ETV Bharat / bharat

କର୍ଣ୍ଣାଟକରେ କଂଗ୍ରେସକୁ ପ୍ରଶ୍ନବାଣରେ ଘେରିଲେ ଗୃହମନ୍ତ୍ରୀ ଶାହ

author img

By

Published : Jan 17, 2021, 7:46 PM IST

କର୍ଣ୍ଣାଟକର ଜନସଭାରେ କଂଗ୍ରେସକୁ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଛାଡିଲେ ପ୍ରଶ୍ନବାଣ । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ କଂଗ୍ରେସକୁ ପ୍ରଶ୍ନ ବାଣରେ ଘେରିଲେ ଗୃହମନ୍ତ୍ରୀ ଶାହ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାୱୀରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ବଖାଣିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି । କଂଗ୍ରେସ ରାମ ମନ୍ଦିର ନିର୍ମାଣକୁ ଅଟକାଇବାକୁ ଚାହିଁଥିଲା ।

ଶାହ କହିଛନ୍ତି କଂଗ୍ରେସ ଗରିବୀ ନୁହେଁ ବରଂ ଗରିବଙ୍କୁ ହଟାଇବାକୁ ପ୍ରୟାସ କରୁଥିଲା । ପିଏମ ମୋଦି ଗରିବଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିଲେ । ସେମାନଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇଲେ । 13 କୋଟି ଗରିବ ପରିବାରକୁ ଗ୍ୟାସ ଯୋଗାଇଲେ ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଘର ଦେବାର ପ୍ରତିଶ୍ରୃତି ପୂରଣ କରିବେ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଅମିତ ଶାହା କହିଛନ୍ତି, ମୁଁ କଂଗ୍ରେସ ନେତାମାନଙ୍କୁ ପଚାରିବାକୁ ଚାହେଁ, ଯେଉଁମାନେ ଗରିବୀ ହଟାଅ ସ୍ଲୋଗାନ ଦେଇଛନ୍ତି, ତୁମେ ଚାରିପିଢି ଧରି ଶାସନ କରିଛ । ଗ୍ୟାସ ସଂଯୋଗ ଗରିବଙ୍କ ଘରେ କାହିଁକି ପହଞ୍ଚିଲା ନାହିଁ? ଶୌଚାଳୟ ଗରିବଙ୍କ ଘରେ କାହିଁକି ପହଞ୍ଚିଲା ନାହିଁ କାହିଁକି? ଗରିବଙ୍କ ଘରେ ବିଦ୍ୟୁତ ପହଞ୍ଚିଲା ନାହିଁ କାହିଁକି ? ଗରିବମାନେ କାହିଁକି ଘର ପାଇଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶାହ ।

ଏହା ସହ ଶାହ କହିଛନ୍ତି ଯେ ଆମ ସରକାର ମୁସଲମାନ ମହିଳାମାନଙ୍କୁ ସମ୍ମାନିତ କରିଛନ୍ତି। ମୁସଲମାନ ଭଉଣୀମାନଙ୍କ ପାଇଁ ତିନ ତଲାକରୁ ମୁକ୍ତି ପାଇବା ପାଇଁ କାର୍ଯ୍ୟ କରିଛନ୍ତି | କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ 70 ବର୍ଷ ମଧ୍ୟରେ ଅନେକ ପ୍ରସଙ୍ଗ ଯାହାକୁ କେହି ସ୍ପର୍ଶ କରିବାକୁ ଚାହୁଁନଥିଲେ ତାହା ମୋଦି ସରକାର କରିଦେଖାଇଛି । କାଶ୍ମୀରରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କଠୁ ନେଇ ମନମୋହନ ସିଂଙ୍କ ପର୍ଯ୍ୟନ୍ତ କେହିବି ଧାରା 370 ଏବଂ 35Aକୁ ଛୁଇଁବାକୁ ସାହସ କରି ନାହାଁନ୍ତି। ଜନସାଧାରଣ ଦ୍ବିତୀୟ ଥର ପାଇଁ ମୋଦିଙ୍କୁ ପୂର୍ଣ୍ଣ ବହୁମତ ଦେଇଛନ୍ତି ଏବଂ ମୋଦ ଧାରା 370କୁ ହଟାଇବା ଦେଖାଇଦେଇଛନ୍ତି । ଆଜି କାଶ୍ମୀରରେ ତ୍ରିରଙ୍ଗା ଉଡ଼ୁଛି ବୋଲି ନିଜ ସମ୍ବୋଧନରେ କହିଛନ୍ତି ଶାହ ।

ସେହିପରି ଭାରତର କୋଭିଡ ଭ୍ୟାକ୍ସିନକୁ ନେଇ କଂଗ୍ରେସର ପ୍ରଶ୍ନ ଚିହ୍ନ ଉପରେ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ । ଭାରତର ଉଭୟ ଭ୍ୟାକ୍ସିନ ସୁରକ୍ଷିତ ହୋଇଥିବା ବେଳେ ଜନସାଧାରଣ କଂଗ୍ରେସ କଥାରେ ନ ଆସନ୍ତୁ ବୋଲି ଅପିଲ କରିଛନ୍ତି ଶାହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.