବସପା କେବଳ ନିଜର ବିକାଶ କରୁଥିଲେ । କେବେ ନିଶାଦ ସମୁଦାୟ କି ଗରିବଙ୍କ କଥା ଚିନ୍ତା କରିବାକୁ ତାଙ୍କ ପାଖେ ସମୟ ନଥିଲା । ଏବେ ସମୟ ବଦଳିଛି । ଗରିବ ଲୋକଙ୍କ ସରକାର ଗଠନ ହୋଇଛି । ପ୍ରତି ଗରିବର ପୂର୍ଣ୍ଣ ବିକାଶ ଓ ଆତ୍ମ ନିର୍ଭରଶୀଳ ପାଇଁ ଯୋଗୀ ସରକାର କାମ କରୁଛନ୍ତି । ସେହିପରି 2019 ସାଧାରଣ ନିର୍ବାଚନରେ ନିଶାଦ ସମୁଦାୟର ଯୋଗଦାନକୁ ପ୍ରଶଂସା କରି ଏହାକୁ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ ।

@IANS

Last Updated : Dec 18, 2021, 10:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.