ETV Bharat / bharat

ଫିଟିବ କି ସମାଧାନର ବାଟ ? ବଙ୍ଗ BJPରେ ଲାଗିରହିଛି ଅନ୍ତଃକନ୍ଦଳ, 3ଦିନିଆ ଗସ୍ତ କରିବେ ଶାହ

author img

By

Published : Apr 30, 2022, 5:11 PM IST

ମେ’ 4 ତାରିଖରୁ 3 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏକାଧିକ ଦଳୀୟ କାର୍ଯ୍ୟକ୍ରମ ସହ BSF କାର୍ଯ୍ୟକ୍ରମରେ ମଧ୍ୟ କରିବେ ଅଂଶଗ୍ରହଣ । ଅଧିକ ପଢନ୍ତୁ

ଆସନ୍ତା 4 ତାରିଖରୁ 3 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଶାହ

ନୂଆଦିଲ୍ଲୀ: ଆସନ୍ତା ମାସ 4 ତାରିଖରୁ 3 ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗ ବିଜେପିରେ ଦଳୀୟ ଅନ୍ତଃକନ୍ଦଳ ଲାଗି ରହିଥିବା ବେଳେ ଶାହାଙ୍କ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ଓ ସମାଧାନମୁଖୀ ହେବା ନେଇ ଆଲୋଚନା ହେଉଛି । 3 ଦିନ ମଧ୍ୟରେ ଶାହା ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରଦେଶ ନେତୃତ୍ବଙ୍କ ସହ ଆଲୋଚନା କରିବେ । ଦଳୀୟ କାର୍ଯ୍ୟକ୍ରମ ବ୍ୟତୀତ ଶାହ ସେଠାରେ ଥିବା ସୀମା ସୁରକ୍ଷା ବଳ (BSF)ର କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ ।

ଗତ କିଛି ଦିନ ଧରି ଦଳରେ ଲାଗି ରହିଥିବା ଅନ୍ତଃକନ୍ଦଳ ନେଇ କେନ୍ଦ୍ରୀୟ ଟିମ ମଧ୍ୟ ପଶ୍ଚିମବଙ୍ଗ ପ୍ରଦେଶ ବିଜେପିକୁ ପୂର୍ବରୁ ଚେତବନୀ ଦେଇସାରିଛି । ପ୍ରଦେଶ କମିଟିର ଉପସଭାପତି ସୌମିତ୍ର ଖାନ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ, ଜାତୀୟ ସାଧାରଣ ସମ୍ପାଦକ ଅନୁପମ ହାଜରା ମଧ୍ୟ ପୂର୍ବରୁ କେନ୍ଦ୍ରୀୟ ନେତୃତ୍ବ ପ୍ରଦେଶ ବିଜେପିକୁ ସଂଗଠିତ କରିବା ପାଇଁ ପଦକ୍ଷେପ ନେଉ ବୋଲି କହିଥିଲେ । ତେବେ ଦଳର ପ୍ରଦେଶ ସଭାପତି ସୁକାନ୍ତ ମଜୁମଦାର ଓ ବରିଷ୍ଠ ନେତା ଦିଲ୍ଲୀପ ଘୋଷଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ନେଇ କେନ୍ଦ୍ରୀୟ ନେତୃତ୍ବ ଅସନ୍ତୋଷ ପ୍ରକାଶ କରିବା ସହ ଶୀଘ୍ର ସମାଧାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇ ସାରିଛନ୍ତି । ତେବେ ଏପରି ସମୟରେ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ କନ୍ଦଳ ସମାଧାନ ସହ ଦଳକୁ ସଂଗଠିତ କରିବା ଦିଗରେ ବେସ ସହାୟକ ହେବା ନେଇ ମଧ୍ୟ ଆଶା କରାଯାଉଛି ।

ଶାହାଙ୍କ ଗସ୍ତ ସୂଚୀ ନେଇ ପ୍ରଦେଶ ବିଜେପି ଉପସଭାପତି ସୌମିତ୍ର ଖାନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶାହ ଏହି ଗସ୍ତ ଅବଧି ମଧ୍ୟରେ ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଗସ୍ତର ପ୍ରଥମ ଦିନ (4 ଏପ୍ରିଲ) ରେ ସିଲିଗୁଡିରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ସହ ସମ୍ବୋଧନ କରିବା ସହ ଦଳକୁ ସଂଗଠିତ କରିବା ପାଇଁ ଫିଡବ୍ୟାକ ନେବେ । ସେହିପରି 5ରେ ରାଜଧାନୀ କୋଲକାତାରେ ଦଳୀୟ କାର୍ଯ୍ୟକ୍ରମ ଓ ପରେ ବିଏସଫ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ପରେ ଉତ୍ତର ବେଙ୍ଗଲ ଓ ଦକ୍ଷିଣ ବେଙ୍ଗଲ ବିଜେପି ଟିମ ମଧ୍ୟ ଶାହଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

2021 ବିଧାନସଭା ନିର୍ବାଚନ ପରେ ଏହା ଅମିତ ଶାହଙ୍କ ପ୍ରଥମ ବେଙ୍ଗଲ ଗସ୍ତ ହେବାକୁ ଯାଉଛି । ନିର୍ବାଚନରେ ଏକାଧିକ ଥର ବଙ୍ଗ ଗସ୍ତ କରି ପ୍ରଚାରର ମଙ୍ଗ ଧରିଥିଲେ ଶାହ । ତେବେ ତମାମ ପ୍ରସ୍ତୁତି ଓ ରଣନୀତି ପରେ ମଧ୍ୟ ଦଳ ପୂର୍ବାପେକ୍ଷା ବେଶ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ମମତା ବାନାର୍ଜୀଙ୍କ ଟିଏମସିକୁ କ୍ଷମତାରୁ ହଟାଇବାରେ ସଫଳ ହୋଇ ପାରିନଥିଲା । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାଜିତ କରିବାରେ ସଫଳ ହୋଇଥିଲେ ସୁଦ୍ଧା ଦଳକୁ ବିରୋଧୀ ଦଳ ଭୂମିକାରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.